୧୦ମ ପାସ୍‌ଙ୍କ ପାଇଁ ସରକାରୀ ଚାକିରି କରିବାର ସୁଯୋଗ, ଡାକ ବିଭାଗରେ ହେଉଛି ବମ୍ପର ଭର୍ତ୍ତି

ଭାରତୀୟ ଡାକ ବିଭାଗରେ ଖାଲିପଡିଛି ଅନେକ ପଦବୀ। ଯଦି ଆପଣ ୧୦ମ ପାସ୍‌ କରିଛନ୍ତି, ତେବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଡାକ ବିଭାଗ ପୁଣି ଥରେ ଯୁବପିଢିଙ୍କ ପାଇଁ ସୁଯୋଗ ଆଣିଦେଇଛି। ଏହି ସବୁ ପଦବୀରେ ଭର୍ତ୍ତି ହରିଆଣା ଗ୍ରାମୀଣ ଡାକ ବିଭାଗ ସେବକ ପଦବୀ ପାଇଁ ହେଉଛି। ଯାହାର ଆବେଦନ କରିବାର ତାରିଖକୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ବଢାଇଦିଆଯାଇଛି।

ପଦବୀ ବିବରଣୀ

ଗ୍ରାମୀଣ ଡାକ ସେବକ : ୬୦୮

ବୟସ : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହୋଇଥିବା ଆବଶ୍ୟକ।

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୨ ଅଗଷ୍ଟ ପର୍ଯ୍ୟନ୍ତ ରହିଛି।

exam-4

ଶିକ୍ଷାଗତ ଯୋଗ୍ୟତା : ଯୋଗ୍ୟ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ।

ଏମିତି କରନ୍ତୁ ଆବେଦନ :

ଗ୍ରାମୀଣ ଡାକ ସେବକ ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ www.appost.inକୁ ଯାଇ ଅଧିକ ବିବରଣୀ ହାସିଲ କରିପାରିବେ। କିନ୍ତୁ ଧ୍ୟାନରେ ରଖନ୍ତୁ, କୌଣସି ପ୍ରକାର ତ୍ରୁଟି ହେବାରେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.