ଏହି କମ୍ପାନି ନିଜ କର୍ମଚାରୀଙ୍କୁ ଦେଉଛି ଆଖିବୁଜା ଦରମା, ୨୨୦ କର୍ମଚାରୀ ହୋଇଗଲେ କୋଟିପତି,ଜାଣନ୍ତୁ କ’ଣ ପ୍ୟାକେଜ

ନୂଆଦିଲ୍ଳୀ : ଆଇଟିସି (ITC GROUP) ୨୦୨୧-୨୨ ଆର୍ଥିକ ବର୍ଷରେ ୧ କୋଟିରୁ ଅଧିକ ଦରମାର ପାଉଥିବା କର୍ମଚାରୀଙ୍କ ସଂଖ୍ୟା ୪୪ ପ୍ରତିଶତ ବଢ଼ାଇ ଦେଇଛି । ଆଇଟିସିର ନୂତନ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ଗତ ବର୍ଷ ବାଷିର୍କ କୋଟିଏ ଟଙ୍କା ପାଉଥିବା କର୍ମଚାରୀଙ୍କ ସଂଖ୍ୟା ୧୫୩ ଥିବା ବେଳେ ଏହା ବୃଦ୍ଧି ପାଇ ୨୨୦ ରେ ପହଞ୍ଚିଛି ।

୨୨୦ କର୍ମଚାରୀଙ୍କ ଦରମା ୧ କୋଟିରୁ ଅଧିକ

ବାର୍ଷିକ ରିପୋର୍ଟ ଅନୁଯାୟୀ ୨୨୦ ଏମିତି କର୍ମଚାରୀ ଅଛନ୍ତି ଯେଉଁମାନଙ୍କୁ ଚଳିତ ଆର୍ଥିକ ବର୍ଷରେ ବାର୍ଷିକ ୧୦୨ ଲକ୍ଷ ବା ମାସିକ ୮.୫ ଲକ୍ଷ ଟଙ୍କା ଦରମା ମିଳିଛି ।

ଆଇଟିସି ଏମଡିଙ୍କୁ ମିଳିଛି ୧୨.୫୯ କୋଟି ଟଙ୍କା

କମ୍ପାନି ଦେଇଥିବା ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ସଂଜୀବ ପୁରୀଙ୍କ ଦରମା ୫.୩୫ ପ୍ରତିଶତ ବଢ଼ି ମିଳିଛି ୧୨.୫୯ କୋଟି ଟଙ୍କା ।

କମ୍ପାନି କର୍ମଚାରୀଙ୍କ ସଂଖ୍ୟା କମିଛି

ବାର୍ଷିକ ରିପୋର୍ଟ ଅନୁଯାୟୀ ପୁରୀଙ୍କ ଦରମା ସବୁ କର୍ମଚାରୀଙ୍କ ଦରମା ତୁଳନାରେ ୨୨୪ ଗୁଣା ଅଧିକ ।୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ଦରମା ୧୧.୯୫ କୋଟି ଟଙ୍କା ଥିଲା । ଆଇଟିସି କର୍ମଚାରୀଙ୍କ ମୋଟ କର୍ମଚାରୀଙ୍କ ସଂଖ୍ୟା ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୨୩,୮୨୯ ଥିବାବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ୮.୪ ପ୍ରତିଶତ କମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.