ଭାରତୀୟ ସେନାରେ ବିନା ପରୀକ୍ଷାରେ ହୋଇ ପାରିବେ ଅଫିସର, କେବଳ ଦରକାର ଏହି ଯୋଗ୍ୟତା; ମିଳିବ ୨ ଲକ୍ଷ ଦରମା

ଭାରତୀୟ ସେନା (Indian Army)ରେ ଅଧିକାରୀ ହେବା ପାଇଁ ଆପଣଙ୍କ ପାଖରେ ରହିଛି ଏକ ସୁବର୍ଣ୍ଣ ସୁଯୋଗ। ଏଥି ନିମନ୍ତେ ଭାରତୀୟ ସେନା ନିଯୁକ୍ତି ଆହ୍ଵାନ କରିଛି। ରିମାଉଣ୍ଟ ପ୍ରାଣୀ ଚିକିତ୍ସାଳୟ (Indian Army Remount Veterinary Corps)ରେ ଶର୍ଟ ସର୍ଭିସ୍‌ କମିଶନ (SSC) ପାଇଁ ପୁରୁଷ ପ୍ରାଣୀ ଚିକିତ୍ସା ସ୍ନାତକମାନଙ୍କଠାରୁ ଆବେଦନ ଗ୍ରହଣ କରାଯାଇଛି। ଯେଉଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଭାରତୀୟ ସେନାର ଅଫିସିଆଲ େଓ୍ଵବ୍‌ସାଇଟ joinindianarmy.nic.in କୁ ଯାଇ ଆବେଦନ କରି ପାରିବେ। ତେବେ ଆବେଦନ କରିବା ପୂର୍ବରୁ ଆପଣଙ୍କୁ କେତେକ ଆବଶ୍ୟକ ବିଷୟଗୁଡ଼ିକ ଉପରେ ନିଶ୍ଚୟ ଧ୍ୟାନ ରଖିବାକୁ ହେବ।

Indian Army Recruitment ୨୦୨୧ ଅଧୀନରେ ଏହି ପଦ ପାଇଁ ଅଫ୍‌ଲାଇନ ଆବେଦନ କରିବାର ଶେଷ ତାରିଖ ୧୮ ନଭେମ୍ବର ରହିଛି। ଏହା ଛଡ଼ା ଆଶାୟୀମାନେ ସିଧା ଲିଙ୍କ୍‌ https://joinindianarmy.nic.in/ssb-interview-centre-allotment.htm ଉପରେ ମଧ୍ୟ କ୍ଲିକ୍‌ କରି ଏହି ପଦ ପାଇଁ ଆବେଦନ କରି ପାରିବେ। ଏଥି ସହିତ https://joinindianarmy.nic.in/writereaddata/Portal/Images/pdf/Advertisement_SSC_RVC_2021.PDF , ଏହି ଲିଙ୍କ୍‌ ଜରିଆରେ ଅଫିସିଆଲ ନୋଟିଫିକେଶନକୁ ମଧ୍ୟ ଦେଖି ପାରିବେ।

Indian Army Recruitment ୨୦୨୧ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଜମା କରିବାର ଶେଷ ତାରିଖ: ୧୮ ନଭେମ୍ବର ୨୦୨୧

ଯୋଗ୍ୟତା ମାନଦଣ୍ଡ: ଭାରତୀୟ ସେନାରେ ଅଧିକାରୀ ହେବା ପାଇଁ ଆଶାୟୀମାନଙ୍କ ପାଖରେ କୌଣସି ବି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ BV.Sc/BVSc & AHର ଡିଗ୍ରୀ ଥିବା ଦରକାର। ନଚେତ୍‌ ଏହାର ସମକକ୍ଷ ବିଦେଶୀ ଡିଗ୍ରୀ ଧାରକ ଆଶାୟୀମାନଙ୍କର ଯୋଗ୍ୟତା ଭାରତୀୟ ବାୟୁ ପରିଷଦ ଅଧିନିୟମ, ୧୯୬୪ର ଦ୍ୱିତୀୟ ଅନୁସୂଚୀରେ ସାମିଲ ଥିବା ଦରକାର।

ବୟସ ସୀମା: ଆଶାୟୀମାନଙ୍କର ବୟସ ସୀମା ୨୧ରୁ ୩୨ ବର୍ଷ ଭିତରେ ହୋଇଥିବା ଦରକାର। ତେଣୁ ଯଦି ଆପଣ ଏଥିପାଇଁ ଆଗ୍ରହୀ ଅଛନ୍ତି ଏବଂ ଆପଣଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ଅଛି, ତା’ହେଲେ ତୁରନ୍ତ ହିଁ କରି ଦିଅନ୍ତୁ ଆବେଦନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.