ବ୍ୟବସାୟ ଓ ଅର୍ଥନୀତି

୨୫ ବର୍ଷ ପୂର୍ତ୍ତି ଅବସରରେ କର୍ମଚାରୀଙ୍କ ସହ ପରିବାରବର୍ଗଙ୍କୁ ଦାମୀ ଗିଫ୍ଟ ଦେଲା ଏହି କମ୍ପାନୀ

(କେନ୍ୟୁଜ ବ୍ୟୁରୋ): ସଂଯୁକ୍ତ ରାଷ୍ଟ୍ର ୟୁଏଇରେ ଅବସ୍ଥିତ ଏକ କମ୍ପାନୀକୁ ପୁରିଛି ୨୫ ବର୍ଷ । ଏହି ୨୫ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ତା’ର କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛି । ତେବେ କମ୍ପାନୀ କେବଳ ନିଜ କର୍ମଚାରୀଙ୍କୁ ଉପହାର ଦେଉଛି ତାହା ନୁହେଁ କମ୍ପାନୀ ନିଜ କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଉପହାର ଦେବା ପାଇଁ ଘୋଷଣା କରିଛି । କମ୍ପାନୀର ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଅବସରରେ ଏରାଇଜ ଗ୍ରୁପ ଅଫ କମ୍ପାନୀର ସିଇଓ କମ୍ପାନୀର କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ୧୩.୪ ମିଲିୟନ ଅର୍ଥାତ ୩୦ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛି । ଏହି ଉପହାରକୁ ବାଣ୍ଟିବା ପାଇଁ କମ୍ପାନୀ ଏକ ଭିନ୍ନ ଉପାୟ ବାହାର କରିଥିବା ସୂଚନା ମିଳିଛି ।

ଏହି ସମାରୋହରେ ଯୋଗ ଦେବା ପାଇଁ ୨୫ ଜଣ କର୍ମଚାରୀଙ୍କ ପରିବାର ସଦସ୍ୟ ଭାରତରୁ ୟୁଏଇ ପହଞ୍ଚିଥିଲେ । କମ୍ପାନୀର ସିଇଓ ସୋହନ ରାୟ ନିଜ କର୍ମଚାରୀଙ୍କ ପାଇଁ ‘ସିଲଭର ଜୁବଲି ଗିଫ୍ଟ’ ଦେବା ପାଇଁ ଘୋଷଣା କରିଥିଲେ । ଏହା ସହିତ କମ୍ପାନୀ ନିଜର ୨୫ ତମ ବାର୍ଷିକୀ ଖୁବ ଧୁମଧାମରେ ପାଳନ କରିଛି । କମ୍ପାନୀର କର୍ମଚାରୀଙ୍କ ଦକ୍ଷତା ପାଇଁ କମ୍ପାନୀର ଉନ୍ନତି ହୋଇଥିବା କମ୍ପାନୀର ସିଇଓ କହିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, କର୍ମଚାରୀ ମାନେ ଆମ କମ୍ପାନୀ ପାଇଁ ଯାହା କରିଛନ୍ତି ତାହା ପଶଂସନୀୟ ।

କମ୍ପାନୀ ନିଜ କର୍ମଚାରୀଙ୍କ ସଦସ୍ୟଙ୍କ ବିଭିନ୍ନ ପ୍ରକାର ସୁବିଧା ଯୋଗାଇଛି । କର୍ମଚାରୀଙ୍କୁ ଘର, ଏବଂ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା ସହ ଛାତ୍ରବୃତ୍ତି ଦେବା ଭଳି ଯୋଜନାମାନ ଲାଗୁ କରିଛି କମ୍ପାନୀ । ଏଥି ପାଇଁ ଏକ ଫର୍ମୁଲା ଆବିଷ୍କାର କରାଯାଇଛି, ଟେକହୋମ ସ୍ୟାଲାରୀର ୨୫ ପ୍ରତିଶତ କର୍ମଚାରୀଙ୍କ ପତ୍ନୀଙ୍କୁ ମିଳିବାର ନିଷ୍ପତ୍ତି ନିଆଯାଇଛି । ଏହି ଲାଭ କେବଳ ସେହି କର୍ମଚାରୀଙ୍କୁ ମିଳିବ ଯେଉଁ କର୍ମଚାରୀମାନେ କମ୍ପାନୀରେ ୩ ବର୍ଷ ପୂରା କରିଛନ୍ତି ।

ଏରିଜ ଗ୍ରୁପ ଅଫ କମ୍ପାନୀର ସିଇଓ ଭାରତରୁ ହିଁ ନିଜର ଯାତ୍ରା ଆରମ୍ଭ କରିଥିଲେ । ସେ ୧୯୯୮ ମସିହାରେଏହି କମ୍ପାନୀ ଆରମ୍ଭ କରିଥିଲେ । ତାଙ୍କ କମ୍ପାନୀରେ ୨୦୦୦ରୁ ଅଧିକ କର୍ମଚାରୀ କାମ କରନ୍ତି । ସେହିପରି ଏହି କମ୍ପାନୀ ପାଖାପାଖି ୨୫ଟି ଦେଶରେ ନିଜର କାର୍ଯ୍ୟ ଜାରି ରଖିଛି । କମ୍ପାନୀ ଉନ୍ନତି କରୁଥିଲେ ମଧ୍ୟ ଏହା ନିଜ କର୍ମଚାରୀଙ୍କ ଯୋଗଦାନକୁ ଭୁଲି ନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago