ଦୁର୍ଘଟଣାରୁ ରକ୍ଷା କରିବ ପ୍ୟାନିକ ବଟନ: ଖୁବ ଶୀଘ୍ର ଆରମ୍ଭ ହେବ ଏହି ବ୍ୟବସ୍ତା, ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା କବଚ

ବର୍ତ୍ତମାନ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍ ଓ ପାନିକ୍ ବଟନ୍, ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା କବଚ। ବର୍ତ୍ତମାନ ସଡ଼କ ସୁରକ୍ଷା ନିୟମରେ ଅନେକ ପରିବର୍ତନ ଆସୁଛି। ଖାଲି ସେତିକି ନୁହେଁ ନୂଆ ନିୟମ ମଧ୍ୟ ଲାଗୁ ହେଉଛି। ଏବେ ମଧ୍ୟ ସମସ୍ତ ଗାଡ଼ି ପାଇଁ ଆସିଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଆଲର୍ଟ ସହିତ ଆଉ ଏକ ବଡ଼ ଆଲର୍ଟ। ଜାହାପାଇଁ ଯାତ୍ରୀଙ୍କୁ ବଡ଼ ସୁରକ୍ଷା ମିଳିବ। ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ଗାଡ଼ିରେ ଲାଗିବ ପ୍ୟାନିକ୍‌ ବଟନ ଓ ଟ୍ରାକିଂ ଡିଭାଇସ୍‌। ଗାଡ଼ିର ବେଗ ଠାରୁ ଆରମ୍ଭ କରି ପର୍ ମିଟର ପର୍ଯ୍ୟନ୍ତ ଏଥିରୁ ସବୁକିଛି ଜାଣିହେବ।

ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍‌। ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ରହିବ ଏହି ବ୍ୟବସ୍ଥା। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଡିରେ ବେଗ କେତେ ରହିଛି, ଗାଡି କେଉଁ ସ୍ଥାନରେ ଛିଡା ହୋଇଛି, ଗାଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିଲା କି ନାହିଁ ଏବଂ ପରମିଟ୍‌ ଅନୁଯାୟୀ ଗାଡ଼ି ଠିକ୍‌ ରୁଟ୍‌ରେ ଚାଲୁଛି କି ନାହିଁ। ଏଭଳି ଅନେକ ବିଷୟରେ ପ୍ୟାନିକ୍‌ ବଟନ ଓ ଟ୍ରାକିଂ ଡିଭାଇସ୍‌ ସହାୟତାରେ ଜଣାପଡିବ।

କହିବାକୁ ଗଲେ ଯାତ୍ରୀଙ୍କୁ ମିଳିବ ବଡ଼ ସୁରକ୍ଷା କବଚ। କାରଣ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଯାନବାହାନ ଲୋକେସନ ଟ୍ରାକିଂ (VLT) ଉପକରଣ ଏବଂ ନିର୍ଦ୍ଦିଷ୍ଟ ପ୍ରକାରର ଯାନବାହାନ ପାଇଁ ପାନିକ ବଟନ୍ ବାଧ୍ୟତାମୂଳକ କରିଛି। ବସ୍ ଏବଂ ଅନ୍ୟାନ୍ୟ ଜନସାଧାରଣ ପରିବହନ ଯାନରେ ଯାନବାହନ ଅବସ୍ଥାନ ଟ୍ରାକିଂ (VLT) ଉପକରଣ ଏବଂ ପାନିକ୍ ବଟନ୍ ଲଗାଯିବ।

ରିପୋର୍ଟ ଅନୁଯାୟୀ, ଯାତ୍ରୀବାହୀ ବସ୍, ମିନି ବସ୍, ସ୍କୁଲ୍ ବସ୍ ଏବଂ କ୍ୟାବ / ଟ୍ୟାକ୍ସି ସମେତ ସମସ୍ତ ବାଣିଜ୍ୟିକ ଯାନ (ହଳଦିଆ ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ସହିତ) ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ବାଧ୍ୟତାମୂଳକ ଭାବରେ VLT ଗ୍ୟାଜେଟ୍ ସହିତ ସଜାଜିବ। ଅସୁବିଧାରେ ଥିବା ମହିଳା ଯାତ୍ରୀମାନେ ନିଜ ସିଟ୍ ନିକଟରେ ଜରୁରୀକାଳୀନ ବଟନ୍ ଦବାଇ ପାରିବେ। ପ୍ୟାନିକ୍ ବଟନ୍ ଦବାଇବା ମାତ୍ରେ ଏହା କମାଣ୍ଡ୍ ଏବଂ କଣ୍ଟ୍ରୋଲ୍ ସେଣ୍ଟର୍ (ସିସିସି) କୁ ଏକ ଜରୁରୀକାଳୀନ ସଙ୍କେତ ପଠାଇବ, ଯାହା ପରେ ଗାଡି ଟ୍ରାକ୍ କରାଯିବ ଏବଂ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଓଡିଶା ସରକାର କହିଛନ୍ତି, “ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶ ମୁତାବକ ସେଣ୍ଟ୍ରାଲ ମୋଟର ଭାଇକଲ ରୁଲ (CMVR) 1989 ଅନୁଯାୟୀ ଯାନବାହାନ ଅବସ୍ଥାନ ଟ୍ରାକିଂ ଡିଭାଇସ୍ ଏବଂ ଯାନ ପାଇଁ ପାନିକ୍ ବଟନ୍ ଫିଟ୍ କରିବା ପାଇଁ ସରକାର ଏହାକୁ ବାଧ୍ୟତାମୂଳକ କରି ଠିକ୍ କରିଛନ୍ତି। ଏହି ପ୍ୟାନିକ ବଟନ୍ ଗାଡ଼ିର ବେଗ ଠାରୁ ଆରମ୍ଭ କରି ଗାଡ଼ିର ଅବସ୍ଥା ବିଷୟରେ ସୂଚନା ଦେବ। ଏହି ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ପାଲଟିବ ବୋଲି ଆଶା କରାଯାଉଛି। ପାନିକ ବଟନ୍ ଦ୍ଵାରା ଦୁର୍ଘଟଣା ହେଲେ ମଧ୍ୟ ଜଣାଯିବ। ସବୁଠାରୁ ବଡ଼ କଥା ହେଉଛି କ୍ରିମିନାଲଙ୍କ ଠାରୁ ବଞ୍ଚାଇବା ପାଇଁ ମଧ୍ୟ ଏହା ସାହାଯ୍ୟ କରିବ।

ପାନିକ ବଟନ୍ କ’ଣ?
ପାନିକ ବଟନ୍ ହେଉଛି ଏକ ଇଲେକଟ୍ରୋନିକ୍ ଡିଭାଇସ୍ ଯାହା ଜଣଙ୍କୁ ଏମରର୍ଜେନ୍ସିରୁ ରକ୍ଷା କରେ। ଗାଡ଼ିରେ ଯିବା ସମୟରେ କୌଣସି ଜଟିଳ ପରିସ୍ଥିତିରେ ପଡିଲେ ଏହାକୁ ପ୍ରେସ କରିବା ଦ୍ୱାରା ସାହାଯ୍ୟ ମିଳିବ। ସେଥିପାଇଁ ଏହାକୁ ହେଲ୍ପ ବଟନ୍ ମଧ୍ୟ କୁହାଯାଇଥାଏ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.