ଏବେ ୨୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ରାଶି ଜମା ପାଇଁ ପ୍ରମାଣ ପତ୍ର ହେଲା ଜରୁରୀ, ସରକାର ଦେଲେ ବଡ଼ ସୂଚନା

ସରକାର ବଦଳାଇଲେ ବ୍ୟାଙ୍କ ଓ ପୋଷ୍ଟ ଅଫିସର ନିୟମ। ଏବେ ନିର୍ଦ୍ଦିଷ୍ଟ ସୀମାର ରାଶି କିମ୍ବା ତାଠାରୁ ଅଧିକ ଟଙ୍କା ଜମା କଲେ ଆପଣଙ୍କ କିଛି ଡକ୍ୟୁମେଣ୍ଟକୁ ଭେରିଫାଏ କରାଯିବ। ନୂଆ ନିୟମ ଆଧାରରେ ଏବେ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜମା କଲେ ଆଧାର କାର୍ଡ ସହିତ ପାନ ନମ୍ବର ସହ ଜଡ଼ିତ ପୁରା ତଥ୍ୟକୁ ଯାଞ୍ଚ କରାଯିବ। ଏହି ନିୟମ ଆଗାମୀ ଆର୍ଥକ ବର୍ଷ ମାନେ ପୂରା ଏକ ବର୍ଷ ପର୍ଯ୍ୟନ୍ତ ଲାଗୁ ହୋଇଛି।

ଗତ ବୁଧବାର ସରକାର ବ୍ୟାଙ୍କର ଟଙ୍କା ଲେଣ ଦେଣ କରିବା ଉପରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏହା ଅନ୍ତର୍ଗତ ଏବେ ଉଭୟ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ନିର୍ଦ୍ଧାରିତ ସୀମା କିମ୍ବା ତାଠାରୁୁ ଅଧିକ ଟଙ୍କା ଜମା କଲେ ପାନ ଓ ଆଧାର କାର୍ଡର ସମସ୍ତ ତଥ୍ୟ ଦେବାକୁ ହେବ।

ଯଦି ଆପଣ ଚଳିତ ବର୍ଷ ୨୦ ଲକ୍ଷ ଟଙ୍କା ନଗଦ ରାଶିକୁ ଜମା କରୁଛନ୍ତି ତେବେ ବ୍ୟାଙ୍କ ଅଧିକାରୀଙ୍କୁ ନିଜ ପାନ ଓ ଆଧାରକାର୍ଡକୁ ଦେବାକୁ ହେବ। ଏହାକୁ ଯାଞ୍ଚ କରିବା ପାଇଁ ବ୍ୟାଙ୍କ ଆୟକର ବିଭାଗ ପାଖକୁ ଏହି ଡକ୍ୟୁମେଣ୍ଟସକୁ ପଠାଇବେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟାକ୍ସ ବୋର୍ଡ ସିବଡିଟି ଏହା ସମ୍ବନ୍ଧରେ ଏକ ନୋଟିଫିକେସନ ଜାରି କରିଛନ୍ତି। ତେବେ ଆକାଉଣ୍ଟରେ ଲେଣ ଦେଣ ହେଉଥିବା ରାଶିକୁ ସଠିକ ଭାବେ ଟ୍ରାକ କରିବା ପାଇଁ ସରକାର ଏହି ପ୍ଲାନ ବାହାର କରିଛନ୍ତି। ଯଦ୍ୱାରା କେହି ଭୁଲ ଉପାୟରେ ନିଜ ଟଙ୍କାକୁ ରଖିପାରିବେ ନାହିଁ।

