ଭୁବନେଶ୍ବର: ବିଦ୍ୟୁତ୍ ଦର ବଢ଼ିବ କି ନାହିଁ । ଏନେଇ ଓଇଆରସିରେ ଆରମ୍ଭ ହୋଇଛି ଜନଶୁଣାଣି । ଓଇଆରସିରେ ଶୁଣାଣି କରିବାକୁ ବିିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀ ଆବେଦନ କରିଛନ୍ତି । କମ୍ପାନୀ ଗୁଡିକ କ୍ଷତି ସହୁଥିବାରୁ ବିଦ୍ୟୁତ ଦର ବଢ଼ାଇବାକୁ ଅନେକ ଦିନରୁ ଦାବି କରି ଆସୁଛନ୍ତି ବିଦ୍ୟୁତ୍ ବିତରଣ କମ୍ପାନୀ । ପ୍ରଥମ ଦିନରେ OHPC ନିଜର ପକ୍ଷ ରଖୁଛି। ଆନୁସଙ୍ଗିକ ଖର୍ଚ୍ଚ ବଢ଼ୁଥିବାରୁ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ OHPC ଦାବି କରିଛି ।
୨୦୨୦-୨୧ରେ ୟୁନିଟ ପିଛା ୯୫ଟଙ୍କା ୮୦ ପଇସା ଧାର୍ଯ୍ୟ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଆସନ୍ତା ଆର୍ଥିକ ବର୍ଷରେ ୫୩୬.୭୩୮ କୋଟି ବାର୍ଷିିକ ଆୟ ପାଇଁ ଲକ୍ଷ୍ୟ ରଖିଛି OHPC । ବିଭିନ୍ନ କାରଣରୁ ଦୁଇବର୍ଷ ହେଲା ବିଦ୍ୟୁତ ଦର ବଢ଼ିନାହିିଁ । ଉତ୍ପାଦକାରୀ ଓ ଆବଣ୍ଟନକାରୀ ଦର ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ୧୪ ତାରିଖ ପର୍ଯ୍ୟନ୍ତ ଶୁଣାଣି ରହିଛି । ଏହାପରେ ୨୬ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟିରେ ସମସ୍ତ ଆବଦେନ ଉପରେ ଆଲୋଚନା କରାଯିବ ।