ଆଉ ମାତ୍ର ୪ ଦିନରେ ଅବୈଧ ହୋଇଯିବ ଆପଣଙ୍କ ପାନ୍ କାର୍ଡ ! ଆଧାର-ପାନ୍ ଲିଙ୍କ ନ କଲେ ଦେବାକୁ ହେବ ୧୦ ହଜାର ଜରିମାନା

ଯଦି ଆପଣ ନିଜର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ କରିନାହାନ୍ତି, ତେବେ ଏହା ଆପଣଙ୍କୁ ମହଙ୍ଗା ପଡିବ। ଏଥିପାଇଁ ଆପଣଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। କେବଳ ସେତିକି ନୁହେଁ, ପାନ୍ ମଧ୍ୟ ଅବୈଧ ହୋଇଯିବ। ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପାନ୍ କାର୍ଡ ସହ ଆଧାର ଲିଙ୍କ କରିବା ପାଇଁ ପଡିବ । ଏଥିପାଇଁ ଆଉମାତ୍ର ୪ ଦିନର ସମୟ । ଅନ ଲାଇନରେ ଆପଣ ଏହି କାର୍ଯ୍ୟ କରିପାରିବେ । ଏପ୍ରିଲ ୧ ତାରିଖରେ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପାଇଁ ଯାଉଛି । ଏଥିରେ ଅନେକ ନିୟମ ବଦଳିଯିବ । ଏହା ପୂର୍ବରୁ ପାନ୍ ଆଧାର ଲିଙ୍କ୍ କରିବା ପାଇଁ ପଡିବ ।

ଏପରି ନକଲେ ପାନ୍ କାର୍ଡ ଇନ୍ଅପରେଟିଭ୍ ବା ବିନା କାର୍ଯ୍ୟକ୍ଷମ ହୋଇଯିବ । ଏପରି ହେଲେ ପାନ୍କାର୍ଡ ସହାୟତାରେ ଆପଣ ଆଉ ଇନ୍କମ୍ଟ୍ୟାକ୍ସ ଫାଇଲ୍ କରିପାବେ ନାହିଁ । ଏହାକୁ ଅପରେଟିଭ୍ କରିବା ପାଇଁ ଆପଣଙ୍କୁ ୧୦ ହଜାର ଟଙ୍କା ଜୋରିମାନ ଦେବା ପାଇଁ ପଡିବ । ପାନ୍ କାର୍ଡ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବ ସହ ଆୟକର ଫାଇଲ୍ କରିବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାରବାର ପାଇଁ ଆବଶ୍ୟକତା ପଡିଥାଏ। ପାନ୍ ସହ ଆଧାର ଲିଙ୍କ ନକଲେ ବ୍ୟାଙ୍କ ଖାତାରେ ଆପଣ ୫୦ ହଜାର ଟଙ୍କାରୁ ଅଧିକ କରବାର କରିପାରିବେ ନାହିଁ ।

Adhaar-Pan

ପାନ୍-ଆଧାର ଅନଲାଇନ କେମିତି କରିବେ ଲିଙ୍କ:

ପାନ୍ ସହ ଆଧାର ଲିଙ୍କ୍ କରିବା ପାଇଁ ଆପଣ ପ୍ରଥମେ https://www.incometaxindiaefiling.gov.in/home ଓ୍ୱେବସାଇଟ୍କୁ ଯିବାପାଇଁ ପଡିବ ।

ଏହାପରେ Link Aadhaar ଅପସନ୍ ଉପରେ କ୍ଲିକ୍ କରିବା ପାଇଁ ପଡିବ । ଏହି ଅପସନରେ ଆପଣ ଆଧାର ସହ ପାନ୍ ଲିଙ୍କ୍ କରିପାରିବେ । ଏଥିରେ ଲିଙ୍କ୍ କରିବା ପରେ ଷ୍ଟାଟସ୍ ଲିଙ୍କ୍ଡ୍ ବୋଲି ଦର୍ଶାଇବ ।

ଏସ୍ଏମ୍ଏସ୍ ସହାୟତାରେ ମଧ୍ୟ ଆଧାର ସହ ପାନ୍ ଲିଙ୍କ୍ କରିପାରିବେ । ମୋବାଇଲରେ UIDPAN ଟାଇପ୍ କରିବ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପରେ ୧୦ ଅଙ୍କ ବିଶିଷ୍ଟ ପାନ୍ ନମ୍ବର କୁ 567678 କିମ୍ବା 56161 ରେ ପଠାଇଲେ ଏହା ଲିଙ୍କ୍ ହେବା ସହ କନ୍ଫରମେସନ୍ ମେସେଜ୍ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.