OttoBikeକୁ ଥରେ ଚାର୍ଜ କଲେ ଯିବ ୨୩୦ କିଲୋମିଟର

Ottobike ୟୁରୋପରେ ନିଜ CR-21 କେଫ ରେସର କନସେପ୍ଟ ମୋଟରସାଇକେଲ ଲଞ୍ଚ କରିଛି। ସବୁଠୁ ଜବରଦସ୍ତ ରହିଛି ଏହାର ଡିଜାଇନ। ଯାହାକୁ ଦେଖିବା ପାଇଁ ରେସ୍‌ ଲାଗିଛି। ଏହି ଇଲେକଟ୍ରିକ ଗାଡ଼ିକୁ ଥରେ ଚାର୍ଜ କଲେ ୨୩୦ କିମି ପର୍ଯ୍ୟନ୍ତ ଯିବ। ଘଣ୍ଟା ପ୍ରତି ଏହାର ବେଗ ରହିଛି ୧୩୦ କିମି। ତାଇଓ୍ଵାନର ଏହି କମ୍ପାନୀ ଇଟାଲୀ ସହ ମିଶି EICMA 2021 ମୋଟର ସୋ ରେ ଏହି ଇଲେକଟ୍ରିକ ବାଇକର ଶାନଦାର ମଡେଲ ଉପରୁ ପରଦା ଉଠାଇଛି। ଏହି ବାଇକରେ ୧୧ କିଲୋଓ୍ଵାଟର ଇଲେକଟ୍ରିକ ମୋଟର ରହିଛି। ଏହି ଇ-ବାଇକ ୩୦୦ ସିସି ବାଇକର ବରାବର।

ନୂଆ ଅଟୋବାଇକ CR-21ରେ ୯.୬ କିଲୋଓ୍ଵାଟ-ଆର୍‌ ବ୍ୟାଟେରୀ ପ୍ୟାକ ଦିଆଯାଇଛି। ବାଇକରେ ଆଗରେ ୪୧ ମିମି ଅପସାଇଡ ଡାଉନ୍‌ ମାନେ USD ଫୋର୍ସ ଏବଂ ପଛ ଭାଗରେ ୨୩୦ ମିମିର ମୋନୋ ସସ୍‌ପେନ୍ସ ଦିଆଯାଇଛି। ଏହାର ବ୍ରେକ ପାଇଁ ବାମ୍ବୋ ଡିସ୍କ ବକ୍ସ ଦିଆଯାଇଛି। ବାଇକରେ ୧୭ ଇଞ୍ଚର ହ୍ଵିଲ୍ସପର ରହିଛି ।ଯାହା ଉପରେ କମ୍ପାନୀ ଗ୍ରିପର ମାଟ୍ରିକ୍ସ ଟାୟାର୍ସ ଦିଆଯାଇଛି। ଏହି କନସେପ୍ଟ ବାଇକ ଟିଏଫଟି ଡିଶ, କିଲେସ ଷ୍ଟାର୍ଟ ସହ ସାଇଡ ଷ୍ଟାଣ୍ଡ ସେଫ୍ଟି ସେଂସର୍ସ ଦିଆଯାଇଛି।

ଆସନ୍ତା ବର୍ଷ ୨୦୨୨ ମସିହାରେ ୟୁରୋପୀୟ ବଜାରରେ ଏହାକୁ ନୂଆ ଲାଇନ ଅପ ଦିଆଯିବ। ତେବେ ଏହାର ବିକ୍ରି ଉପରେ ଏବେ ବି ପ୍ରଶ୍ନ ରହିଛି। ୟୁରୋପରେ ଏହାର ଦାମ ୯୩୯୦ ୟୁରୋ ରହିବ । ଭାରତରେ ଯାହାର ଦାମ ୮ ଲକ୍ଷ ଟଙ୍କା ହେବ। ଏହାର ଦୁଇଟି ଭାରିଏଣ୍ଟ ବଜାର କୁ ଆସିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.