ପୁଣି ସାଧାରଣ ଗ୍ରାହକଙ୍କୁ ମହଙ୍ଗା ମାଡ଼, ଆଉ ଅଧିକ ୬ ଟଙ୍କା ଦେଇ କିଣିବେ ସିଏନଜି

ସାଧାରଣ ଜନତା ଉପରେ ପୁଣି ମହଙ୍ଗା ମାଡ ହୋଇଛି। ପୁଣି ଥରେ ଗ୍ରାହକ ମହଙ୍ଗା ଦରରେ ସିଏନଜି କିଣିବେ। ମୁମ୍ବାଇ ସହରର ଗ୍ୟାସ ବିତରକ ମହାନଗର ଗ୍ୟାସ୍‌ ଲିମିଟେଡ୍‌ ପକ୍ଷରୁ ସିଏନଜି ଦାମ୍‌ ବୃଦ୍ଧି କରାଯାଇଛି। ଏହାସହିତ ପିଏନଜିର ଦାମ ମଧ୍ୟ ବଢାଯାଇଛି। ଏବେ ପେଟ୍ରୋଲ ଓ ଡିଜେଲର ଦାମ୍‌ ସ୍ଥିର ରହିଛି। କିନ୍ତୁ ସିଏନଜି ଦାମ୍‌ ବଢିବା ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଦେଶର ବିଭିନ୍ନ ସ୍ଥାନରେ ସିଏନଜି ଦାମ ବୃଦ୍ଧି ହୋଇଛି। ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଛି। ଏବେ ସିଏନଜି କିଲୋ ପ୍ରତି ୬ଟଙ୍କା ଅଧିକ ଦେବାକୁ ହେବ। ଏହା ସହିତ ପିଏନଜିର ଦାମ୍‌ରେ ମଧ୍ୟ ବୃଦ୍ଧି ହୋଇଛି। ପିଏନଜି କିଲୋ ପ୍ରତି ୪ ଟଙ୍କା ପ୍ରତି ୟୁନିଟ୍‌ ବଢିବାର ଘୋଷଣା ହୋଇଛି। ସିଏନଜି ଦାମ ମାସକ ଭିତରେ ଦୁଇଥର ବଢିଛି।

ଚଳିତବର୍ଷ ଏପ୍ରିଲ ମାସ ଠାରୁ ସିଏନଜି ଦାମ ୬ ଥର ବଢିଛି। ସିଏନଜି ଦାମ୍‌ କିଲୋପ୍ରତି ୮୬ ଟଙ୍କା ଏବଂ ଘେରାଇ ପିଏନଜି ଦାମ୍‌ ପ୍ରତିୟୁନିଟ୍‌ ୫୨.୫୦ ଟଙ୍କା ଦେବାକୁ ହେବ। ନିକଟରେ ଲକ୍ଷ୍ମୌରେ ସିଏନଜି ଦାମ୍‌ ବଢିଥିଲା। ଗ୍ରୀନ ଗ୍ୟାସ ଲିମିଟେଡ୍‌ରେ ଲକ୍ଷ୍ମୌ ଏବଂ ଉନ୍ନାଓରେ ସିଏନଜି ଦାମ୍‌ ପ୍ରତି କିଲୋ ୫.୩ ଟଙ୍କା ରହିଥିଲା। ଏହାପରେ ଲକ୍ଷ୍ମୌରେ ସିଏନଜି ଦାମ୍‌ ୯୬.୧୦ ଟଙ୍କା ଏବଂ ଉନ୍ନାଓରେ ୯୭.୫୫ ଟଙ୍କା ପ୍ରତି କିଲୋ ମିଳୁଛି। ଏଠାରେ ସିଏନଜି ଦାମ୍‌ ପେଟ୍ରୋଲ ଓ ଡିଜେଲ ଦାମ୍‌ ପାଖାପାଖି ହୋଇଗଲାଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.