Oil India ରେ ବମ୍ପର ନିଯୁକ୍ତି, +୨ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଅଏଲ ଇଣ୍ଡିଆ ଲିମିଟେଡ୍‌ରେ ଯୁବପିଢି ରୋଜଗାର କରିବାର ସୁବର୍ଣ୍ଣ ସୁଯୋ। ଅଏଲ ଇଣ୍ଡିଆ ଗ୍ରେଡ୍‌ III/V ପଦବୀରେ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରାଯିବ। ଯେଉଁ ପ୍ରାର୍ଥୀମାନେ ଚାକିରି କରିବା ପାଇଁ ଇଛୁକ, ସେମାନେ ଅଏଲ ଇଣ୍ଡିଆ ଲିମିଟେଡର ଅଧିକାରିକ ୱେବସାଇଟରେ ଜାରି କରାଯାଇଥିବା ଅଧିସୂଚନାକୁ ଭଲଭାବେ ପଢନ୍ତୁ।

ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଦିଆଯାଇଥିବା ଲିଙ୍କ https://www.oil-india.com/Current_openNew ରେ ଆବେଦନ କରିପାରିବେ। ଏହା ସହିତ https://www.oil-india.com/Document/Career/Advertisement  ଲିଙ୍କ୍‌ରେ କ୍ଲିକ କରି ନୋଟିଫିକେସନ ଦେଖିପାରିବେ।

ପଦବୀ ବିବରଣୀ: ୬୨

ଗ୍ରେଡ V: ୪୬

ଗ୍ରେଡ III : ୧୬

ଜରୁରୀ ତାରିଖ: ଆବେଦନ କରିବାର ଜରୁରୀ ତାରିଖ ୧ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୫ ଫେବୃଆରୀ ୨୦୨୨ ହେବ।

ଶିକ୍ଷାଗତ ଯୋଗ୍ୟତା: ଟେକ୍ନସିଆନ ଅପରେଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ +୨ ପାସ୍ କିମ୍ବା ଗ୍ରାଜୁଏସନ ଡିଗ୍ରୀ ରହିଥିବା ଜରୁରୀ। ଏହାସହିତ କାର୍ଯ୍ୟ ସମ୍ବନ୍ଧୀୟ ଅନୁଭବ ହେବା ମଧ୍ୟ ଜରୁରୀ।

ଦରମା:

ଗ୍ରେଡ V- ୩୨,୦୦୦-୧,୨୭,୦୦୦ ଟଙ୍କା
ଗ୍ରେଡ III – ୨୬,୬୦୦-୯୦,୦୦୦ ଟଙ୍କା

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ ଓବିସି ବର୍ଗର ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟ ପ୍ରାର୍ଥୀମାନେ ନିଶୁଳ୍କ ଆବେଦନ କରିପାରିବେ।

ବୟସ ସୀମା: ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।

ଏହାପରେ ଆପ୍ଲାଏ ଲିଙ୍କ ଉପରେ କ୍ଲିକ କରନ୍ତୁ।

ତା’ ପରେ ନିଜର ବ୍ୟକ୍ତିଗତ ବିବରଣୀ ଭରିବା ପରେ ସବମିଟ୍‌ କରନ୍ତୁ।

ଆବେଦନ ଶୁଳ୍କ ଭରନ୍ତୁ ଏବଂ ତା’ ପରେ ସବମିଟ୍‌ ବଟନ କ୍ଲିକ କରନ୍ତୁ।

ଫର୍ମର ଏକ କପି ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ପରୀକ୍ଷା ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.oil-india.com/Document/Career/Advertisement_for_Multiple_Posts_2022.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.