ପୋଷ୍ଟ ଅଫିସର ଖାସ୍ ସ୍କିମ୍, ମାତ୍ର ୧୫୦ ଟଙ୍କା ସଂଚୟ କରି ପାଆନ୍ତୁ ୨୫ ଲକ୍ଷ

ଛୋଟ ଛୋଟ ସଂଚୟ କରି ଆପଣ ବଡ଼ ରାଶି ରଖିପାରିବେ । ପ୍ରତିଦିନର ଖର୍ଚ୍ଚରୁ ଯଦି ଆପଣ ୧୦୦ – ୧୫୦ ଟଙ୍କା ସଂଚୟ କରୁଛନ୍ତି ତେବେ ଏହି ଟଙ୍କା ଲଗାଇ ଆପଣ ଭଲ ଇନଭେଷ୍ଟମଣ୍ଟେ କରିପାରିବେ । ସେହପରି ଏକ ସ୍କିମ୍ ହେଉଛି ପୋଷ୍ଟ ଅଫିସର ପିପିଏଫ୍ ସ୍କିମ୍ । ଏଥିରେ ପ୍ରତିଦିନ ୧୫୦ ଟଙ୍କା ନିବେଶ କରି ମାତ୍ର ୨୦ ବର୍ଷ ମଧ୍ୟରେ ୨୫ ଲକ୍ଷ ପାଇପାରିବେ । ଏହା ସହ ଏହି ଇନଭେଷ୍ଟମେଂଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ମଧ୍ୟ ।

୨୫ ବର୍ଷ ବୟସରେ ଆପଣଙ୍କ ଦରମା ଯଦି ୩୦ରୁ ୩୫ ହଜାର ଟଙ୍କା ତେବେ ଅନ୍ୟ ସଂଚୟ ବ୍ୟତୀତ ପ୍ରତିଦିନ ୧୦୦ ରୁ ୧୫୦ ଟଙ୍କା ସଂଚୟ କରିପାରିବେ । ଏହି ସଂଚୟ ୪୫ ବର୍ଷ ବୟସରେ ଆପଣଙ୍କୁ ୨୫ ଲକ୍ଷ ଟଙ୍କା ରାଶି ଦେଇପାରେ । ଆଉ ଏମିତିରେ ବି ପ୍ରତିଦିନ ୧୦୦ ରୁ ୧୫୦ ଟଙ୍କା ସଂଚୟ କରିବା କଷ୍ଟ ମଧ୍ୟ ନୁହେଁ ।

କଣ ଏହି ସ୍କିମ୍ :

post-officeପୋଷ୍ଟ ଅଫିସ୍ ପିପିଏଫ୍ ଆକାଉଂଟ୍ ଖୋଲିବା ସୁବିଧା ଦେଇଥାଏ । ଏହି ଆକାଉଂଟ୍ ୧୫ ବର୍ଷ ପାଇଁ ଖୋଲିପାରିବେ । ଯାହାକୁ ଆଗକୁ ୫ ବର୍ଷ ପାଇଁ ବଢାଇପାରିବେ । ଏବେ ପିପିଏଫରେ ବାର୍ଷିକ ୭.୬ ପ୍ରତିଶତ ସୁଧ ଦର ରହିଛି । ପିପିଏଫରେ ଅତିକମରେ ୧୦୦ଟଙ୍କାରେ ଆକାଉଂଟ୍ ଖୋଲି ପାରିବେ । ତେବେ ଏଥିରେ ଗୋଟିଏ ଫାଇନାନ୍ସିଆଲରେ ଅନ୍ତତଃ ୫୦୦ ଟଙ୍କା ନିବେଶ କରବା ଜରୁରୀ । ଗୋଟିଏ ବର୍ଷ ମଧ୍ୟରେ ୧.୫ ଲକ୍ଷ ଟଙ୍କା ନିବେଶ କରିପାରିବେ ।

ଯଦି ପ୍ରତିଦିନ ୧୫୦ ଟଙ୍କା ହିସାବରେ ସଂଚୟ କରୁଛନ୍ତି ତେବେ ୧୫ ବର୍ଷ ମଧ୍ୟରେ ପ୍ରାୟ ୮.୧୦ ଲକ୍ଷ ହୋଇଯିବ । ଆଉ ବାର୍ଷିକ ୭.୬ % ସୁଧହାର ହିସାବରେ ୧୫ବର୍ଷ ମଧ୍ୟରେ ଆପଣଙ୍କ ପୁରା ଫଣ୍ଡ ୧୫.୩୦ ଲକ୍ଷ ହୋଇଯିବ । ଅର୍ଥାତ୍ ପୁରା ନିବେଶ ଉପରେ ଆପଣଙ୍କୁ ୭.୧୯ ଲକ୍ଷ ଅତିରିକ୍ତ ସୁଧ ପାଇବେ ।

ସେହିପରି ଯଦି ପ୍ରତିଦିନ ୧୫୦ ଟଙ୍କା ହିସାବରେ ଗୋଟିଏ ମାସରେ ୪୫୦୦ଟଙ୍କା ନିବେଶ କରିପାରିବେ । ଏହିଭଳି ଗୋଟିଏ ବର୍ଷରେ ୫୪ ହଜାର ନିବେଶ କରିପାରିବେ । ସେହିପରି ୨୦ ବର୍ଷରେ ସମ୍ପୂର୍ଣ୍ଣ ନିବେଶ ୧୦.୮୦ ଲକ୍ଷ ହୋଇଯିବ । ୭.୬ % ବାର୍ଷିକ ସୁଧହାର ହିସାବରେ ୨୦ ବର୍ଷ ମଧ୍ୟରେ ୨୫.୪୪ ଫଣ୍ଡ ମିଳିବ । ଅର୍ଥାତ୍ ଆପଣଙ୍କୁ ୧୪.୬୪ ଲକ୍ଷ ଅତିରିକ୍ତ ସୁଧ ମିଳିବ ।

ପିପିଏଫ୍ ଆକାଉଂଟର ଲାଭ :

india-post-ଏହି ଆକାଉଂଟ୍ ମାତ୍ର ୧୦୦ ଟଙ୍କାରେ ଖୋଲାଯାଇପାରିବ । ଏହା ସହ ଜଏଟ୍ ଆକାଉଂଟ୍ ମଧ୍ୟ ଖୋଲି ପାରିବେ । ନୋମିନେସନ୍ ସୁବିଧା ମଧ୍ୟ ରହିଛି । ୧୫ ବର୍ଷର ମ୍ୟାଚୋରିଟି ପିରିୟଡ୍ ପୁରା ହେବା ପରେ ଏହାକୁ ଦୁଇ ଥର ୫ – ୫ ବର୍ଷ ପାଇଁ ବଢାଇପାରିବେ । ଏଥିରେ ହେଉଥିବା ଆୟ ଟ୍ୟାକ୍ସ ଫ୍ରି ମଧ୍ୟ ।