ଠକ ପାକିସ୍ତାନ, ନାମ ବଦଳାଇ ବିକ୍ରି କରୁଛି ଏହି ୫ ପ୍ରସିଦ୍ଧ ଭାରତୀୟ ବାଇକ୍

ସବୁ ଜିନିଷ ଅନ୍ୟଠୁ କପି କରିବାରେ ମାହିର୍ ହେଉଛି ଚୀନ । ହେଲେ ଚୀନର ଏହି ଗୁଣ ଏବେ ପାକିସ୍ତାନ ମଧ୍ୟ ଆପଣାଇ ନେଇଛି । କାରଣ ପାକିସ୍ତାନରେ ଏମିତି ଅନେକ ବାଇକ୍ ଅଛି ଯାହା ଭାରତୀୟ ମୋଟର ସାଇକେଲର କପି । ଯାହାକୁ ଦେଖିଲେ ଚିହ୍ନିବା କଷ୍ଟ ଯେ ଏହା ଅସଲି ନା ରେପ୍ଲିକା । ଆଉ ସବୁଠାରୁ ଖାସ୍ କଥା ହେଉଛି ଏହି ସବୁ ବାଇକ୍ ଭାରତରେ ବେଶ୍ ପ୍ରସିଦ୍ଧ । ଆସନ୍ତୁ ନଜର ପକାଇବା ପାକିସ୍ତାନ କପି କରିଥିବା ଏହି ସବୁ ବାଇକ୍ ଉପରେ ।

ବଜାଜ୍ ପଲସର୍ ସିଏସ୍ ୪୦୦ :

Bajaj pulser ବଜାଜ୍ ଅଟୋର ପଲସର୍ ସହ ସମସ୍ତେ ପରିଚିତ । ଭାରତରେ ବିକ୍ରି ହେଉଥିବା ଏହି ଲୋକପ୍ରିୟ ବାଇକକୁ ସର୍ବପ୍ରଥମେ କପି କରିଥିଲା ଚୀନ୍ । ଆଉ ଏହାର ନାଁ Lion 150 ନାଁରେ ବିକ୍ରି କରିଥିଲା । ଏବେ ଏହି ପଲସର ବାଇକ୍ ପାକିସ୍ତାନରେ ମଧ୍ୟ ବିକ୍ରି କରାଯାଉଛି । ଏହି ବାଇକର ମୂଲ୍ୟ ୧.୮ ଲକ୍ଷ ।

କେଟିଏମ୍  ଡ୍ୟୁକ୍ ୧୨୫ ସିସି :

Ktm dukeଯଦି ଭାରତୀୟ ଯୁବପିଢିରେ କୌଣସି ବାଇକକୁ ନେଇ କ୍ରେଜ୍ ଅଛି ତାହେଲେ ତାହା ହେଉଛି କେଟିଏମ୍ ୨୦୦ ଡ୍ୟୁକ୍ । ଏହି ବାଇକକୁ ପାକିସ୍ତାନ Lion Rokkନାଁରେ ବିକ୍ରି କରୁଛି । ପାକିସ୍ତାନର ଏହି ବାଇକ୍ ଦେଖିବାକୁ ଅବିକଳ କେଟିଏମ୍ ଡ୍ୟୁକ୍ ଭଳି ।

ହଣ୍ଡା ସିବିଆର୍ ୨୫୦ :

honda cbr250ଭାରତର ଏହି ବାଇକକୁ ପାକିସ୍ତାନ YCR 150 ନାଁରେ ନିଜ ମାର୍କେଟରେ ବିକ୍ରି କରୁଛି । ତେବେ ଏହି ବାଇକ୍ ଏବେ ଭାରତୀୟ ବଜାରରେ ବିକ୍ରି ହେଉନାହିଁ । କାରଣ ଏହା ବିଏସ୍ ନର୍ମ୍ସ କୁ ପୁରା କରିପାରିଲା ନାହିଁ ।

ୟାମାହା ଆର୍ ୧୫ :

yamha ପାକିସ୍ତାନରେ ଏହି ବାଇକ୍ Conquer ନାଁରେ ବିକ୍ରି ହେଉଛି । ନିଜର ଅତ୍ୟାଧୂନିକ ଡିଜାଇନ୍ ପାଇଁ ଏହି ବାଇକ୍ ଭାରତରେ ଖୁବ୍ ପ୍ରସିଦ୍ଧ । ତେବେ ଏହି ବାଇକର ଅପଡେଟେଡ୍ ଭର୍ସନ ଆଣିସାରିଲାଣି ଭାରତ । ହେଲେ ପାକିସ୍ତାନରେ ଏବେ ବି ଏହାର ପୁରୁଣା ମଡେଲ୍ ବିକ୍ରି ହେଉଛି ।

କାୱାସାକି ନିଞ୍ଜା :

kawasaki ninjaକାୱାସାକି ନିଞ୍ଜାକୁ ପାକିସ୍ତାନ ଅବିକଳ କପି କରି ରଖିଦେଇଛି । ପାକିସ୍ତାନରେ ବିକ୍ରି ହେଉଥିବା ଏହି ବାଇକରେ ଗୋଟି ଗୋଟି ପାର୍ଟ ଭାରତୀୟ ବାଇକ୍ ସହ ମେଳ ଖାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.