ମାଗଣାରେ ମିଳୁଛି Ola Scooter, କରିବାକୁ ହେବ ଏହି କାମ…ଟ୍ଵିଟ୍ କରି ସୂଚନା ଦେଲା କମ୍ପାନୀ

କ’ଣ ଆପଣଙ୍କୁ ବି ମାଗଣାରେ ଓଲା ଇଲେକ୍ଟ୍ରିକ୍ ସ୍କୁଟର ଦରକାର, ତ ଓଲା ଇଲେକ୍ଟ୍ରିକ୍ର ପ୍ରମୁଖ ଭାବିଶ୍ ଅଗ୍ରଓ୍ଵାଲଙ୍କ ଏହି ଅଫର ଆପଣଙ୍କ କାମରେ ଆସି ପାରିବ। ସେ ୧୦ ଜଣ ଗ୍ରାହକଙ୍କୁ ଗେରୁଆ ରଙ୍ଗର ଓଲା ସ୍କୁଟର ବିଲ୍କୁଲ ମାଗଣାରେ ଦେବାକୁ ଯାଉଛନ୍ତି। ବାସ୍ ଆପଣଙ୍କୁ କେବଳ ଏହି କାମ କରିବାକୁ ହେବ। ଆସନ୍ତୁ ଜାଣିବା କ’ଣ…
ଜୁନ୍ରେ ମିଳିବ ଡେଲିଭରୀ
ଭାବିଶ୍ ଅଗ୍ରଓ୍ଵାଲ ନିଜର ଏକ ଟ୍ଵିଟ୍ରେ କହିଛନ୍ତି କି, ତାଙ୍କ କମ୍ପାନୀ ସେହି ୧୦ ଜଣ ଗ୍ରାହକଙ୍କୁ ଗେରୁଆ ରଙ୍ଗର ଓଲା ସ୍କୁଟର ମାଗଣାରେ ଦେବ, ଯେଉଁମାନେ ସିଙ୍ଗଲ ଚାର୍ଜରେ ୨୦୦ କିଲୋମିଟରର ରେଞ୍ଜ୍ ପୂରା କରିବେ। କମ୍ପାନୀକୁ ଏମିତି ଦୁଇଜଣ ରାଇଡର୍ସ ମିଳି ସାରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ରାଇଡର MoveOS2 ଉପରେ ଏବଂ ଅନ୍ୟ ଜଣେ 1.0.16 ଉପରେ ଏହି ଉଲ୍ଲେଖନୀୟ କାର୍ଯ୍ୟ କରି ସାରିଛନ୍ତି। ଏହାର ଅର୍ଥ ହେଉଛି, କେହି ବି ରାଇଡର ଏହି କାମକୁ କରି ପାରିବେ। ଏଥି ସହିତ ଭାବିଶ୍ ଅଗ୍ରଓ୍ଵାଲ କହିଛନ୍ତି ଯେ ଯିଏ ବି ଓ୍ଵିନର ହେବେ, ତାଙ୍କୁ ଜୁନ୍ରେ କମ୍ପାନୀର Ola Futurefactory ଡକାଯିବ ଏବଂ ସେଠାରେ ମାଗଣା ଗେରୁଆ ଓଲା ସ୍କୁଟରର ଡେଲିଭରୀ ଦିଆଯିବ।

କହି ରଖୁଛୁ, ବିଗତ କିଛି ଦିନ ହେବ ଓଲା ସ୍କୁଟରକୁ ନେଇ ଅନେକ ଗ୍ରାହକ ନିଜ ଅଭିଯୋଗୁଡ଼ିକୁ ସୋସିଆଲ ମିଡିଆରେ ସାମ୍ନାକୁ ଆଣୁଛନ୍ତି। ଏଥିରେ ସବୁଠାରୁ ଅଧିକ ଅଭିଯୋଗ କମ୍ପାନୀର ସ୍କୁଟର ରେଞ୍ଜ ଏବଂ ରିଭର୍ସ ଫିଚରକୁ ନେଇ ରହିଛି, ଯାହାକୁ ଧ୍ୟାନରେ ରଖି କମ୍ପାନୀ ନିକଟରେ ନିଜ ସ୍କୁଟର ପାଇଁ ନୂଆ ଅପରେଟିଙ୍ଗ୍ ସିଷ୍ଟମ୍ MoveOS2 ଲଞ୍ଚ୍ କରିଛି। କିଛି ଦିନ ତଳେ ପୁଣେରେ ଏକ ଓଲା ସ୍କୁଟରରେ ନିଅାଁ ଲାଗି ଯାଇଥିଲା। ଏହି ଘଟଣା ପରେ କମ୍ପାନୀକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏପରି କି, କମ୍ପାନୀ ଘଟଣା ପରେ 1,411 ଓଲା ସ୍କୁଟରକୁ ରିକଲ୍ କରାଇଥିଲା।
ଖୋଲିଗଲା ନୂଆ ପରଚେଜ୍ ଓ୍ଵିଣ୍ଡୋ
ଓଲା ସ୍କୁଟରର ପରଚେଜ୍ ଓ୍ଵିଣ୍ଡୋ ୨୧ ମେ’ରୁ ପୁଣିଥରେ ଖୋଲୁଛି। ଗତଥର ଓଲା ସ୍କୁଟରର ପରଚେଜ୍ ଓ୍ଵିଣ୍ଡୋ ୧୭ ଓ ୧୮ ମାର୍ଚ୍ଚରେ ଖୋଲିଥିଲା। ଏଥର କମ୍ପାନୀ ସ୍କୁଟରର ଦାମ୍ରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଦିଲ୍ଲୀରେ ଏବେ Ola S1ର ବର୍ତ୍ତମାନର ଦାମ୍ ୮୫,୦୯୯ ଟଙ୍କା ଥିବା ବେଳେ Ola S1 Proର ଦାମ୍ ରହିଛି ୧,୧୦,୧୪୯ ଟଙ୍କା। ଏଥିରେ FAME-II ଏବଂ ରାଜ୍ୟ ସରକାରଙ୍କ ସବ୍ସିଡି ସାମିଲ ଅଛି।