Ola S1 Pro ଇଲେକଟ୍ରିକ ସ୍କୁଟରର ବ୍ୟାଟେରୀ ପ୍ୟାକ୍ ଦାମ୍ ୮୭,୨୯୮ ଟଙ୍କା, ଦାମ୍ ଦେଖି ଆଶ୍ଚର୍ଯ୍ୟରେ ଲୋକେ
ଧିରେ ଧିରେ ଭାରତୀୟ ବଜାରରେ ଇଲେକଟ୍ରିକ ବାହନ ଲୋକପ୍ରିୟ ହୋଇ ହୋଇ ଚାଲିଛି । ବହୁତ ଲୋକ ପୂର୍ବରୁ ହିଁ ଇଭିକୁ ପସନ୍ଦ କରିବା ସହିତ ଏହାକୁ ଚଲାଇବାକୁ ପସନ୍ଦ କରୁଛନ୍ତି ।
![ola1](https://knewsodisha.com/wp-content/uploads/2023/02/ola1.jpg)
ଧିରେ ଧିରେ ଭାରତୀୟ ବଜାରରେ ଇଲେକଟ୍ରିକ ବାହନ ଲୋକପ୍ରିୟ ହୋଇ ହୋଇ ଚାଲିଛି । ବହୁତ ଲୋକ ପୂର୍ବରୁ ହିଁ ଇଭିକୁ ପସନ୍ଦ କରିବା ସହିତ ଏହାକୁ ଚଲାଇବାକୁ ପସନ୍ଦ କରୁଛନ୍ତି । ଦୁଇଚକିଆ ବାହନରେ ଓଲା, ଏଥର, ଟିଭିଏସ, ହିରୋ ଭଳି କିଛି ଲୋକପ୍ରିୟ କମ୍ପାନୀ ରହିଛି, ଯେଉଁମାନେ ଇଲେକଟ୍ରିକ ସ୍କୁଟରକୁ ଲଞ୍ଚ୍ କରନ୍ତି । ବର୍ତ୍ତମାନ ସମୟରେ ଅନେକ ଇଲେକଟ୍ରିକ ବାହନ ମାଲିକ ଯେଉଁ କଥାକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ତାହା ହେଉଛି ବ୍ୟାଟେରୀ ଲାଇଫ୍ ଏବଂ ଏହାକୁ ବଦଳାଇବାରେ କେତେ ଟଙ୍କା ଖର୍ଚ୍ଚ । ଯଦିଓ ନିର୍ମାରକାରୀ କମ୍ପାନୀ କିଣିଲାବେଳେ ଓ୍ଵାରେଣ୍ଟୀ ବି ଦିଅନ୍ତି । ତଥାପି ମଧ୍ୟ ଲୋକ ଏହାର ଦାମ୍ ଜାଣିବା ପାଇଁ ଉତ୍ସାହିତ ଥାଆନ୍ତି ।
ବର୍ତ୍ତମାନ ଏକ ଟ୍ଵିଟ ଅନଲାଇନରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ Ola S1 ଏବଂ S1 Pro ଇଲେକଟ୍ରିକ ସ୍କୁଟରର ବ୍ୟାଟେରୀ ପ୍ୟାକକୁ ବଦଳାଇଲେ କେତେ ଟଙ୍କା ଖର୍ଚ୍ଚ ହେବ । ଏକ ପାର୍ସଲର ଫଟୋ ରହିଛି ଯେଉଁଥିରେ ବ୍ୟାଟେରୀକୁ ପ୍ୟାକ କରି ପଠାଯାଏ, ସେହି ଫଟୋ ଏବେ ଭାଇରାଲ ହେଉଛି । ଟ୍ଵିଟର ୟୁଜର ତରୁଣ ପାଲ ଏହାକୁ ପୋଷ୍ଟ କରିଛନ୍ତି । ତେବେ ପାର୍ସଲରେ ବ୍ୟାଟେରୀର ପ୍ରାଇସ ରେଟ ଲେଖାଅଛି । ଯାହାକୁ ଦେଖି ଲୋକମାନଙ୍କର ଆଶ୍ଚର୍ଯ୍ୟର ସିମା ରହୁନାହିଁ । ବିଶ୍ୱାସ କରନ୍ତୁ ଏ ଦାମ୍ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । 