ନିଜ ଉଦ୍ୟମରେ ଦେଶର ସବୁଠୁ ବିତ୍ତଶାଳୀ ମହିଳା ହେଲେ ଫାଲଗୁନୀ ନାଏର, Nykaa ଜରିଆରେ ଦେଇଛନ୍ତି ୨ ଲକ୍ଷ ନିଯୁକ୍ତି

ବିୟୁଟି ଏବଂ ପର୍ସନାଲ କେୟାର ସାମଗ୍ରୀ ବିକ୍ରି କରୁଥିବା ଅନଲାଇନ ଏବଂ ଅଫଲାଇନ କମ୍ପାନୀNykaa ରIPO ବୁଧବାର ସେୟାର ମାର୍କେଟରେ ସାମିଲ ହୋଇଛି। ନାଏକା ଷ୍ଟକ ବଜାରରେ ପ୍ରବେଶ କରିବା ପରେ ଏବେ ଫାଲଗୁନୀ ନାଏରଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଫାଲଗୁନୀ ହେଉଛନ୍ତି ନିଜ ଉଦ୍ୟମରେ ସବୁଠୁ ବିତ୍ତଶାଳୀ ହୋଇଥିବା ଦେଶର ପ୍ରଥମ ମହିଳା। ତାଙ୍କ ପାଖରେ କମ୍ପାନୀର ଅଧା ସେୟାର ରହିଛି। ବୁଧବାର ଦିନ କମ୍ପାନୀର ଆଇପିଓ ଜାରି ହେବା ସହ ସେ ବିଶ୍ବର ଧନୀ ମହିଳା ତାଲିକାରେ ମଧ୍ୟ ପ୍ରବେଶ କରିଛନ୍ତି। ଭାରତର ଶ୍ରେଷ୍ଠ ୨୦ ଜଣ ଧନୀ ମହିଳାଙ୍କ ମଧ୍ୟରେ ତାଙ୍କୁ ସ୍ଥାନ ମିଳିଛି।

ନାଏକା ହେଉଛି ଏକ ବିୟୁଟି ଷ୍ଟାର୍ଟଅପ୍ ସଂସ୍ଥା। ନାଏକାର ଆଇପିଓ ୩ ଦିନ ପାଇଁ ଖୋଲିଥିଲା ଏବଂ ୧ ନଭେମ୍ବରକୁ ବନ୍ଦ ହୋଇଥିଲା। ଆଇପିଓରେ ଅଫରକୁ ୮୨ ଗୁଣ ଥର ସବସ୍କ୍ରାଇବ କରାଯାଇଥିଲା।କମ୍ପାନୀର ୨,୬୪,୮୫,୪୭୯ ସେୟାର ଅଫରରେ ୨,୧୬,୫୯,୪୭,୦୮୦ ସେୟାର ବିଡିଂ ହୋଇଥିଲା। କମ୍ପାନୀ ଏହି ଆଇପିଓ ଜରିଆରେ ୫,୩୫୨ କୋଟି ଟଙ୍କା ଜମା କରିଥିଲା। ଷ୍ଟକ ବଜାରରେ ସଂସ୍ଥାକୁ ତାଲିକାଭୁକ୍ତ କରିବା ସହ ସେ ନିଜର ଏକ ବଡ଼ ସ୍ବପ୍ନ ପୂରଣ କରିଛନ୍ତି। ତାଙ୍କ କମ୍ପାନୀ ସେୟାରର ଚାହିଦା ୮୯% ବୃଦ୍ଧି ପାଇବାରୁ ସେ ୬୫୦ କୋଟି ଡଲାର ସମ୍ପତ୍ତିର ମାଲିକାଣୀ ହୋଇଛନ୍ତି।

ନାଏକା ଆରମ୍ଭ କରିବା ପୂର୍ବରୁ ଫାଲ୍‌ଗୁନି ଜଣେ ଭାରତୀୟ ଇନଭେଷ୍ଟମେଣ୍ଟ୍‌ ବ୍ୟାଙ୍କର ଭାବେ କାର୍ଯ୍ୟ କରୁଥି‌ଲେ। ୨୦୧୨ରେ ନାଏକା କମ୍ପାନୀର ଆରମ୍ଭ କରିଥିଲେ ଫାଲଗୁନୀ। ଦେଶର ମହିଳାମାନେ ନିଜର ପ୍ରସାଧାନ ସାମଗ୍ରୀ ଆବଶ୍ୟକତା ପୂରଣ କରିବା ଲାଗି ନିଜ ଆଖପାଖା ବିଉଟି ସପ୍‌ ଉପରେ ନିର୍ଭର କରୁଥିବା ଭଳି ଏକ ସମୟରେ ସେ ଅନଲାଇନ୍‌ରେ ସେମାନଙ୍କୁ ବିଭିନ୍ନ ବିକଳ୍ପ ପ୍ରଦାନ କରିବା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ଗ୍ରାହକଙ୍କ ଦୃଷ୍ଟି ଆର୍କଷଣ କରିବା ପାଇଁ ବଲିଉଡର ବିଭିନ୍ନ ଅଭିନେତ୍ରୀମାନଙ୍କୁ ନେଇ ଆଡ୍‌ ମଧ୍ୟ କରିଥିଲେ ଫାଲଗୁନୀ। ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା ମଧ୍ୟ ଏହି କମ୍ପାନୀରେ ନିବେଶ କରିଛନ୍ତି।

ଏବଂ ପର୍ସନାଲ କେୟାର ପାଇଁ ନାଏକା ଏକ ପ୍ରାଇମେରୀ ଆପ୍‌। ଏହାଛଡା ନାଏକା ଫ୍ୟାଶନ ମଧ୍ୟ ରହିଛି। ଯେଉଁଥିରେ ଅନ୍ୟ ବିୟୁଟି ପ୍ରଡକ୍ଟ ବିକ୍ରି ହୋଇଥାଏ। ଏହି ଆପ୍‌ରେ ରିଟେଲ ଷ୍ଟୋରର୍ସ ଠାରୁ ୪ ହଜାରରୁ ଅଦିକ ବିୟୁଟି, ପର୍ସନାଲ କେୟାର ଏବଂ ଫ୍ୟାଶନ ବ୍ରାଣ୍ଡସ୍‌ ଜଡିତ ରହିଛି। ଫାଲଗୁନୀ ପାଖାପାଖି ୨ ଲକ୍ଷ ନିଯୁକ୍ତି ଦେଇଛନ୍ତି। ୭୦ଟି ଅଫଲାଇନ ଷ୍ଟୋର ରହିଛି। ଜୋମାଟୋ ପରେ ନାଏକା ଦ୍ୱିତୀୟ ବୃହତ୍ତମ ଷ୍ଟୋର ଭାବେ ଠିଆ ହୋଇଛି।

Leave A Reply

Your email address will not be published.