ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ଓଡିଶାରେ ଖାଲିପଡିଛି ସହାୟକ କୃଷି ଅଧିକାରୀ ପଦବୀ

ଓଡିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସହାୟକ କୃଷି ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଓଡିଶା ଲୋକ ସେବା ଆୟୋଗର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦ କରିପାରିବେ। ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଆବେଦନ ପାଇଁ ୨୮ ଜାନୁଆରୀରୁ ଆରମ୍ଭ ହେବ, ଯାହା ୨୮ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଚାଲିବ।

ପଦବୀ ବିବରଣୀ: ୧୪୫

ଅଣସରଂକ୍ଷିତ: ୬୨

ଓବିସି: ୧୪

ଅନୁସୂଚିତ ଜାତି: ୨୦

ଅନୁସୂଚିତ ଜନଜାତି: ୨୭

ଆବେଦନ ପ୍ରକ୍ରିୟା:

ସହାୟକ କୃଷି ଅଧିକାରା (AAO) ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀopsc.gov.in କୁ ଯାଆନ୍ତୁ। ଏଠାରେ ଆବେଦନ ଲିଙ୍କକୁ ୨୮ ଜାନୁଆରୀରୁ ଆକ୍ଟିଭ କରାଯିବ। ଏହି ଲିଙ୍କ ଖୋଲି ଆପଣ ଆବେଦନ ପତ୍ର ଜମା କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ରହିଛି।

ଆବେଦନ ଶୁଳ୍କ:

ସାଧାରଣ ଓ ଓବିସି ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ କିଛି ରିହାତି ମିଳିବ।

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ତାରିଖ ୨୮ ଜାନୁଆରୀ ୨୦୨୨ ରହିଥିବା ବେଳେ ଅନଲାଇନ ଆବେଦନ ଜମା କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା:

ଆସିଷ୍ଟାଣ୍ଟ ସହାୟକ ଅଫିସର(AAO) ପଦବୀ ପାଇଁ ଆବେଦନକାରୀଙ୍କ ପାଖରେ କୃଷି/ହର୍ଟିକଲ୍ଚର ବିଜ୍ଞାନରେ ସ୍ନାତକ କରିଥିବା ଜରୁରୀ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସୀମା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ ହେବା ଜରୁରୀ।

ଚୟନ ପ୍ରକ୍ରିୟା: ସହାୟକ କୃଷି ଅଧିକାରୀ ପଦବୀ ଚୟନ ପାଇଁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ ଚେକ୍‌ କରନ୍ତୁ।

opsc.gov.in