ଏବେ ବିମାନ ଯାତ୍ରା ସମୟରେ ମଧ୍ୟ ହୋଇ ପାରିବେ ଫୋନ୍‌ରେ କଥା! ବ୍ୟବହାର କରି ପାରିବେ ହାଇ ସ୍ପୀଡ୍‌ ଇଣ୍ଟରନେଟ୍‌

ଖୁସି ଖବର। ଏବେ ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ‘ଫ୍ଲାଇଟ୍‌ ମୋଡ୍‌’ ଅପଶନ ଅତୀତ ହେବାକୁ ଯାଉଛି। କାହିଁକିନା, ଏବେ ବିମାନ ଯାତ୍ରା ସମୟରେ ଆପଣ ହାଇ ସ୍ପୀଡ୍‌ ଇଣ୍ଟରନେଟ୍‌ ବ୍ୟବହାର କରିବାକୁ ସମର୍ଥ ହେବେ। ଅର୍ଥାତ୍‌ ବିମାନରେ ବସି ବସି ହିଁ ଇ-ମେଲ୍‌ ଜରିଆରେ ନିଜର ଜରୁରୀ କାମ ସାରି ପାରିବେ। କେବଳ ଏତିକି ନୁହେଁ, ଉଡ଼ାଣ ସମୟରେ ଆପଣ ଫୋନ୍‌ କଲ୍‌ ମଧ୍ୟ କରି ପାରିବେ ଏବଂ ମନଇଚ୍ଛା କଥା ହୋଇ ପାରିବେ। ଖୁବ୍‌ଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି।

ବିଏସ୍‌ଏନ୍‌ଲକୁ ମିଳିଲା ଲାଇସେନ୍ସ

ପବ୍ଲିକ ସେକ୍ଟର ଟେଲିକମ୍‌ କମ୍ପାନୀ BSNLକୁ ଦେଶରେ ଇନମାରସାଟ୍‌ର ଗ୍ଲୋବାଲ ଏକ୍ସପ୍ରେସ(GX) ମୋବାଇଲ୍‌ ବ୍ରଡ୍‌ବ୍ୟାଣ୍ଡ ସେବା ପାଇଁ ଲାଇସେନ୍ସ ମିଳି ଯାଇଛି। ଏଥିରେ ଇନମାନସାଟ୍‌ ଟର୍ମିନାଲର ଉପଯୋଗ କରି ବିମାନ ଉଡ଼ାଣ ସମୟରେ ଏବଂ ସାମୁଦ୍ରିକ ଜାହାଜଗୁଡ଼ିକୁ ହାଇ ସ୍ପୀଡ୍‌ ନେଟ୍‌ ସୁବିଧା ଯୋଗାଇ ଦିଆଯାଇ ପାରିବ। ବ୍ରିଟେନର ମୋବାଇଲ ସାଟେଲାଇଟ୍‌ କମ୍ୟୁନିକେଶନ କମ୍ପାନୀ ଇନମାରସାଟ୍‌ର ମ୍ୟାନେଜମେଣ୍ଟ ଡାଇରେକ୍ଟର ଗୌତମ ଶର୍ମା କହିଛନ୍ତି କି, ସ୍ପାଇସ୍‌ଜେଟ ଓ ଶିପିଙ୍ଗ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ପୂର୍ବରୁ ହିଁ ନୂଆ ଜିଏକ୍ସ ସର୍ଭିସ୍‌ ପାଇଁ ଚୁକ୍ତିନାମା କରି ସାରିଛନ୍ତି। ଏଥିରେ ୫୦ Mbps ସ୍ପୀଡ୍‌ ମିଳି ପାରିବ।

ଗୌତମ ଶର୍ମାଙ୍କ ମୁତାବକ, ଜିଏକ୍ସ ସେବାର ଆରମ୍ଭ ସାଙ୍ଗକୁ ଇଣ୍ଡିଆନ ଡୋମେଷ୍ଟିକ୍‌ ଏୟାରଲାଇନ୍ସ ଏବଂ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍‌ କମ୍ପାନୀ ଦେଶ ଉପରେ ଉଡ଼ାଣ ସମୟରେ ହାଇ ସ୍ପୀଡ୍‌ ନେଟ୍‌ର ସୁବିଧା ଯୋଗାଇ ଦେଇ ପାରିବେ। ଇନମାରସାଟ୍‌ ଦ୍ୱାରା ଜାରି ବୟାନରେ ସ୍ପାଇସ୍‌ଜେଟ କହିଛି କି, ସେ ଚଳିତବର୍ଷ ଶେଷ ସୁଦ୍ଧା ନୂଆ ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ପ୍ଲେନ୍‌ ଆଣିବା ସହିତ ନିଜ ଯାତ୍ରୀମାନଙ୍କୁ ଜରୁରୀ କମ୍ୟୁନିକେଶନ ସର୍ଭିସ୍‌ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି। ବୟାନ ଅନୁସାରେ, BSNLକୁ ଦୂରସଞ୍ଚାର ବିଭାଗରୁ ମିଳିଥିବା ବିମାନ ଏବଂ IFMC ଅଧୀନରେ ଜିଏକ୍ସ ସେବା ସବୁ ଭାରତୀୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

କେବେଠାରୁ ଆରମ୍ଭ ହେବ ସର୍ଭିସ୍‌

ଏହାର ଅର୍ଥ ହେଉଛି କି, ଇଣ୍ଡିଆନ ଏୟାରଲାଇନ କମ୍ପାନୀ ଦେଶ ଏବଂ ବିଦେଶରେ ଉଡ଼ାଣ ସମୟରେ ଯୋଗାଯୋଗର ସୁବିଧା ପାଇଁ ଜିଏକ୍ସର ଉପଯୋଗ କରି ପାରିବେ। ଏଥି ସହିତ ଭାରତୀୟ ସାମୁଦ୍ରିକ ଅଞ୍ଚଳରେ କାମ କରୁଥିବା ଦେଶର ବାଣିଜ୍ୟିକ କମ୍ପାନୀ ଜାହାଜଗୁଡ଼ିକର ବଢ଼ିଆ ସଞ୍ଚାଳନ ଏବଂ କ୍ରୁ ମେମ୍ବରଙ୍କ ସହ ଜଡ଼ିତ ସେବା ପାଇଁ ନିଜ ଜାହାଜରେ ଡିଜିଟାଇଜେଶନକୁ ବଢ଼ାଇବାରେ ସଫଳ ରହିବେ। ବିଏସ୍‌ଏନ୍‌ଏଲ୍‌ ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ପି କେ ପୁରଓ୍ଵାର କହିଛନ୍ତି ଯେ ଏହି ସର୍ଭିସ୍‌ ପାଇଁ ଫିସ୍‌ ଏ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ। BSNL ଆସନ୍ତା ନଭେମ୍ବରରୁ ଏହି ସେବା ଆରମ୍ଭ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.