HPCL ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ୪୦ ହଜାରରୁ ୧.୮୦ ଲକ୍ଷ ପର୍ଯ୍ୟନ୍ତ ରହିଛି ଦରମା

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇସାରିଛି। ଯଦି ଆପଣ ଏହି ପ୍ରତିଷ୍ଠିତ କମ୍ପାନୀରେ ସରକାରୀ ଚାକିରୀ ପାଇବା ପାଇଁ ଚାହୁଁଛନ୍ତି ତେବେ ଆଗକୁ ଦିଆଯାଇଥିବା ସୂଚନା ଉପରେ ଧ୍ୟାନ ଦିଅନ୍ତୁ।

ନିଯୁକ୍ତି ପଦବୀ ନାମ ଏବଂ ସଂଖ୍ୟା:

ପ୍ରୋଜେକ୍ଟ ଇଂଜିନିୟର ମେକାନିକାଲ: ୬୩

ପ୍ରୋଜେକ୍ଟ ଇଂଜିନିୟର ସିଭିଲ: ୧୮

ପ୍ରୋଜେକ୍ଟ ଇଂଜିନିୟର ଇଲେକ୍ଟ୍ରିକାଲ: ୨୫

ପ୍ରୋଜେକ୍ଟ ଇଂଜିନିୟର ଇଷ୍ଟୁମେଣ୍ଟସନ: ୧୦

ପ୍ରୋଜେକ୍ଟ ଇଂଜିନିୟର କେମିକାଲ: ୧୦

ଲୋ ଅଫିସର: ୦୪

କ୍ବାଲିଟି କଣ୍ଟ୍ରୋଲ ଅଫିସର: ୨୦

ଫାୟାର ସେଫ୍ଟି ଅଫିସର: ୦୬

ହ୍ୟୁମାନ ରିସୋର୍ସ ଅଫିସର: ୦୮

ସମୁଦାୟ ୧୬୪ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

hpcl jobବେତନ:

ପ୍ରୋଜେକ୍ଟ ଇଂଜିନିୟର, ଲୋ ଅଫିସର, ହ୍ୟୁମାନ ରିସୋର୍ସ ଅଫିସର ଏବଂ ସେଫ୍ଟି ଅଫିସରଙ୍କ ପାଇଁ ପ୍ରତି ମାସରେ: ୬୦ ହଜାର ରୁ ୧.୮୦ ଲକ୍ଷ

କ୍ବାଲିଟି କଣ୍ଟ୍ରୋଲ ଅଫିସରଙ୍କ ବେତନ ପ୍ରତିମାସରେ: ୪୦ ହଜାର ରୁ ୧.୪୦ ଲକ୍ଷ

କେଉଁ ବର୍ଗର ଲୋକଙ୍କ ପାଇଁ କେତୋଟି ପଦ ଖାଲି ରହିଛଇ ଜାଣନ୍ତୁ:

ଏସସି: ୨୯

ଏସଟି: ୧୬

ଓବିସିଏନସି: ୩୧

ଇଡବ୍ଲ୍ୟୁଏସ୍: ୧୭

ଜେନେରାଲ: ୭୧

ଏହାସହ ପଢନ୍ତୁ: ୧୦ମ ପାସ୍ କରିଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଡାକ ବିଭାଗରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

ଆବେଦନ କରିବା ତାରିଖ:

ଆବେଦନ କରିବାର ଆରମ୍ଭ ତାରିଖ; ୧୯ ଅଗଷ୍ଟ ୨୦୧୯

ଆବେଦନ କରିବାର ଶେଷ ତାରିଖ: ୧୬ ସେପ୍ଟେମ୍ବର ୨୦୧୯

ଆବେଦନ ପକ୍ରିୟା:

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ରେ ବିଭିନ୍ନ ପଦବୀ ପାଇଁ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଅଭ୍ୟାର୍ଥୀମାନେ ପ୍ରଥମେ ୱେବସାଇଡରେ ଦିଆଯାଇଥଇବା ସୂଚନା ଉପରେ ଧ୍ୟାନ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.