BSNL ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଦେବାକୁ ପଡିବନି କୌଣସି ଆବେଦନ ଶୁଳ୍କ

ଭାରତ ସଂଚାର ନିଗମ ଲିମିଟେଡ୍ ହରିୟାଣା ସର୍କଲ ପାଇଁ ୨୭ ଡିପ୍ଲୋମା ଅପାରଣ୍ଟିସ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍ ମାଧ୍ୟମରେ ୨୦ ମାର୍ଚ୍ଚ ୨୦୨୨ ମଧ୍ୟରେ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଭାବେ ଦେଖିନିଅନ୍ତୁ।
ପଦବୀ ବିବରଣୀ: ୨୭
ଅମ୍ବାଲା: ୪
ଫରିଦାବାଦ: ୩
ଗୁରଗାଓଁ: ୩
ହିସାର: ୪
କରନାଲ: ୪
ରେଓ୍ଵାଡି: ୩
ରୋହତକ: ୬
ଏହିସବୁ ସ୍ଥାନରେ ଆବେଦନକାରୀ ନିଯୁକ୍ତ ହେବା ପରେ ପୋଷ୍ଟିଂ ଦିଆଯିବ।
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୦ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଛି।
ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା କରିବା ଜରୁରୀ।
ବୟସ ସୀମା: ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହେବା ଜରୁରୀ। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ନିୟମାନୁସାରେ ରିହାତି ପ୍ରଦାନ କରାଯିବ। ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଜାଣିବା ପାଇଁ ଆବେଦନକାରୀ ଅଫିସିଆଲ ନୋଟିଫିକେସନ ଦେଖିପାରିବେ।
ମାସିକ ଦରମା: ପ୍ରାର୍ଥୀଙ୍କୁ ମାସିକ ୮ ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ।
ଆବେଦନ ଶୁଳ୍କ: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।
ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରନ୍ତୁ:
http://www.haryana.bsnl.co.in/2019/Apprentice%20Advertisement.pdf
Also Read: ୧୦ମ ପାସ୍ କରିଥିଲେ ମିଳିବ ବ୍ୟାଙ୍କ ଚାକିରି, Indian Bankରେ ତୁରନ୍ତ କରନ୍ତୁ ଆବେଦନ