ପ୍ୟାଜିଓ ଆଣିଲା ସବୁଠାରୁ କମ ଦାମର ସ୍ପୋର୍ଟସ ସ୍କୁଟର, ଜାଣନ୍ତୁ କଣ ରହିଛି ଫିଚର୍ସ

ପ୍ୟାଜିଓ କମ୍ପାନୀ ଭାରତୀୟ ବଜାରରେ ଲାଟେଷ୍ଟ ଓ ସବୁଠାରୂ ଶସ୍ତା ସ୍କୁଟର ଏପ୍ରିଲିଆ ୧୨୫ କୁ ଲଞ୍ଚ କରିବାର ପ୍ରୟାସ ଜାରି ରଖିଛି । ଏପ୍ରିଲିଆ ଷ୍ଟ୍ରୋମ ୧୨୫ ନାମରେ ଆସିବାକୁ ଥିବା ଏହି ସ୍କୁଟରର ଏକ୍ସ ଶୋରୁମ ମୁଲ୍ୟ ୬୫,୦୦୦ ଟଙ୍କା ରଖାଯାଇଛି। ଷ୍ଟ୍ରେମ ୧୨୫କୁ ୨୦୧୮ର ଅଟୋ ଏକ୍ସପୋରେ ପଦର୍ଶିତ ହୋଇଥିଲା । ସେହି ସମୟରେ କମ୍ପାନୀ କହିଥିଲା ଏହି ସ୍କୁଟରକୁ ୨୦୧୮ ଶେଷ ସୁଦ୍ଧା ଲଞ୍ଚ କରାଯିବ । କିନ୍ତୁ କୌଣସି କାରଣ ବସତଃ ଏହାର ଲଞ୍ଚିଙ୍ଗ ହୋଇ ପାରିନଥିଲା । aprilia sports scooterଏକ୍ସପର୍ଟଙ୍କ କହିବା ମୁତାବକ ଏହି ସ୍କୁଟର ମଇ ମାସ ଆରମ୍ଭରେ ଲଞ୍ଚ ହେବାର ଅଛି । କମ୍ପାନୀ ଯୁବପିଢିଙ୍କୁ ଟାର୍ଗେଟ କରି ଏହି ସ୍କୁଟର ବଜାରକୁ ଆଣୁଛି ଯାହର ଲୁକ ସ୍ପୋର୍ଟସ ସ୍କୁଟର ଭଳି ହେବ । ଏହି ସ୍କୁଟରର ଫ୍ରଣ୍ଟ ଏଣ୍ଡରେ ଏକ ବଡ କାଚ, ମେଟ ଫିନିସ ସହିତ ତିନୋଟି ବ୍ରାଇଟ କଲର ଅପ୍ସନ, ୧୨ ଇଞ୍ଚ ଆଲୟ ହୁଇଲସ ସହ ଚୌଡା ଟାୟାର୍ସ ରହିଛି । ସ୍କୁଟରରେ ୭ଲିଟର ବିଶିଷ୍ଟ କମ୍ପୋଜିଟ ତେଲ ଟାଙ୍କି ଦିଆଯାଇଛି।

ଫିଚର୍ସ

ନୂଆ ସ୍କୁଟରରେ ମୋବାଇଲ କନେକ୍ଟିଭିଟି ଆପର ସୁବିଧା ମିଳିବ । ଏହି ଆପ ସାହାଯ୍ୟରେ ଆପଣ ଆପଣଙ୍କ ସ୍କୁଟରର ସମସ୍ତ ସୂଚନା ନିଜ ମୋବାଇଲରେ ପାଇ ପାରିବେ । ଏହି ଆପ ମଧ୍ୟମରେ ଆପଣ ଆପଣଙ୍କ ସ୍କୁଟରକୁ ମଧ୍ୟ ଖୋଜି ପାରିବେ । ଇମରଜେନ୍ସିରେ ସାହାଯ୍ୟ ପାଇଁ ଏଥିରେ ପେନିକ ବଟନ ଦିଆଯାଇଛି । ଏହା ଛଡା ଏହି ଆପ ମାଧ୍ୟମରେ ଆପଣ ପେଟ୍ରୋଲ ପମ୍ପ ଓ ସର୍ଭିସ ସେଣ୍ଟର ମଧ୍ୟ ଖୋଜି ପାରିବେ ଓ ଏହା ସହ ସର୍ଭିସ ବୁକିଙ୍ଗ ପାଇଁ ଏହି ଆପ ମାଧ୍ୟମରେ କଷ୍ଟମର କେୟାର ସହିତ ଯୋଗାଯୋଗ କରିପାରିବେ।

ଇଞ୍ଜିନ

ଏପ୍ରିଲିଆ ଷ୍ଟ୍ରୋମ ୧୨୫ରେ ୧୨୪.୪୯ ସିସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଖଞ୍ଜାଯାଇଛି । ଏହି ଇଞ୍ଜିନ ୭,୨୫୦ ଆରପିଏମରେ ୯.୫୧ bhpର ପାୱାର ଓ ୬,୨୫୦ ଆରପିଏମରେ ୯.୯ Nm ଟର୍କ ଜେନେରେଟ କରିଥାଏ । ବ୍ରେକିଙ୍ଗ କଥା ଯଦି କୁହାଯାଏ ତେବେ ଏହି ସ୍କୁଟରର ଆଗ ଚକାରେ ଡିସ୍ ବ୍ରେକ ଓ ପଛରେ ଡ୍ରମ ବ୍ରେକ ମିଳିବ । ସ୍କୁଟରଟିରେ ସିବିଏସ (combined braking system) ମଧ୍ୟ ଉପଲବ୍ଧ ହେବ। ବଜାରରେ ଏହାର ଟକ୍କର TVS Ntorq125 ଓ Honda Grazia ଭଳି ସ୍କୁଟର ସହିତ ହେବ ବୋଲି ଜଣା ପଡିଛି । ଏହି ଏପ୍ରିଲିଆ ସ୍କୁଟର ପ୍ୟାଜିଓର ସହଯୋଗୀ କମ୍ପାନୀର ଉତ୍ପାଦ ଅଟେ ।