Ola S1 ସ୍କୁଟର କିଣିଛନ୍ତି କି? ତାହେଲେ ଖୁବଶୀଘ୍ର ଦୂର ହେବ ଆପଣଙ୍କ ଭୟ

ଓଲା ଇଲେକଟ୍ରିକ ନିଜର ଗ୍ରାହକଙ୍କ ସୁବିଧା ଏବଂ ସୁରକ୍ଷାର ଧ୍ୟାନ ରଖି ନିଜର Ola S1 Electric Scooterର ପାର୍ଟକୁ ଅପଗ୍ରେଡ କରିବାକୁ ଯାଉଛି । ଓଲା ଜଣାଇଛି ଯେ ଫ୍ରଣ୍ଟ ଫୋର୍କ ଆର୍ମକୁ ନେଇ ଗ୍ରାହକଙ୍କ ସମସ୍ୟା ଦୂର କରିବା ପାଇଁ କମ୍ପାନୀ ଏହାକୁ ମାଗଣାରେ ଅପଗ୍ରେଡ କରିବ ।

ଇଲେକଟ୍ରିକ ବାହନ ନିର୍ମାତା କମ୍ପାନୀ ଓଲା ଇଲେକଟ୍ରିକ ନିଜର ଗ୍ରାହକଙ୍କ ସୁବିଧା ଏବଂ ସୁରକ୍ଷାର ଧ୍ୟାନ ରଖି ନିଜର Ola S1 Electric Scooterର ପାର୍ଟକୁ ଅପଗ୍ରେଡ କରିବାକୁ ଯାଉଛି । ଓଲା ଜଣାଇଛି ଯେ ଫ୍ରଣ୍ଟ ଫୋର୍କ ଆର୍ମକୁ ନେଇ ଗ୍ରାହକଙ୍କ ସମସ୍ୟା ଦୂର କରିବା ପାଇଁ କମ୍ପାନୀ ଏହାକୁ ମାଗଣାରେ ଅପଗ୍ରେଡ କରିବ । ୨୨ ମାର୍ଚ୍ଚରୁ ଅପଗ୍ରେଡେସନ୍‌ ଆରମ୍ଭ କରାଯିବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ Ola S1 Electric Scooter ଗ୍ରାହକ ଏହି ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ, ଯାହାପରେ ଓଲା ଏଥିରେ ସୁଧାର ଆଣିବା ପାଇଁ ଅପ୍ସନ ଖୋଲିଦେଇଛି ।

ଓଲା ଜଣାଇଛି ଯେ ସେ ଗ୍ରାହକଙ୍କ ଅଭିଯୋଗ ପରେ ବର୍ତ୍ତମାନ ଫ୍ରଣ୍ଟ ଫୋର୍କ ଆର୍ମକୁ ମାଗଣାରେ ଅପଗ୍ରେଡ କରିବାର ଅପ୍ସନ ମିଳିବ । କମ୍ପାନୀ ଜଣାଇଛି ଯେ ନିକଟରେ Ola S1 Electric Scooterର ଉପଯୋଗକର୍ତ୍ତାଙ୍କ ମଧ୍ୟରେ ଏହାର ଫ୍ରଣ୍ଟ ଫୋର୍କ ଆର୍ମକୁ ନେଇ ସୁରକ୍ଷା ଚିନ୍ତା ହେଲା, ବାହନର ବଡି ଭିତରେ ଥିବା ହ୍ଵିଲ ପାଇଁ ଫ୍ରଣ୍ଟ ଫୋର୍କ ଆର୍ମ ଏକ ପ୍ରମୁଖ ଅଂଶ ।

ଓଲା ଇଲେକଟ୍ରିକ କମ୍ପାନୀ ମଙ୍ଗଳବାର ନିଜର ଏକ ବୟାନରେ କହିଛି ଯେ ଗ୍ରାହକ ଏବଂ ଆମର କୌଣସି ବି ସଦସ୍ୟଙ୍କ ଚିନ୍ତା ଦୂର ହୋଇପାରିବ । କମ୍ପାନୀ ନିଜର ଗ୍ରାହକଙ୍କୁ ନୂଆ ଫ୍ରଣ୍ଟ ଫୋର୍କରେ ଅପଗ୍ରେଡ କରିବା ପାଇଁ ଏକ ବିକଳ୍ପ ଦେଉଛି । ଅନୁମାନ କରାଯାଉଛି ଯେ ଓଲା ସମ୍ଭନ୍ଧୀତ ଗ୍ରାହକଙ୍କ ଠାରୁ ସ୍କୁଟର ନେଇ ତାକୁ ଅପଗ୍ରେଡ କରିବ । ତେବେ କୁହାଯାଉଛି ଯେ ସ୍କୁଟରକୁ ୨୨ ମାର୍ଚ୍ଚ ଠାରୁ ଅପଗ୍ରେଡେସନ୍‌ ଆରମ୍ଭ କରାଯିବ ।

ଓଲା ଇଲେକଟ୍ରିକ ନିଜର ବୟାନରେ କହିଛି ଯେ ଫ୍ରଣ୍ଟ ଫୋର୍କ ଆର୍ମ ଅପଗ୍ରେଡେସନ ଏହାର ନିରନ୍ତର ଇଞ୍ଜିନିୟରିଂ ଏବଂ ଡିଜାଇନ ସୁଧାର ପ୍ରକ୍ରୀୟାର ଏକ ଅଂଶ । ଏହାଦ୍ୱାର Ola S1 Electric Scooter ର ପାଓ୍ଵାର ବଢ଼ିବ । କମ୍ପାନୀ ଜଣାଇଛି ଯେ ଗ୍ରାହକ ନିଜର ନିକଟସ୍ଥ ଓଲା ସୋରୁମ କିମ୍ବା ତାର ସର୍ଭିସ ସେଣ୍ଟରରେ ଆଡମିସନ୍‌ ବୁକ୍‌ କରିପାରିବେ ।

ଓଲା ବର୍ଷ ୨୦୨୨ରେ ନିଜର ଇଲେକଟ୍ରିକ ସ୍କୁଟରର ୧୪୦୦ ରୁ ଅଧିକ ୟୁନିଟକୁ ଫେରାଇ ନେଇଥିଲା । ସେତେବେଳେ ଅଲଗା ଅଲଗା କମ୍ପାନୀର ଇଲେକଟ୍ରିକ ସ୍କୁଟରରେ ନିଆଁ ଲାଗିଯିବାର ଅନେକ ଘଟଣା ସାମ୍ନାକୁ ଆସିବା ପରେ ଓଲା ଇଲେକଟ୍ରିକ ଏହି ପଦକ୍ଷେପ ଉଠାଇଥିଲା । କମ୍ପାନୀ କହିଥିଲା ଯେ ଓଲା ଏସ୧ ପ୍ରୋରେ ବ୍ୟାଟେରୀ, ଥର୍ମାଲ ଏବଂ ସେଫ୍ଟି ସହ ଜଡିତ ଯାଞ୍ଚ କରାଯିବ ଏବଂ ଗ୍ରାହକଙ୍କ ସୁବିଧା ପାଇଁ ଏମିତି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.