ଦୁନିଆର ସବୁଠାରୁ ବଡ ଇ- ସ୍କୁଟର ପ୍ଲାଣ୍ଟ ଚଳାଇବେ କେବଳ ମହିଳା, ଓଲା ନେଲା ପଦକ୍ଷେପ
![ola](https://knewsodisha.com/wp-content/uploads/2021/09/ola.jpg)
ଓଲା ଦେଶରେ ଅଟୋ ମାର୍କେଟରେ ଇ- ସ୍କୁଟର ଆଣିବା ପରେ ଏକ ବଡ ଅଭିଯାନ ଆରମ୍ଭ କରିଛି। ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନକୁ ନେଇ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ଓଲା ପକ୍ଷରୁ ମହିଳା ସଶକ୍ତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀର କାରଖାନାରେ ୧୦ ହଜାର ମହିଳାଙ୍କୁ ନିଯୁକ୍ତି ଦେବ।
ଓଲାର ସହ ପ୍ରତିଷ୍ଠାତା ଭବିଷ ଅଗ୍ରୱାଲ୍ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେବଳ ମହିଳାମାନେ ଓଲା ଇଲେକ୍ଟ୍ରିକ୍ ସ୍କୁଟର ତିଆରି କରିବେ। ଆତ୍ମନିର୍ଭର ଭାରତ ଲାଗି ଆତ୍ମନିର୍ଭର ମହିଳା ଆବଶ୍ୟକ। ସେଥିପାଇଁ କେବଳ ମହିଳାଙ୍କୁ କାରଖାନାରେ ନିଯୁକ୍ତ କରିବୁ। ଯେଉଁ କିଛି ମହିଳାଙ୍କୁ ନିଯୁକ୍ତ କରାଯାଇଛି ସେମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓକୁ ସେ ନିଜେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।
Aatmanirbhar Bharat requires Aatmanirbhar women!
Proud to share that the Ola Futurefactory will be run ENTIRELY by women, 10,000+ at full scale! It’ll be the largest all-women factory in the world!!🙂
Met our first batch, inspiring to see their passion!https://t.co/ukO7aYI5Hh pic.twitter.com/7WSNmflKsd
— Bhavish Aggarwal (@bhash) September 13, 2021
ଇ-ଯାନ ତିଆରି କରିବା ଲାଗି ଓଲା ପକ୍ଷରୁ ତାମିଲନାଡୁରେ ୫୦୦ ଏକର ଜମିରେ ଓଲା ଫ୍ୟୁଚର୍ ଫ୍ୟାକ୍ଟ୍ରି ସ୍ଥାପନ କରାଯାଇଛି। ଏଥିରେ କମ୍ପାନୀ ୨୪୦୦ କୋଟି ଟଙ୍କା ନିବେଶ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ଏହି କାରଖାନାରେ ବର୍ଷକୁ ୧୦ ଲକ୍ଷ ଗାଡ଼ି ତିଆରି କରିବ। ଚାହିଦା ବଢ଼ିବା ପରେ ବାର୍ଷିକ ଉତ୍ପାଦନକୁ ୨୦ ଲକ୍ଷ ପର୍ଯ୍ୟନ୍ତ ବଢ଼ାଇବ। ଯଦି ସବୁକିଛି ସଠିକ ହୁଏ ତେବେ ପ୍ଲାଣ୍ଟର କ୍ଷମତା ବର୍ଷକୁ ୧ କୋଟି ପର୍ଯ୍ଯନ୍ତ ପହଞ୍ଚିପାରିବ ବୋଲି କମ୍ପାନୀ କହିଛି। କମ୍ପାନୀ ଗତ ମାସରେ ଇ- ସ୍କୁଟରର ଦୁଇଟି ଭାରିଆଣ୍ଟ ଓଲା ଏସ-୧ ଏବଂ ଏସ-୧ ପ୍ରୋ ଲଞ୍ଚ କରିଥିଲା। ଯାହାର ଦାମ ୯୯,୯୯୯ ଟଙ୍କା ଏବଂ ୧,୨୯,୯୯୯ ଟଙ୍କା ରହିଛି।