ଡିଫେନ୍ସ ଫୋର୍ସରେ ଯୋଡ଼ି ହେବାକୁ ଯାଉଛି ହାଇବ୍ରିଡ ଇଲେକଟ୍ରିକ ବାହନ, ଚାର୍ଜ କରିବାର ନାହିଁ ଟେନସନ୍‌

ଦୁନିଆରେ ଏବେ ଇଲେକଟ୍ରିକ ଗାଡ଼ିର କ୍ରେଜ ବଢ଼ିବାରେ ଲାଗିଛି। ଯଦି ଆପଣ ତେଲ ଦରର ମାଡ଼ରୁ ନିଜକୁ ବଞ୍ଚେଇବାକୁ ଚାହୁଁଛନ୍ତି। ତେବେ ଇଲେକଟ୍ରିକ ବାହନ ଆପଣଙ୍କ ପାଇଁ ଭଲ ବିକଳ୍ପ ହେବ। ଏବେ ପର୍ଯ୍ୟନ୍ତ ଆମେ ଆପଣଙ୍କୁ ବିଭିନ୍ନ ପ୍ରକାର ଇଲେକଟ୍ରିକ ଗାଡି ସମ୍ପର୍କରେ ତାଜା ଅପଡେଟ ଦେଇ ଆସିଛୁ। କିନ୍ତୁ ଆଜି ଯେଉଁ ଗାଡ଼ି ବିଷୟରେ କହିବୁ ତାହା ଇଲେକଟ୍ରି ଦ୍ୱାରା ଚାଲିଥାଏ ସତ କିନ୍ତୁ ଏହା ଡିଫେନ୍ସ ଫୋର୍ସରେ ବ୍ୟବହାର କରାଯିବ।

ମାନେ ଆମେ ଏମିତି କହିପାରିବା ଯେ ଏବେ ଡିଫେନ୍ସ ଫୋର୍ସରେ ବ୍ୟବହାର ହେଉଥିବା ଗାଡ଼ିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। କାରଣ ଆଗରୁ କେବେ ବି ଇଲେକଟ୍ରିକ ଗାଡ଼ି ଡିଫେନ୍ସ କାର୍ଯ୍ୟରେୁ ବ୍ୟବହାର କରାଯାଇନାହିଁ।

ଓସକସ୍‌ ଡିଫେନ୍ସ ହାଇବ୍ରିଡ ଇଲେକଟ୍ରିକ ଗାଡ଼ି ବାହାର କରିଛି। ଏହାର ନାମ ଟେକ୍ଟିକାଲ ହାଇବ୍ରିଡ ଇଜେଏଲଟିବି ଇଲେକଟ୍ରିକ ଗାଡ଼ି ରଖାଯାଇଛି। ୟୁଏସ୍‌ ର ଆର୍ମି ଫୋର୍ସ ପାଇଁଁ କମ୍ପାନୀ ଏହାକୁ ତିଆରି କରିଛି। ଏହା ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଭଲ ବିକଳ୍ପ ହେବ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା ସମ୍ପର୍କରେ ଜରୁରୀ ସୂଚନା ସାମ୍ନାକୁ ଅଣାଯାଇନାହିଁ। ଏଥିରେ ଥିବା ଲିଥିୟମ ଆୟନ ବ୍ୟାଟେରୀ ୩୦ ମିନିଟରେ ଚାର୍ଜ ହୋଇଯିବ । ଏହା ଡିଫେନ୍ସ ଗାଡ଼ି ଫୋର୍ସ ପାଇଁ ଭଲ ବିକଳ୍ପ ହୋଇପାରିବ ବୋଲି କୁହାଯାଇଛି।

Leave A Reply

Your email address will not be published.