୪୦ ହଜାର ଟଙ୍କାରେ ଇଲେକ୍ଟ୍ରିକ୍ ସ୍କୁଟର । ମାଇଲେଜ୍ ସହ ଫିଚର ବି ପାଇବେ ଜବରଦସ୍ତ । ମାର୍କେଟରେ ଏଭଳି ଏକ ସ୍କୁଟର ଲଞ୍ଚ ହୋଇଛି, ଯାହାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଓଲା ୨୬ ନଭେମ୍ବରରେ ଇଲେକ୍ଟ୍ରିକ୍ ସ୍କୁଟରର ୨ଟି ନୂଆ ମଡେଲ୍ ଲଞ୍ଚ କରିଛି । ଏହା ସହିତ ଓଲା କମ୍ପାନୀ କମର୍ସି୍ଆଲ ସ୍କୁଟର ସେଗମେଣ୍ଟରେ ପ୍ରବେଶ କରିଛି । ଓଲା କମର୍ସି୍ଆଲ ବ୍ୟବହାର ପାଇଁ Gig ଏବଂ S1 Z ନାମକ ଦୁଇଟି ମଡେଲ୍ ଲଞ୍ଚ କରିଛି । କମ୍ପାନୀ Gig ସ୍କୁଟରର ଦୁଇଟି ଭ୍ୟାରିଏଣ୍ଟ Gig ଏବଂ Gig + ଲଞ୍ଚ କରିଛି । ଅନ୍ୟ ପଟେ S1 Zର ଦୁଇଟି ଭିନ୍ନ ଭ୍ୟାରିଏଣ୍ଟ S1 Z ଏବଂ S1 Z + ଲଞ୍ଚ ହୋଇଛି । ଓଲା ଇଲେକ୍ଟ୍ରିକ୍ ର ଉଭୟ Gig ଏବଂ Gig + କେବଳ କମର୍ସିଆଲ ବ୍ୟବହାର ପାଇଁ ଲଞ୍ଚ ହୋଇଛି । କିନ୍ତୁ S1 Zକୁ ପାସେଞ୍ଜର କାଟାଗୋରୀରେ ଏବଂ S1 Z +କୁ କମର୍ସିଆଲ କାଟାଗୋରୀରେ ଲଞ୍ଚ କରାଯାଇଛି ।
୧.୫ kWh ବ୍ୟାଟେରୀ ସହିତ Gig ଲଞ୍ଚ କରାଯାଇଛି । ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୨୫ କିଲୋମିଟର ହେବ ଏବଂ ଏହା ସିଙ୍ଗଲ୍ ଚାର୍ଜରେ ୧୧୨ କିଲୋମିଟରର ରେଞ୍ଜ ଦେବ । ଏହି ସ୍କୁଟର ସିଙ୍ଗଲ୍ ବ୍ୟାଟେରୀ ପ୍ୟାକ୍ ସହିତ ଆସିବ । ଓଲା ୩୯,୯୯୯ ଟଙ୍କାରେ ଏହି ସ୍କୁଟରକୁ ଲଞ୍ଚ କରିଛି । ଡବଲ୍ ବ୍ୟାଟେରୀ ପ୍ୟାକ୍ ସହିତ Gig + ଲଞ୍ଚ କରାଯାଇଛି । ଏଥିରେ ୧.୫ କିଲୋୱାଟର ବ୍ୟାଟେରୀ ରହିବ । ସିଙ୍ଗଲ୍ ବ୍ୟାଟେରୀ ସହିତ ଏହି ସ୍କୁଟର ସିଙ୍ଗଲ୍ ଚାର୍ଜରେ ୧୮ କିଲୋମିଟର ରେଞ୍ଜ ଦେବ । ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୪୫ କିଲୋମିଟର ହେବ । କମ୍ପାନୀ Gig + ର ଦାମ୍ ୪୯,୯୯୯ ଟଙ୍କା ରଖିଛି ।
ଅନ୍ୟପଟେ S1 Z ଏବଂ S1 Z +କୁ ୧.୫ kWh ପାୱାର ସହିତ ଲଞ୍ଚ କରାଯାଇଛି । ଏହି ସ୍କୁଟର ସିଙ୍ଗଲ୍ ବ୍ୟାଟେରୀ ସହିତ ଆସିବ କିନ୍ତୁ ଆପଣ ଏଥିରେ ଅନ୍ୟ ଏକ ବ୍ୟାଟେରୀ ମଧ୍ୟ ଲଗାଇପାରିବେ । ସିଙ୍ଗଲ୍ ବ୍ୟାଟେରୀ ସହିତ ଏହି ସ୍କୁଟର ସିଙ୍ଗଲ୍ ଚାର୍ଜରେ ୭୫ କିଲୋମିଟର ରେଞ୍ଜ ଦେବ ଏବଂ ଡବଲ୍ ବ୍ୟାଟେରୀ ସହିତ ଏହା ୧୪୬ କିଲୋମିଟର ରେଞ୍ଜ ଦେବ । ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୭୦ କିଲୋମିଟର ହେବ । ଏଥିରେ ଏକ LCD ଡିସପ୍ଲେ ଏବଂ ଏକ ଫିଜିକାଲ୍ ଚାବି ଦିଆଯାଇଛି । ଏହା ବ୍ୟତୀତ ଏଥିରେ ସବୁଠାରୁ ବଡ ୧୪ ଇଞ୍ଚର ଟାୟାର ବ୍ୟବହାର କରାଯାଇଛି । S1 Z ର ଦାମ୍ ୫୯,୯୯୯ ଟଙ୍କା ଏବଂ S1 Z + ର ଦାମ୍ ୬୪,୯୯୯ ଟଙ୍କା ରଖାଯାଇଛି ।
ଓଲା ଇଲେକ୍ଟ୍ରିକ୍ ତରଫରୁ କୁହାଯାଇଛି ଯେ ଏହି ସିରିଜ୍ ଉଭୟ ବିଜନେସ୍ ଟୁ ବିଜନେସ୍ (B2B) ଏବଂ ଭଡା ପାଇଁ ଉପଲବ୍ଧ ହେବ । ଓଲା ଇଲେକ୍ଟ୍ରିକ୍ ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ଭାବିସ୍ ଅଗ୍ରୱାଲ କହିଛନ୍ତି, “Gig ଏବଂ S1 Z ସ୍କୁଟର ସିରିଜ୍ ଲଞ୍ଚ କରିବା ସହିତ ଆମେ ଇଭିର ଅନ୍ୟ ମଡେଲକୁ ଲଞ୍ଚ କରିବୁ । Gig ଏବଂ S1 Z ସିରିଜର ଡେଲିଭରୀ ଏପ୍ରିଲ୍ ଏବଂ ମେ ୨୦୨୫ ରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହା ସହିତ ଗାଡ଼ିର ବୁକିଂ ମଧ୍ୟ ଆରମ୍ଭ ହୋଇଛି । କେବଳ ୪୯୯ ଟଙ୍କାରେ ଆପଣ ଏବେ ଠାରୁ ହିଁ ଗାଡ଼ିର ବୁକିଂ କରିପାରିବେ ।