ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଲଞ୍ଚ ହେବ Oben Rorr electric motorcycle, ରହିଛି ଜବରଦସ୍ତ ଫିଚର୍ସ

ଓବୋନ ଇଲେକ୍ଟ୍ରିକ କମ୍ପାନୀ ମାର୍ଚ୍ଚ ୧୫ ତାରିଖରେ ନିଜ ପ୍ରଥମ ଇଲେକ୍ଟ୍ରିକ ମୋଟର ସାଇକେଲ ରୋରକୁ ଲଞ୍ଚ କରିବାକୁ ଯାଉଛି । ଏନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଘୋଷଣା ହୋଇଥିଲାକି ରୋର ଇଲେକ୍ଟ୍ରିକ ମୋଟର ସାଇକେଲର ଡେଲିଭରି ଏପ୍ରିଲ -ଜୁନ ମାସରେ ଆରମ୍ଭ ହେବ । ବାଙ୍ଗାଲୋର ସ୍ଥିତ ଏହି କମ୍ପାନୀ ଏହି ନୂଆ ମୋଟର ସାଇକେଲ ବାବଦରେ ପ୍ରଥମେ ସୂଚନା ଦେଇଥିଲେ । ଓବୋନ ରୋର ଫାଚର୍ସରେ ଏଲଇଡ଼ି ଟର୍ନ ବିକେଟର୍ସ ସହ ଗୋଲ ହେଡ଼ଲଇଟ, ବଡ ଇନ୍ଷ୍ଟରୁମେଣ୍ଟ କ୍ଲଷ୍ଟର, ସପ୍ଲିଟ ଷ୍ଟାଇଲ ସିଟ, ଟୁ ପିସ ପିଲିୟନ ଗ୍ରାବେରେଲ ସମେତ ପାଞ୍ଚ ସ୍ପୋକ ହ୍ୱିଲ ସାମିଲ ଅଛି ।
ଏହି ବାଇକର ଡିଜାଇନ ବିଲକୁଲ ‘ସ୍ପୋରଟି’ । ଏହାର ସ୍ପିଡ଼ ଘଣ୍ଟା ପ୍ରତି ୧୦୦ କିମି ପର୍ଯ୍ୟନ୍ତ ରହିବ । ଏହା ଦାମ ଅନ୍ୟାନ ବାଇକ ତୁଳନାରେ କିଛିଟା କମ ରହିଛି । ଏହାର ରେଞ୍ଜକୁ ପ୍ରଥମେ ଧ୍ୟାନରେ ରଖାଯାଇଛି । ରିପୋର୍ଟ ଅନୁଯାୟୀ ଏହି ବାଇକରେ ଏକ ସ୍ମାର୍ଟଫୋନ ଆପ ଅପସନ ଦିଆଯିବ । ଯାହା ବାଇକକୁ ରାଇଡ଼ର୍ସ ଫୋନ ସହିତ କନେକଟ କରିବ ।
ଓବୋନ ରୋର ଏକ ନୂଆ ବାଇକ ଏକ ନୂଆ ରୂପରେ ଆଣ୍ଟ୍ରି ନେବ । କୁହାଯାଉଛିକି ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଟିକେ ଅଧିକ ରହିବ । ଏହି ବାଇକର ଚାରଜିଙ୍ଗ ତଥା ଅନ୍ୟ ତଥ୍ୟ ଗୁଡିକ ବିଷୟରେ ଏଯାବତ କୌଣସି ତଥ୍ୟ ଦିଆଯାଇ ନାହିଁ । ଭବିଷ୍ୟତରେ ଇଲେକ୍ଟ୍ରିକ ଭେହିକ୍ଳ ଗୁଡିକର ଡିମାଣ୍ଡ ବଢିବା ନେଇ ଅନେକ ସମ୍ଭାବନା ରହିଛି । ଏଣିକି ଗ୍ରାହକ ମାନେ ଇଲେକ୍ଟ୍ରିକ ସ୍କୁଟର ସହିତ ଇଲେକ୍ଟ୍ରିକ ବାଇକର ବି ମଜା ନେଇପାରିବେ ।