2.98 kWh ବ୍ୟାଟେରୀ ପ୍ୟାକ Ola S1 ଉପଯୋଗ କରୁଥିବା ଇଲେକଟ୍ରିକ ସ୍କୁଟରର ଦାମ୍ ଆପଣଙ୍କୁ ପ୍ରାୟ ୬୬,୫୪୯ ଟଙ୍କା ପଡିବ । Ola Electric S1 Pro ଇଲେକଟ୍ରିକ ସ୍କୁଟର ଯେଉଁଥିରେ ୩.୯୭kWh ବ୍ୟାଟେରୀ ପ୍ୟାକର ବ୍ୟବହାର କରାଯାଇଛି, ତାର ଦାମ ଆପଣଙ୍କୁ ପ୍ରାୟ ୮୭,୨୯୮ ଟଙ୍କା ପଡିବ ।
ତେବେ ଭାଇରାଲ ହେଉଥିବା ଏହି ପାର୍ସଲରେ ଥିବା ଏମଆରପିକୁ ଦେଖି ଏହା ସ୍ପଷ୍ଟ ହୋଇନି ଯେ ଏହାକୁ ସେୟାର କରିଥିବା ବ୍ୟକ୍ତି ନିଜ ସ୍କୁଟରରେ ବ୍ୟାଟେରୀ ପ୍ୟାକ ବଦଳାଇବାକୁ ସେଠାକୁ ଯାଇଥିଲେ ନା ଏହା ସର୍ଭିିସ ଷ୍ଟୋରରେ ଭୁଲରେ ଆସିଯାଇଛି । Ola S1 Proର ଦାମ୍ ୧୨,୦୦୦ ଟଙ୍କାର ରିହାତି ପରେ ୧.୨୮ ଲକ୍ଷ ଟଙ୍କା, ଯାହା ଓଲା ଇଲେକଟ୍ରିକର ବର୍ତ୍ତମାନର କ୍ରୟରେ ଦେଉଛି ।
Ola S1 ଏବଂ S1 Pro ଇଲେକଟ୍ରିକ ସ୍କୁଟର ବଜାରରେ ବହୁତ ଲୋକପ୍ରିୟ । ଓଲା କିଛି ବର୍ଷ ପୂର୍ବରୁ ନିଜ ଇଲେକଟ୍ରିକ ସ୍କୁଟରକୁ ବଜାରରେ ଲଞ୍ଚ୍ କରିଥିଲା ଏବଂ ସେବେ ଠାରୁ ଏହା ଚର୍ଚ୍ଚାରେ ରହିବାରେ ସଫଳ ହୋଇପାରିଛି । ସ୍କୁଟର ବିଷୟରେ ନକରାତ୍ମକ ଏବଂ ସକରାତ୍ମକ ଉଭୟ ରିପୋର୍ଟ ଥିଲା । ଏକ ବ୍ରାଣ୍ଡ ଓଲା ଏସ୧ ଇଲେକଟ୍ରିକ ସ୍କୁଟରର ଦାମ୍ ୯୯,୯୯୯ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ତାର ବ୍ୟାଟେରୀ ପ୍ୟାକର ଦାମ୍ ୬୬,୫୪୯ ଟଙ୍କା । Ola S1 Pro ଇଲେକଟ୍ରିକ ସ୍କୁଟରର ଦାମ୍ ୧.୨୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ । ଏହି ସ୍କୁଟରର ବ୍ୟାଟେରୀ ପ୍ୟାକର ଦାମ୍ ୮୭,୨୯୮ ଟଙ୍କା । ଇଣ୍ଟରନେଟରେ ଭାଇରାଲ ହେଉଥିବା ଫଟୋରୁ ଜଣାପଡୁଛି ଯେ ଏହି ସ୍କୁଟର ଗୁଡିକର ବ୍ୟାଟେରୀ ପ୍ୟାକ ବାସ୍ତବରେ କେତେ ମହଙ୍ଗା ହୋଇପାରେ ।