NTPC ରେ ଚାକିରି ପାଇବାର ସୁଯୋଗ, ଖାଲିପଡିଛି ଶତାଧିକ ପଦବୀ

ନ୍ୟାସନାଲ ଥର୍ମାଲ ପାଓ୍ଵାର କର୍ପୋରେସନ ଲିମିଡେଟ୍‌ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। NTPC ରେ ଚାକିରି ପାଇଁ ଏକାଧିକ ପଦବୀରେ ନିଯୁକ୍ତି ହେଉଛି। ମେକାନିକାଲ ଇଜିଂନିୟର, ଇଲେଟ୍ରିକାଲ ସମେତ ଅନେକ ପଦବୀ ଖାଲି ପଡିଛି। ଏସବୁ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ NTPC ର ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ୬ ଜୁଲାଇ ରହିଛି। ତେବେ ଜାଣିନିଅନ୍ତୁ, ତା’ର ସଂପୂର୍ଣ୍ଣ ବିବରଣୀ…

NTPC

ପଦବୀ :

ମେକାନିକାଲ ଇଜିଂନିୟର, ଇଲେଟ୍ରିକାଲ ଏବଂ ଇଲୋକଟ୍ରନିକ୍ସ/ ଇଷ୍ଟ୍ୟୁମେଣ୍ଟେସନ ଇଜିଂନିୟର

ପଦବୀ ସଂଖ୍ୟା : ୧୦୦

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଧାର୍ଯ୍ୟ କରାଯାଇଛି। ଅଧିକ ବିବରଣୀ ପାଇଁ

ଅଫିସିଆଲ ସାଇଟର ନୋଟିଫିକେସ ନିଶ୍ଚିତ ପଢିନିଅନ୍ତୁ।

ବୟସ : ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା : ପ୍ରାର୍ଥୀ ପ୍ରଥମେ ଏନଟିପିସିର ଅଫିସିଆଲ େଓ୍ଵବସାଇଟକୁ ଯାଇ ଦିଆଯାଇଥିବା ନୋଟିଫିକେସନ ଲିଙ୍କରେ କ୍ଲିକ କରି ତାକୁ ଡାଉନଲୋଡ କରିଦିଅନ୍ତୁ। ନୋଟିଫିକେସକୁ ଭଲଭାବେ ପଢି ନିର୍ଦ୍ଦେଶ ଅନୁଯାୟୀ ଆବେଦନ କରନ୍ତୁ। ଯଦି ଆବେଦନ ପତ୍ରରେ କୌଣସି ତ୍ରୁଟି ଥିଲେ ଏହାକୁ ରଦ୍ଦ କରିଦିଆଯିବ।

Leave A Reply

Your email address will not be published.