ଗୁଗଲ ପେ, ଫୋନ ପେ ଏବଂ ଅନ୍ଯ UPI ଆପର ବ୍ଯବହାରକୁ ସୀମିତ କରିବା ପାଇଁ ଆସିଲା ନୂଆ ନିୟମ, ୧ ଜାନୁଆରୀରୁ ହେବ ଲାଗୁ

ଗୁଗଲ୍ ପେ, ପେଟିଏମ୍ ଓ ଫୋନ୍ ପେ ସମେତ ଥାର୍ଡ଼ ପାର୍ଟି ପେମେଣ୍ଟ ଆପ୍ ମାଧ୍ୟମରେ ୟୁପିଆଇ (Unified Payment Interface) ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ ଖବର। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡର୍ସ ଉପରେ ୨୦୨୧ ଜାନୁଆରୀ ୧ ତାରିଖରୁ ୩୦ ପ୍ରତିଶତ କ୍ୟାପ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। NPCI ଥାର୍ଡ଼ ପାର୍ଟି ଆପ୍ସର ଏକାଧିକାରକୁ ସମାପ୍ତ କରିବାକୁ ଏହିଭଳି ନିଷ୍ପତ୍ତି ନେଇଛି।

ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ(NPCI) ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ, ଥାର୍ଡ଼ ପାର୍ଟି ଆପ ପ୍ରୋଭାଇଡ଼ର୍ସ (TPAP) ରେ ୩୦ ପ୍ରତିଶତ କ୍ୟାପ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଭବିଷ୍ୟତରେ କୌଣସି ଥାର୍ଡ଼ ପାର୍ଟି ଆପର ମୋନୋପଲି ରୋକିବାକୁ ଏବଂ ସାଇଜ୍ ହିସାବରେ ମିଳୁଥିବା ଫାଇଦା ରୋକିବାକୁ NPCI ଏହି ନିଷ୍ପତ୍ତି ନେଇଛି। NPCI ର ଏହି ନିଷ୍ପତ୍ତି ଦ୍ୱାରା ୟୁପିଆଇ ଟ୍ରାଞ୍ଜାକ୍ସନରେ କୌଣସି ଗୋଟିଏ ପେମେଣ୍ଟ ଆପର ଏକାଧିକାର ରହିବନି।

payment

ସରକାରଙ୍କ ଦ୍ୱାରା ସୂଚାଇ ଦିଆଯାଇଛି ଯେ, ଦେଶରେ ପ୍ରତି ମାସରେ ପାଖାପାଖି ୨୦୦ କୋଟି ୟୁପିଆଇ କାରବାର ହେଉଛି। ଏହି କାରବାର ବିଭିନ୍ନ ପେମେଣ୍ଟ ଆପ୍ ମାଧ୍ୟମରେ ହେଉଛି। ସରକାର କହିଛନ୍ତି ଯେ, ଆଗାମୀ ସମୟରେ ଦେଶରେ ୟୁପିଆଇ କାରବାର ଆହୁରି ବୃଦ୍ଧି ପାଇବ।

ୟୁପିଆଇ କାରବାର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି। ସେଥିପାଇଁ NPCI ଥାର୍ଡ଼ ପାର୍ଟି ଆପ୍ କାରବାର ଉପରେ ଲଗାମ ଲଗାଉଛି। ଜାନୁଆରୀ ୧ ତାରିଖ ପରେ ଆପ୍ ଟୋଟାଲ୍ ଭଲ୍ୟୁମର ବେଶୀ ରୁ ବେଶୀ ୩୦ ପ୍ରତିଶତ ଟ୍ରାଞ୍ଜାକ୍ସନ୍ ହିଁ କରିପାରିବେ। ଏହାସହ ୨୦୨୧ ଜାନୁଆରୀ ୧ ତାରିଖରୁ ଚେକ୍ ଜରିଆରେ ଠକେଇ ରୋକିବାକୁ ନୂଆ ବ୍ୟବସ୍ଥା ଆରମ୍ଭ ହେଉଛି। ଅର୍ଥାତ୍ ଯଦି ବର୍ଷକୁ ପ୍ରତି ମାସରେ ୨୦୦ କୋଟି ୟୁପିଆଇ ପେମେଣ୍ଟ ହେଉଛି, ଏହାର ୩୦ ପ୍ରତିଶତ ଅର୍ଥାତ୍ ୬୦ କୋଟି ଟଙ୍କାରେ ଦେଣନେଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.