ବ୍ୟବସାୟ ଓ ଅର୍ଥନୀତି

ସ୍ତ୍ରୀଙ୍କ ନାମରେ ଆଜି ହିଁ ଖୋଲନ୍ତୁ ଏହି ସ୍ପେଶାଲ ଆକାଉଣ୍ଟ, ପ୍ରତି ମାସରେ ମିଳିବ ୪୫,୦୦୦ ଟଙ୍କା; ମନେ ରଖନ୍ତୁ ଆପଣ ଆଜୀବନ ପାଇବେ ମୋଟା ପେନସନ

ଯଦି ଆପଣ ଚାହୁଁଛନ୍ତି କି, ଆପଣଙ୍କ ସ୍ତ୍ରୀ ଆତ୍ମନିର୍ଭରଶୀଳ ହୁଅନ୍ତୁ, ଯଦ୍ଦ୍ଵାରା ଆପଣଙ୍କ ଅନୁପସ୍ଥିତିରେ ଘରେ ଏକ ନିୟମିତ ଆୟ ଆସି ପାରିବ ଏବଂ ଭବିଷ୍ୟତରେ ଆପଣଙ୍କ ସ୍ତ୍ରୀ ଟଙ୍କା ପାଇଁ କାହା ଉପରେ ନିର୍ଭର କରିବେ ନାହିଁ, ତା’ ହେଲେ ଆଜି ହିଁ ତାଙ୍କ ପାଇଁ ନିୟମିତ ରୋଜଗାରର ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଆପଣଙ୍କୁ ନ୍ୟାସନାଲ ପେନସନ ସ୍କିମ୍‌ରେ ନିବେଶ କରିବାକୁ ହେବ।

ସ୍ତ୍ରୀଙ୍କ ନାମରେ ଖୋଲନ୍ତୁ ନୂତନ ପେନସନ ସିଷ୍ଟମ୍ ଆକାଉଣ୍ଟ

ଆପଣ ନିଜ ସ୍ତ୍ରୀଙ୍କ ନାମରେ ନ୍ୟୂ ପେନସନ ସିଷ୍ଟମ୍ (NPS) ଆକାଉଣ୍ଟ୍ ଖୋଲି ପାରିବେ। NPS ଆକାଉଣ୍ଟ ଆପଣଙ୍କ ସ୍ତ୍ରୀଙ୍କୁ ୬୦ ବର୍ଷ ବୟସ ହେବା ପରେ ବଢ଼ିଆ ରାଶି ପ୍ରଦାନ କରିବ। ଏଥି ସହିତ ପ୍ରତି ମାସରେ ତାଙ୍କୁ ପେନସନ ରୂପରେ ନିୟମିତ ଆୟ ମଧ୍ୟ ଦେବ। କେବଳ ଏତିକି ନୁହେଁ, NPS ଆକାଉଣ୍ଟ ସହିତ ଆପଣ ଏହା ମଧ୍ୟ ସ୍ଥିର କରି ପାରିବେ ଯେ ଆପଣଙ୍କ ସ୍ତ୍ରୀଙ୍କୁ ପ୍ରତି ମାସରେ କେତେ ପେନସନ ମିଳିବ। ଆପଣଙ୍କ ସ୍ତ୍ରୀ ୬୦ ବର୍ଷ ବୟସ ପରେ ଟଙ୍କା ପାଇଁ କାହା ଉପରେ ନିର୍ଭରଶୀଳ ହେବେ ନାହିଁ।

ନିବେଶ କରିବା ମଧ୍ୟ ବହୁତ ସହଜ

ଆପଣ ନ୍ୟୁ ପେନସନ ସିଷ୍ଟମ୍ (NPS) ଆକାଉଣ୍ଟରେ ନିଜ ସୁବିଧା ଅନୁସାରେ ପ୍ରତ୍ୟେକ ମାସ କିମ୍ବା ବାର୍ଷିକ ଟଙ୍କା ଜମା କରି ପାରିବେ। ଆପଣ ମାତ୍ର ୧୦୦୦ ଟଙ୍କାରେ ମଧ୍ୟ ସ୍ତ୍ରୀଙ୍କ ନାମରେ NPS ଆକାଉଣ୍ଟ ଖୋଲି ପାରିବେ। ୬୦ ବର୍ଷ ବୟସରେ NPS ଆକାଉଣ୍ଟ ପରିପକ୍ୱ ହୋଇ ଯାଇଥାଏ। ନୂଆ ନିୟମ ଅଧୀନରେ ଆପଣ ଚାହିଁଲେ ସ୍ତ୍ରୀଙ୍କ ବୟସ ୬୫ ବର୍ଷ ହେବା ପର୍ଯ୍ୟନ୍ତ ମଧ୍ୟ NPS ଆକାଉଣ୍ଟ ଚଲାଇ ପାରିବେ।

୪୫ ହଜାର ପର୍ଯ୍ୟନ୍ତ ମାସିକ ଆୟ

ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ସ୍ତ୍ରୀଙ୍କ ବୟସ ୩୦ ବର୍ଷ ଏବଂ ଆପଣ ତାଙ୍କ NPS ଆକାଉଣ୍ଟରେ ପ୍ରତି ମାସରେ ୫୦୦୦ ଟଙ୍କା ନିବେଶ କରୁଛନ୍ତି। ଆଉ ଯଦି ତାଙ୍କୁ ନିବେଶ ଉପରେ ବାର୍ଷିକ ୧୦ ପ୍ରତିଶତ ରିଟର୍ନ ମିଳେ, ତା’ ହେଲେ ୬୦ ବର୍ଷ ବୟସରେ ମୋଟ ୧.୧୨ କୋଟି ଟଙ୍କା ତାଙ୍କ ଆକାଉଣ୍ଟରେ ଜମା ରହିଥିବ। ତାଙ୍କୁ ଏଥିରୁ ପାଖାପାଖି ୪୫ ଲକ୍ଷ ଟଙ୍କା ମିଳିଯିବ। ଏହା ବ୍ୟତୀତ ତାଙ୍କୁ ପ୍ରତି ମାସରେ ପ୍ରାୟ ୪୫,୦୦୦ ଟଙ୍କା ପେନସନ ମିଳିବାକୁ ଲାଗିବ। ସବୁଠାରୁ ଖାସ୍‌ କଥା ହେଉଛି, ଏହି ପେନସନ ତାଙ୍କୁ ଆଜୀବନ ମିଳି ଚାଲିଥିବ। NPS ହେଉଛି କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା। ଏହି ଯୋଜନାରେ ଆପଣ ଯେଉଁ ପଇସା ନିବେଶ କରନ୍ତି, ତାହାର ପରିଚାଳନା ପ୍ରଫେଶନାଲ ଫଣ୍ଡ ମ୍ୟାନେଜର କରି ଥାଆନ୍ତି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago