ବ୍ୟବସାୟ ଓ ଅର୍ଥନୀତି

ଆସନ୍ତାବର୍ଷ Ola Electric ଭାରତରେ ଲଞ୍ଚ କରିବ ଇଲେକ୍ଟ୍ରିକ୍ ଟୁ-ହ୍ବିଲର, ଥରେ ଚାର୍ଜ ହେଲେ ଚାଲିବ ୨୪୦ କି.ମି

ଦିଗ୍ଗଜ କ୍ଯାବ ସର୍ଭିସ୍ ପ୍ରୋଭାଇଡର Ola ବର୍ତ୍ତମାନ ଇଲେକ୍ଟ୍ରିକ୍ ଯାନ ମାର୍କେଟରେ ଏଣ୍ଟ୍ରି କରିବାକୁ ଯାଉଛି। ଏହାର ସହାୟକ କମ୍ପାନୀ Ola Electric ଭାରତ ଏବଂ ଗ୍ଲୋବାଲ ମାର୍କେଟରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଲଞ୍ଚ କରିବ। ଏଥିପାଇଁ ଓଲା ଇଲେକ୍ଟ୍ରିକ୍ ନିଦଲ୍ଯାଣ୍ଡର ଇଲେକ୍ଟ୍ରିକ୍ ସ୍କୁଟର କମ୍ପାନୀ Etergo BVର ଅଧିଗ୍ରହଣ କରିଛି। ସୂଚନା ମୁତାବକ ଆସନ୍ତା ବର୍ଷ ୨୦୨୧ରେ ଏହି ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଭାରତୀୟ ବଜାରରେ ଲଞ୍ଚ ହେବ।

ନିଦରଲ୍ଯାଣ୍ଡର ଇଲେକ୍ଟ୍ରିକ୍ ସ୍କୁଟର କମ୍ପାନୀ Etergoର ସ୍ଥାପନା ୨୦୧୪ରେ ହୋଇଥିଲା। ଏହି କମ୍ପାନୀ ନିଜ AppScooter ପାଇଁ ପ୍ରସିଦ୍ଧ। ଏହି ସ୍କୁଟର ଇନୋଭେଟିଭ ଡିଜାଇନ ଏବଂ ଇଞ୍ଜିନିୟରିଂ ପାଇଁ ବିଶ୍ବରେ ଅନେକ ଆୱାର୍ଡ ଜିତି ସାରିଛି। ଏଥିରେ CES 2019ର ଅନେକ ଆୱାର୍ଡ ଏବଂ ଜର୍ମାନିର ଅଟୋମୋଟିଭ ବ୍ରାଣ୍ଡ କଣ୍ଟେଷ୍ଟ ଆୱାର୍ଡ ମଧ୍ଯ ପାଇ ସାରିଛି।

ଆପସ୍କୁଟରର ରେଞ୍ଜ୍ ଏବଂ ସ୍ପିଡ୍

Etergo AppScooter କୁ ପ୍ରଥମ ଥର ୨୦୧୮ରେ ଲଞ୍ଚ କଲା କରାଯାଇଥିଲା। ଏହି ଇଲେକ୍ଟ୍ରିକ୍ ସ୍କୁଟର ଥରେ ଫୁଲ୍ ଚାର୍ଜ ହେବା ପରେ ୨୪୦ କି.ମି ପର୍ଯ୍ଯନ୍ତ ଚାଲିଥାଏ। ଏଥିରେ ହାଇ ଏନର୍ଜି ଡେଂସିଟି ବ୍ଯାଟେରୀ ରହିଛି, ଯାହାକୁ ବଦଳ କରାଯାଇପାରିବ। କମ୍ପାନୀ କହିବାନୁଯାୟୀ ଆପସ୍କୁଟର ଘଣ୍ଟାପ୍ରତି ୪୫କି.ମି ଯାଇପାରିବ।

ଓଲା ଇଲେକ୍ଟ୍ରିର ଫାଉଣ୍ଡର ଏବଂ ଚେୟାରମ୍ଯାନ୍ ଭାବେଶ କହିଛନ୍ତି, ଗତିଶୀଳର ଭବିଷ୍ଯ ହେଉଛି ଇଲେକ୍ଟ୍ରିକ ଯାନ। କୋଭିଡ-୧୯ ପରେ ବିଶ୍ବରେ ଇଲେକ୍ଟ୍ରିକ୍ ଯାନ ଚାହିଦା ବଢିବାରେ ଲାଗିଛି। ପ୍ରତ୍ଯେକ ବର୍ଷ ଦୁନିଆରେ କାର୍ ତୁଳନାରେ ପାଖାପାଖି ଦୁଇ ଗୁଣା ଟୁ-ହ୍ବିଲର ବିକ୍ରୀ ହୋଇଥାଏ। ଇଲେକ୍ଟ୍ରିକ ଏବଂ ଡିଜିଟାଲ କନେକ୍ଟେଡ କ୍ଷମତା ସହ ଦୁଇ ଚକିଆ ଯାନ ବିଶ୍ବରେ ପସନ୍ଦ ହୋଇପାରିଛି।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

11 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

12 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago