ଭାରତରେ ଲଞ୍ଚ୍‌ ହେଲା ola s1x, ଦାମ୍‌ କମ୍‌ ମାଇଲେଜ୍‌ ଅଧିକା

ଓଲା ଦାବି କରିଛି ଯେ ଏହି ଇଲେକଟ୍ରିକ ସ୍କୁଟର ଫୁଲ୍‌ ଚାର୍ଜରେ ୧୯୦ କିମି ପର୍ଯ୍ୟନ୍ତ ରେଞ୍ଜ୍‌ ଦେଇଥାଏ । ତେବେ କହିରଖିବାକୁ ଚାହିଁବୁ ଯେ ଏହ ହେଉଛି Ola S1 X ଲାଇନଅପରେ ସବୁଠାରୁ ଶକ୍ତିଶାଳୀ ଏବଂ ବଡ ବ୍ୟାଟେରୀ ମଡେଲ । Ola S1 X, 3 kWh ଭେରିଏଣ୍ଟ ଠାରୁ ଏହା ୨୦,୦୦୦ ଟଙ୍କା ଅଧିକ୍‌ ଦାମି ରହିଛି ।

କୌଣସି ବି ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ ଏତେ କମରେ ଏତେ ବଢ଼ିଆ ମାଇଲେଜ୍‌ ପାଇଁ ଦାବି କରିବେନି । କିନ୍ତୁ ଓଲା ଇଲେକଟ୍ରିକ୍‌ ଆଜି ଏମିତି କରି ବିଲକୁଲ ଚମକାଇ ଦେଇଛି । ବେଙ୍ଗାଲୁରୁ ସ୍ଥିତ କମ୍ପାନୀ ଓଲା S1 X ନିଜର 4kWhର ନୂଆ ବ୍ୟାଟେରୀ ଭେରିଏଣ୍ଟକୁ ପ୍ରାୟ ୧ଲକ୍ଷ ୧୦ ହଜାରରେ ଲଞ୍ଚ୍‌ କରିଛି । ଓଲା ଦାବି କରିଛି ଯେ ଏହି ଇଲେକଟ୍ରିକ ସ୍କୁଟର ଫୁଲ୍‌ ଚାର୍ଜରେ ୧୯୦ କିମି ପର୍ଯ୍ୟନ୍ତ ରେଞ୍ଜ୍‌ ଦେଇଥାଏ । ତେବେ କହିରଖିବାକୁ ଚାହିଁବୁ ଯେ ଏହ ହେଉଛି Ola S1 X ଲାଇନଅପରେ ସବୁଠାରୁ ଶକ୍ତିଶାଳୀ ଏବଂ ବଡ ବ୍ୟାଟେରୀ ମଡେଲ । Ola S1 X, 3 kWh ଭେରିଏଣ୍ଟ ଠାରୁ ଏହା ୨୦,୦୦୦ ଟଙ୍କା ଅଧିକ୍‌ ଦାମି ରହିଛି ।

