ଓଡିଶାରେ ଖାଲିପଡିଛି ଡ୍ରଗ୍‌ ଇନ୍ସପେକ୍ଟର ପଦବୀ, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ପ୍ରକ୍ରିୟା

ଓଡିଶାରେ ସରକାରୀ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡିଶା ପବ୍ଲିକ ସର୍ଭିସ କମିଶନ (OPSC) ପକ୍ଷରୁ ଡ୍ରଗ ଇନ୍ସପେକ୍ଟର ପଦ ପାଇଁ ଆବେଦନ ଗ୍ରହଣ କରୁଛି। ପ୍ରାର୍ଥୀ ଓପିଏସସି ଡ୍ରଗ୍‌ ଇନ୍ସପେକ୍ଟର ରିକ୍ର୍ୟୁଟମେଣ୍ଟ ୨୦୨୨ ପାଇଁ ଅଫିସିଆଲ ୱେବସାଇଟ୍‌ କୁ ଯାଇ ଆବେଦନ କରିପାରିବେ। ତେବେ ଏଥିପାଇଁ ୧୫ ସେପ୍ଟେମ୍ବର ୨୦୨୨ରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଆୟୋଗ ଦ୍ୱାରା ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ଏହି ପ୍ରକ୍ରିୟା ମାଧ୍ୟମରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଚାକିରି ମିଳିବ।

ପଦବୀ ବିବରଣୀ: ୪୭

ଡ୍ରଗ୍‌ ଇନ୍ସପେକ୍ଟର

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆସନ୍ତା ୧୫ ରୁ ଆରମ୍ଭ ହୋଇ ଶେଷ ଅକ୍ଟୋବର ୧୪, ୨୦୨୨ରେ ହେବ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ସମ୍ବନ୍ଧୀୟ ବିଷୟରେ ଡିଗ୍ରୀ କରିଥିବା ଜରୁରୀ। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ପ୍ରାର୍ଥୀ।

ବୟସ ସୀମା: ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୮ ବର୍ଷ ହେବା ଜରୁରୀ। ତେବେ ସରକାରୀ ନିୟମ ଅନୁସାରେ ସଂରକ୍ଷିତ ବର୍ଗଙ୍କୁ ବୟସ ସୀମାରେ କିଛି ରିହାତି ମିଳିବ।

ମାସିକ ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ଦରମ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ମିଳିବ।

କେମିତି ହେବ ଚୟନ :

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ।

ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଦେବାକୁ ପଡିବ। ପ୍ରାର୍ଥୀ OPSC Group B Recruitment 2022 ଅଫିସିଆଲ େଓ୍ଵବସାଇଟକୁ ଯାଇ opsc.gov.in ରେ ୧୫ ସେପ୍ଟେମ୍ବରରୁ ୧୪ ଅକ୍ଟୋବର ୨୦୨୨ ଅନଲାଇନ ଆବେଦନ କରିପାରିବେ।

ସମସ୍ତ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ନୋଟିଫିକେସନ ମାଧ୍ୟମରେ ନିଜର ଯୋଗ୍ୟତା ନିଶ୍ଚିତ ଚେକ୍‌ କରିନିଅନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://cdn.kalingatv.com/wp-content/uploads/2022/09/082223_Drugs_inspector.pdf

 

Also Read : AIIMS ରେ ଗ୍ରାଜୁଏଟ୍ସଙ୍କ ପାଇଁ ଚାକିରି ସୁଯୋଗ, ୭ମ ବେତନ କମିଶନ ଅନୁଯାୟୀ ମିଳିବ ଦରମା

Leave A Reply

Your email address will not be published.