ଏନପିଏସ୍‌ ର ଏହି ସ୍କିମରେ ଆପଣଙ୍କ ସ୍ତ୍ରୀଙ୍କୁ ମିଳିବ ମାସିକ ୪୪,୭୯୩ ଟଙ୍କା ପେନସନ, ଜାଣନ୍ତୁ ଏହି ବେଷ୍ଟ ସ୍କିମ ସମ୍ପର୍କରେ..

ନିଜ କଷ୍ଟ ଅର୍ଜିତ ଅର୍ଥରୁ କିଛି କିଛି ଜମା କରି ଏକ ଜମାପୁଞ୍ଜି ଖୋଲିବା ଉଚିତ । ଯାହାକି ଭବିଷ୍ୟତରେ ବିପଦ ସମୟରେ କାମରେ ଆସିବ । ଯେତେ କମ ବୟସରୁ ବ୍ୟକ୍ତି ସଂଚୟ କରିବା ଆରମ୍ଭ କରିବେ ରିଟାୟରମେଣ୍ଟ ପରେ ସେତେ ଅଧିକ ଫଣ୍ଡ ମିଳିବ । ଆଉ ଏହି ରିଟାୟରମେଣ୍ଟ ଫଣ୍ଡ ପାଇଁ “ନ୍ୟାସନାଲ ପେମେଣ୍ଟ ସିଷ୍ଟମ” ବା ଏନପିଏସ ହେଉଛି ସବୁଠୁ ଲୋକପ୍ରିୟ ମାଧ୍ୟମ । ଦେଶର ସମସ୍ତ ସରକାରୀ ତଥା ବେସରକାରୀ ବ୍ୟାଙ୍କରେ ଏହି ଯୋଜନା ଅଧୀନରେ ଆକାଉଣ୍ଟ ଖୋଲା ଯାଇପାରିବ । ଭାରତର ନ୍ୟାସନାଲ ପେନ୍ସନ ସିଷ୍ଟମରେ ୧୮ରୁ ଆରମ୍ଭ କରି ୬୦ ବର୍ଷ ବୟସ୍କଙ୍କ ପର୍ଯ୍ୟନ୍ତ ନିବେଶ କରିବା ନେଇ ସୁବିଧା ରହିଛି ।

ଯଦି ଆପଣ ଚାହୁଁଛନ୍ତି କି, ଆପଣଙ୍କ ସ୍ତ୍ରୀ ଆତ୍ମନିର୍ଭରଶୀଳ ହୁଅନ୍ତୁ, ଯଦ୍ଦ୍ଵାରା ଆପଣଙ୍କ ଅନୁପସ୍ଥିତିରେ ଘରେ ଏକ ନିୟମିତ ଆୟ ଆସି ପାରିବ ଏବଂ ଭବିଷ୍ୟତରେ ଆପଣଙ୍କ ସ୍ତ୍ରୀ ଟଙ୍କା ପାଇଁ କାହା ଉପରେ ନିର୍ଭର କରିବେ ନାହିଁ, ତା’ ହେଲେ ଆଜି ହିଁ ତାଙ୍କ ପାଇଁ ନିୟମିତ ରୋଜଗାରର ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଆପଣଙ୍କୁ ନ୍ୟାସନାଲ ପେନସନ ସ୍କିମ୍‌ରେ ନିବେଶ କରିବାକୁ ହେବ। ଆମେ କହୁଛୁ ଏନପିଏସ୍‌ ରେ ଥିବା ବେଷ୍ଟ ସ୍କିମ ବିଷୟରେ। ଯାହାର ଲାଭ ଉଠାଇପାରିବେ ବିବାହିତ ମହିଳା।

ଆପଣ ନିଜ ସ୍ତ୍ରୀଙ୍କ ନାମରେ ନ୍ୟୂ ପେନସନ ସ୍କିମ ଆକାଉଣ୍ଟ୍ ଖୋଲି ପାରିବେ। NPS ଆକାଉଣ୍ଟ ଆପଣଙ୍କ ସ୍ତ୍ରୀଙ୍କୁ ୬୦ ବର୍ଷ ବୟସ ହେବା ପରେ ବଢ଼ିଆ ରାଶି ପ୍ରଦାନ କରିବ। ଏଥି ସହିତ ପ୍ରତି ମାସରେ ତାଙ୍କୁ ପେନସନ ରୂପରେ ନିୟମିତ ଆୟ ମଧ୍ୟ ଦେବ। କେବଳ ଏତିକି ନୁହେଁ, NPS ଆକାଉଣ୍ଟ ସହିତ ଆପଣ ଏହା ମଧ୍ୟ ସ୍ଥିର କରି ପାରିବେ ଯେ ଆପଣଙ୍କ ସ୍ତ୍ରୀଙ୍କୁ ପ୍ରତି ମାସରେ କେତେ ପେନସନ ମିଳିବ। ଆପଣଙ୍କ ସ୍ତ୍ରୀ ୬୦ ବର୍ଷ ବୟସ ପରେ ଟଙ୍କା ପାଇଁ କାହା ଉପରେ ନିର୍ଭରଶୀଳ ହେବେ ନାହିଁ।