ତେବେ ଏହି ନିୟମ କେବଳ ବ୍ୟାଙ୍କ କିମ୍ବା ଡାକଘର ନୁହେଁ ବରଂ ସହକାରୀ ସୋସାଇଟି ଉପରେ ମଧ୍ୟ ଲାଗୁ କରାଯାଇଛି। ଏହାରି ମଧ୍ୟରେ ଯଦି ଆପଣ ନୂଆ ଆକାଉଣ୍ଟ ଖୋଲୁଛନ୍ତି ତେବେ ସେଥିପାଇଁ ମଧ୍ୟ ଜରୁରୀ ଡକ୍ୟୁମେଣ୍ଟ ମାନେ ପାନ କାର୍ଡକୁ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି। ସୂଚନା ଅନୁଯାୟୀ ଏହି ନୂଆ ନିୟମ ଅନ୍ତର୍ଗତ ସରକାର ଅର୍ଥବ୍ୟବସ୍ଥା ରେ ଭୁଲ ଉପାୟରେ ଆସୁଥିବା ଟଙ୍କାକୁ ରୋକିବା ପାଇଁ ଚେଷ୍ଟା କରିବେ। ଏଆଇଏସ ଓ ଟିଡିଏସ ସେକ୍ସନ ୧୯୪ ଏନ୍‌ ଜରିଆରେ ସରକାର ପୂର୍ବରୁ ହିଁ ଏହିସବୁ ରାଶିକୁ ଟ୍ରାକ କରୁଛନ୍ତି। ଏମିତରେ ଏବେ ଖୁବ ଶୀଘ୍ର ସମସ୍ତ ଲେଣ ଦେଣ ସମ୍ପର୍କରେ ସବୁ କିଛି ଜଣାପଡ଼ିବ।

ସୂଚନା ଅନୁଯାୟୀ ପୂର୍ବରୁ ଗୋଟିଏ ଦିନରେ ୫୦ ହଜାର ଟଙ୍କା ଜମା କଲେ ପାନ କାର୍ଡ ଓ ଆଧାର କାର୍ଡ ଯାଞ୍ଚ ଜରୁରୀ ଥିଲା। ମାନେ ଏଥିରୁ କମ ଟଙ୍କା ଜମା କଲେ କୌଣସି ପ୍ରମାଣ ପତ୍ର ଦେଖାଇବାର ନିୟମ ନଥିଲା। ତେଣୁ ସେହି ସମୟରେ ଏତେ ବଡ଼ ଆମାଉଣ୍ଟକୁ ହେରାଫେରି କରିବାର ସମସ୍ୟଳ ହେଉନଥିଲା। ଏବେ ଆର୍ଥିକ ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିୟମ ବାହାର କରାଯାଇଛି।

ସୂଚନା ଅନୁଯାୟୀ ନୋଟବନ୍ଦୀ ବା Demonetisation ପରେ ଛୋଟ ରାଶିରେ ଲେଣ ଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଆଉ ଏହାକୁ ଏକାଥରେ ଟ୍ରାକ କରିବା ସରାକରଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଚୋରି ହେଉଥିବାର ସମସ୍ୟା ମଧ୍ୟ ଦେଖାଗଲା। ଏବେ କିନ୍ତୁ ନୂଆ ନିୟମରେ ଗୋଟିଏ ଗୋଟିଏ ଟଙ୍କାକୁ ମଧ୍ୟ ଟ୍ରାକ କରାଯାଇପାରିବ। ଯାହାଦ୍ୱାରା ସରକାର ଟାକ୍ସ ଚୋରି ହେବାର ପତ୍ତା ଲଗାଇପାରିବେ।

ଏବେ ସରକାର ପାନ ସହ ଆଧାର ଲିଙ୍କ କରିବା ବ୍ୟବସ୍ଥା ଆରମ୍ଭ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅଧାର ସହ ପାନ କାର୍ଡକୁ ଲିଙ୍କ କରିବାର ସମୟ ଦେଇଥିଲେ । ଏବେ ଆପଣଙ୍କୁ ଏଥିପାଇଁ ୫୦୦ ଟଙ୍କା ଦେବାକୁ ପଡ଼ିବ। ୧ ଜୁଲାଇ ପରେ ଆପଣ ଏଥିପାଇଁ ୧୦୦୦ ଟଙ୍କା ଦେବେ। ଏମିତି ହୋଇନଥିଲେ ମାର୍ଚ୍ଚ ୨୦୨୩ ପରେ ଆପଣଙ୍କ ପାନ କାର୍ଡକୁୁ ନିଷ୍କ୍ରିୟ ବା ଅଚଳ କରିଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.