ଫିଚର

ଏଣ୍ଟ୍ରି ଲେବଲ ମଡେଲ Ola S1 X 2 kWh ୭୯,୯୦୦ ଟଙ୍କା (ଏକ୍ସ-ସୋରୁମ) ଦାମ୍‌ ଅନୁଯାୟୀ ରହିଛି । ବଡ ବ୍ୟାଟେରୀକୁ ଛାଡି ଏସ୧ ଏକ୍ସର 4 kWh ମଡେଲ ଏବଂ 3 kWh ମଡେଲ ମଧ୍ୟରେ କୌଣସି ବି ଅନ୍ତର ନାହିଁ । ଏହା ୩.୩ ସେକେଣ୍ଡରେ ୦-୪୦ କିମି/ଘଣ୍ଟାର ବେଗ ଧରିପାରେ । ଏହାପରେ ସ୍କୁଟରର ମ୍ୟାକ୍ସିମମ୍‌ ଗତି ୯୦ କିମି ପ୍ରତି ଘଣ୍ଟା ରହିଛି ।
ଓଲା S1 Xର ଇଲେକଟ୍ରିକ ମୋଟରର ମ୍ୟାକ୍ସିମମ୍‌ ଆଉଟପୁଟ୍‌ ୮ବିଏଚପି ରହିଛି । ଏଥିରେ ତିନିଟି ରାଇଡିଙ୍ଗ ମୋଡ ଯେମିତିକି ଇକୋ,ନର୍ମାଲ ଏବଂ ସ୍ପୋର୍ଟସ ରହିଛି । ଓଲା ଦାବି କରିଛି ଯେ S1 X 4 kWh ମଡେଲ ଫୁଲ୍‌ ଚାର୍ଜରେ ୧୯୦ କିମି ରେଞ୍ଜ୍‌ ପ୍ରଦାନ କରିବ । ନୂଆ ଲଞ୍ଚ୍‌ କରାଯାଇଥିବା ମଡେଲ୍‌ ବିଷୟରେ କଥା ହେବା ତାହେଲେ କମ୍ପାନୀର ସହ-ସଂସ୍ଥାପକ ଏବଂ ସିଇଓ କହିଛନ୍ତି ଯେ ଗ୍ରାହକ ଚାହୁଁଥିଲେ ଯେ କମ୍‌ ଦାମରେ ଅଧିକ ରେଞ୍ଜ୍‌ । ସେ କହିଛନ୍ତି ଯେ ଏହି ମଡେଲ ଏସ୧ ଏକ୍ସ ଦାମରେ ଏସ୧ ପ୍ରୋ ରେଞ୍ଜ୍‌ ସହ ମେଳ ଖାଇବ ।

ଓଲା ଜଣାଇଛି ଯେ ଏସ୧ ଏକ୍ସ ୨ ଏବଂ ୩କିଲୋଓ୍ଵାଟ ଭେରିଏଣ୍ଟର ଡେଲିଭରୀ ଚଳିତ ବର୍ଷ ଏପ୍ରିଲରେ ଆରମ୍ଭ ହେବ । କମ୍ପାନୀ କହିଛି ଯେ ୪ କିଲୋଓ୍ଵାଟ୍‌ ଭେରିଏଣ୍ଟର ଡେଲିଭରୀ ମଧ୍ୟ ଆରମ୍ଭ ହେବ । ବୁକିଙ୍ଗ ବି ଆରମ୍ଭ ହୋଇଗଲାଣି । ଓଲା ଏପ୍ରିଲ ସୁଦ୍ଧା ଦେଶରେ ଆଉଟଲେଟ୍ସ ସଂଖ୍ୟା ୪୦୦ରୁ ବଢ଼ାଇ ୬୦୦ କରିବାକୁ ଲକ୍ଷ୍ୟ ରଖିଛି ।

ତେବେ ଏହାରି ମଧ୍ୟରେ କମ୍ପାନୀ ଏସ୧ ଏୟାର ଏବଂ ଏସ ୧ ପ୍ରୋ ବ୍ୟାଟେରୀ ଉପରେ ୮ ବର୍ଷ/୮୦,୦୦୦ କିମିର ଓ୍ଵାରେଣ୍ଟି ଅଫର ଲଞ୍ଚ କରିଛି । ଯଦି ଆପଣ ଅତିରିକ୍ତ ୫,୦୦୦ ଟଙ୍କା ପେମେଣ୍ଟ କରିବେ ତାହେଲେ ଆପଣଙ୍କୁ ଏକ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିକ ଓ୍ଵାରେଣ୍ଟି ମିଳିବ । ୧୨,୫୦୦ ଟଙ୍କାରେ ଓ୍ଵାରେଣ୍ଟିକୁ ୧.୨୫ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ବଢ଼ାଇବାର ବିକଳ୍ପ ମଧ୍ୟ ରହିଛି ।