ଏଥିପାଇଁ ଆପଣଙ୍କୁ କିଛି ନିବେଶ କରିବାକୁ ପଡ଼ିବ । ଆପଣ ନ୍ୟୁ ପେନସନ ସ୍କିମ (NPS) ଆକାଉଣ୍ଟରେ ନିଜ ସୁବିଧା ଅନୁସାରେ ପ୍ରତ୍ୟେକ ମାସ କିମ୍ବା ବାର୍ଷିକ ଟଙ୍କା ଜମା କରି ପାରିବେ। ଆପଣ ମାତ୍ର ୧୦୦୦ ଟଙ୍କାରେ ମଧ୍ୟ ସ୍ତ୍ରୀଙ୍କ ନାମରେ NPS ଆକାଉଣ୍ଟ ଖୋଲି ପାରିବେ। ୬୦ ବର୍ଷ ବୟସରେ NPS ଆକାଉଣ୍ଟ ରୁ ଆପଣ ଲାଭ ପାଇପାରିବେ। ନୂଆ ନିୟମ ଅଧୀନରେ ଆପଣ ଚାହିଁଲେ ସ୍ତ୍ରୀଙ୍କ ବୟସ ୬୫ ବର୍ଷ ହେବା ପର୍ଯ୍ୟନ୍ତ ମଧ୍ୟ NPS ଆକାଉଣ୍ଟ ଚଲାଇ ପାରିବେ।

ଏମିତିରେ ଆପଣଙ୍କୁ ୪୪,୭୯୩ ହଜାର ଟଙ୍କା ପେନସନ ମିଳିବ, ଜାଣନ୍ତୁ କେମିତି:

ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ସ୍ତ୍ରୀଙ୍କ ବୟସ ୩୦ ବର୍ଷ ଏବଂ ଆପଣ ତାଙ୍କ NPS ଆକାଉଣ୍ଟରେ ପ୍ରତି ମାସରେ ୫୦୦୦ ଟଙ୍କା ନିବେଶ କରୁଛନ୍ତି। ଆଉ ଯଦି ତାଙ୍କୁ ନିବେଶ ଉପରେ ବାର୍ଷିକ ୧୦ ପ୍ରତିଶତ ରିଟର୍ନ ମିଳେ, ତା’ ହେଲେ ୬୦ ବର୍ଷ ବୟସରେ ମୋଟ ୧.୧୨ କୋଟି ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ରହିବ। ତାଙ୍କୁ ଏଥିରୁ ପାଖାପାଖି ୪୫ ଲକ୍ଷ ଟଙ୍କା ମିଳିଯିବ। ଏହା ବ୍ୟତୀତ ତାଙ୍କୁ ପ୍ରତି ମାସରେ ୪୪,୭୯୩ ହଜାର ଟଙ୍କା ପେନସନ ମିଳିବ। ସବୁଠାରୁ ଖାସ୍‌ କଥା ହେଉଛି ଏହି ପେନସନ ତାଙ୍କୁ ଆଜୀବନ ମିଳିବ। NPS ହେଉଛି କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା। ଏହି ଯୋଜନାରେ ଆପଣ ଯେଉଁ ପଇସା ନିବେଶ କରନ୍ତି, ତାହାର ପରିଚାଳନା ପ୍ରଫେଶନାଲ ଫଣ୍ଡ ମ୍ୟାନେଜର କରି ଥାଆନ୍ତି।ତେଣୁ ସରକାରଙ୍କ ତରଫରୁ ଏହା କାର୍ଯ୍ୟକାରୀ ହେଉଥିବାରୁ ଆପଣଙ୍କ ପାଇଁ ଏହି ସ୍କିମ ସୁରକ୍ଷତ ରହିବ।

Leave A Reply

Your email address will not be published.