ଭୁବନେଶ୍ୱର AIIMSରେ ପ୍ରତ୍ୟେକ୍ଷ ନିଯୁକ୍ତି! ବିଭିନ୍ନ ବିଭାଗରେ ପ୍ରଫେସର ପଦବୀ ଖାଲି; ଜାଣନ୍ତୁ ଯୋଗ୍ୟତା ଓ ବେତନ

ନିଯୁକ୍ତି ସୁଯୋଗ ଆଣିଛି ଭୁବନେଶ୍ୱର AIIMS। ଓଡ଼ିଶାସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ବିଭିନ୍ନ ବିଭାଗରେ ପ୍ରଫେସର ପଦବୀ ପୂରଣ ପାଇଁ ଅନଲାଇନ ଆବେଦନ ଆମନ୍ତ୍ରିତ କରାଯାଇଛି। ପ୍ରତ୍ୟେକ୍ଷ ନିଯୁକ୍ତି ଭିତ୍ତିରେ ଖାଲି ପଡ଼ିଥିବା ଏହି ପଦବୀଗୁଡ଼ିକୁ ପୂରଣ କରାଯିବ। ଏହି ବିଜ୍ଞପ୍ତି ଏମ୍ପ୍ଲୋୟମେଣ୍ଟ ନ୍ୟୁଜ୍‌/ରୋଜଗାର ସମାଚାରରେ ବିଜ୍ଞାପନ ପ୍ରକାଶନ ତାରିଖଠାରୁ ୧ ବର୍ଷ ପାଇଁ ବୈଧ ରହିବ। ପ୍ରଥମ କଟ୍‌-ଅଫ୍‌ ତାରିଖ ଏମ୍ପ୍ଲୋୟମେଣ୍ଟ ନ୍ୟୁଜ୍‌/ରୋଜଗାର ସମାଚାରରେ ବିଜ୍ଞାପନ ପ୍ରକାଶନ ତାରିଖଠାରୁ ୩୦ ଦିନ ହେବ।

ଅତିରିକ୍ତ ବିବରଣୀ

ପ୍ରଫେସର: ୨୯ ପଦ

ଅତିରିକ୍ତ ପ୍ରଫେସର: ୫ ପଦ

ଆସୋସିଏଟ୍‌ ପ୍ରଫେସର: ୮ ପଦ

ଆସିଷ୍ଟାଣ୍ଟ ପ୍ରଫେସର: ୨୫ ପଦ

ଯୋଗ୍ୟତା/ଅନୁଭବ

ଆବଶ୍ୟକ ଅଭିଜ୍ଞତା ସହ ଭାରତୀୟ ଚିକିତ୍ସା ପରିଷଦ ଅଧିନିୟମ, ୧୯୫୬ର ତୃତୀୟ ଅନୁସୂଚୀର ଭାଗ ୨ କିମ୍ବା ଅନୁସୂଚୀ ପ୍ରଥମ କିମ୍ବା ଦ୍ୱିତୀୟରେ ଅନ୍ତର୍ଭୁକ୍ତ ଥିବା ଡାକ୍ତରୀ ଯୋଗ୍ୟତା। ତୃତୀୟ ଅନୁସୂଚୀର ଭାଗ ୨ରେ ଅନ୍ତର୍ଭୁକ୍ତ ଯୋଗ୍ୟତା ଥିବା ଆଶାୟୀମାନଙ୍କୁ ମଧ୍ୟ ଧାରା ୧୩(୩)ରେ ନିର୍ଦ୍ଦିଷ୍ଟ ସର୍ତ୍ତଗୁଡ଼ିକୁ ପୂରଣ କରିବାକୁ ହେବ।

ସର୍ବାଧିକ ବୟସ ସୀମା

ପ୍ରଫେସର/ ଅତିରିକ୍ତ ପ୍ରଫେସର: କଟ୍‌-ଅଫ୍‌ ତାରିଖ ଅନୁସାରେ ୫୮ ବର୍ଷରୁ ଅଧିକ ହୋଇ ନ ଥିବ।

ଆସୋସିଏଟ୍‌ ପ୍ରଫେସର/ ସହାୟକ ପ୍ରଫେସର: କଟ୍‌-ଅଫ୍‌ ତାରିଖ ଅନୁସାରେ ୫୦ ବର୍ଷରୁ ଅଧିକ ହୋଇ ନ ଥିବ।

ବେତନ ଏବଂ ଭତ୍ତା

ପ୍ରଫେସର: ସର୍ବନିମ୍ନ ବେତନ ୧,୬୮,୯୦୦ ଟଙ୍କା (କେବଳ ମେଡିକାଲି ରୂପେ ଯୋଗ୍ୟ ଆଶାୟୀମାନଙ୍କ ପାଇଁ ଏନ୍‌ପିଏ)

ଅତିରିକ୍ତ ପ୍ରଫେସର: ସର୍ବନିମ୍ନ ବେତନ ୧,୪୮,୨୦୦ ଟଙ୍କା (କେବଳ ମେଡିକାଲି ରୂପେ ଯୋଗ୍ୟ ଆଶାୟୀମାନଙ୍କ ପାଇଁ ଏନ୍‌ପିଏ)

ଆସୋସିଏଟ୍‌ ପ୍ରଫେସର: ସର୍ବନିମ୍ନ ବେତନ ୧,୩୮,୩୦୦ ଟଙ୍କା (କେବଳ ମେଡିକାଲି ରୂପେ ଯୋଗ୍ୟ ଆଶାୟୀମାନଙ୍କ ପାଇଁ ଏନ୍‌ପିଏ)

ସହାୟକ ପ୍ରଫେସର: ସର୍ବନିମ୍ନ ବେତନ ୧,୦୧,୫୦୦ (କେବଳ ମେଡିକାଲି ରୂପେ ଯୋଗ୍ୟ ଆଶାୟୀମାନଙ୍କ ପାଇଁ ଏନ୍‌ପିଏ)। ୩ ବର୍ଷ ପରେ ବେତନ ମ୍ୟାଟ୍ରିକ୍ସ ସ୍ତର ୧୩କୁ ଯିବାର ବ୍ୟବସ୍ଥା।

ଆବେଦନ ପ୍ରକ୍ରିୟା

ସମସ୍ତ ପ୍ରକାର ଯୋଗ୍ୟ ମାନଦଣ୍ଡ ପୂରଣ କରି ପାରୁଥିବା ଇଚ୍ଛୁକ ପ୍ରାର୍ଥୀ କେବଳ ଅନଲାଇନ ଆବେଦନ ମାଧ୍ୟମରେ ଆବେଦନ କରି ପାରିବେ। ଆବେଦନର ଅନଲାଇନ ପଞ୍ଜୀକରଣ ଏମ୍ସ, ଭୁବନେଶ୍ୱରର ଅଫିସିଆଲ େଓ୍ଵବ୍‌ସାଇଟ ଅର୍ଥାତ୍‌ https://aiimsbhubaneswar.nic.inରେ ଉପଲବ୍ଧ କରାଯିବ।

ଅଧିକ ସୂଚନା ପାଇଁ ଅଫିସିଆଲ ବିଜ୍ଞପ୍ତି ପଢ଼ନ୍ତୁ: https://aiimsbhubaneswar.nic.in/admin/Document/WhatNew/WhatNew-1795.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.