ଗ୍ରାଜୁଏସନ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ଖାଲିପଡିଛି ASO ପଦବୀ

ଓଡିଶା ଲୋକ ସେବା ଆୟୋଗ (OPSC) ଅଧିନରେ ଓଡିଶା ସଚିବାଳୟ ସେବା ଗ୍ରୁପ ବିରେ ASO ୭୯୬ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ୱେବସାଇଟ୍‌ opsc.gov.in କୁ ଯାଇ ଆବେଦନ କରିପାରିବେ।
ଓଡିଶା ପବ୍ଲିକ କମିଶନ ଅଧିନରେ ୨୦ ଜାନୁଆରୀରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ଭର୍ତ୍ତି କରାଯିବ। ତେଣୁ ଅଫିସିଆଲ ୱେବସାଇଟକୁ ଯାଇ ନିଜର ଅନଲାଇନ ଆବେଦନ କରିପାରିବେ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୯ ଫେବୃଆରୀ ୨୦୨୨ ରହିଛି।

ପଦବୀ ବିବରଣୀ: ୭୯୬

ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO)

ସାଧାରଣ ବର୍ଗ: ୪୪୭

ଅନୁସୂଚିତ ଜାତି: ୧୦୯

ଅନୁସୂଚିତ ଜନଜାତି: ୧୭୮

ଓବିସି: ୬୨

ଜରୁରୀ ତାରିଖ : ଆବେଦନ କରିବାର ଜାରିଖ ୨୦ ଜାନୁଆରୀ ୨୦୨୨ରୁ ଆରମ୍ଭ ହେଉଥିବା ବେଳେ ଶେଷ ୧୯ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ହେବ।

ଶିକ୍ଷାଗତ ଯୋଗ୍ୟତା: ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ସ୍ନାତକ ଡିଗ୍ରୀ ହେବା ଜରୁରୀ।

କେମିତି କରିବେ ଆବେଦନ:

ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକାରକ ୱେବସାଇଟ https://www.opsc.gov.in/ କୁ ଯାଆନ୍ତୁ।

ୱେବସାଇଟରେ ଦିଆଯାଇଥିବା ନିର୍ଦ୍ଦେଶକୁ ଭଲ ଭାବେ ପଢନ୍ତୁ।

ସଠିକ୍‌ ବିବରଣୀ ପୂରଣ କରିବା ପରେ ଫର୍ମ ଜମା କରନ୍ତୁ।

ପାସ୍‌ପୋର୍ଟ ଆକାରର ଫଟୋ, ସ୍କାନ ହୋଇଥିବା ସାଇନ ଏବଂ ବାମ ଆଙ୍ଗୁଠିର ଚିହ୍ନ ଅପଲୋଡ କରନ୍ତୁ।

ସ୍କାନ ହୋଇଥିବା ଫଟୋ ସ୍ପଷ୍ଟ ଏବଂ ଚିହ୍ନିବା ଯୋଗ୍ୟ ହୋଇଥିବା ଜରୁରୀ।

ଫର୍ମ ଜମା କରିବା ପରେ ଏକ ସ୍ଥାୟୀ ଲୋକ ସେବା ଖାତା ସଂଖ୍ୟା ଜାରି ହେବ।

ଆବେଦନ ପତ୍ର ଭରିବା ପରେ ଏହାର ଏକ ପ୍ରିଣ୍ଟ ଆଉଟ୍‌ ରଖନ୍ତୁ।

Leave A Reply

Your email address will not be published.