୫୦୦ ଟଙ୍କାର ଜିନ୍ସରେ କରିପାରିବେ ଲକ୍ଷାଧିକ ରୋଜଗାର, ପତଞ୍ଜଳି ପରିଧାନ ଫ୍ରାଞ୍ଚାଇଜ୍ ପାଇଁ ଏପରି କରନ୍ତୁ ଆବେଦନ  

ନୂଆଦିଲ୍ଲୀ : ବାବା ରାମଦେବ ଧନତେରସ ସମୟରେ ଗ୍ରାରମେଣ୍ଟ ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି।ଆଜ୍ଞା ହଁ, ପନିର, ଘିଅ ଏବଂ ବିଭିନ୍ନ ଘର ବ୍ଯବହାର୍ଯ୍ଯ ଜିନିଷ ବିକ୍ରି ପରେ ଏବେ ଜିନ୍ସ  ଏବଂ ପୋଷାକ ବିକ୍ରି କରିବେ ରାମଦେବ ବାବା। ଏନେଇ ସେ ପତଞ୍ଜଳି ପରିଧାନ ନାମକ ଗ୍ରାରମେଣ୍ଟ ଶୋ ରୁମ୍ ଆରମ୍ଭ ହୋଇଛି। ତେବେ ଏହାର ଉଦଘାଟନ ପରେ ଲୋକଙ୍କୁ ଚାକିରି ତଥା ବ୍ଯବସାୟର ଅନେକ ସୁଯୋଗ ମିଳିବ। ଏଣୁ ଆଜି ଆମେ ପତଞ୍ଜଳି ପରିଧାନର ଡିଲରସିପ୍, ଡିଟ୍ରିବ୍ଯୁସନ୍ ଏବଂ ଫ୍ରାଞ୍ଚାଇଜ୍ ବିଷୟରେ ସମସ୍ତ ସୂଚନା ଦେବାକୁ ଯାଉଛୁ।

patanjali

ପରିଧାନର ଫ୍ରାଞ୍ଚାଇଜ୍ ନେଇ ରାମଦେବ ପୂର୍ବରୁ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ପରିଧାନ ଷ୍ଟୋର ପାଇଁ ନିଜର ପ୍ରପର୍ଟି ଥିବା ଦରକାର। କୌଣସି ମଲ, କମରସିଆଲ କମ୍ପେଲକ୍ସ ବା ହାଇ ଷ୍ଟ୍ରିଟରେ ଜାଗା ବା ପ୍ରପର୍ଟି ରହିବା ଦରକାର। ଆଉଟଲେଟର ସ୍ପେସ୍ ଗ୍ରାଉଣ୍ଡ ଫ୍ଳୋର କମ ସେ କମ୍ ୨୦୦୦ବର୍ଗ ଫୁଟ ହେବା ଦରକାର। ଯାହାର ସାମ୍ନା ୨୦ ଫୁଟ ଏବଂ ଉଚ୍ଚତା ୧୦ ଫୁଟ ରହିବା ଦରକାର। ଏଥିସହ ଗ୍ରାରମେଣ୍ଟ ବା ଟେକ୍ସଟାଇଲର ପୂର୍ବ ଅନୁଭୂତି ରହିଥିବା ଦରକାର।

patanjali-paridhan

ଏହି ସମସ୍ତ ସର୍ତ୍ତକୁ ସଫଳ ଭାବେ ଯଦି ଆପଣ ପୂରା କରୁଛନ୍ତି ତେବେ [email protected] ରେ ସମସ୍ତ ବିବରଣୀ ଆପଣ ମେଲ କରିପାରିବେ। ଏହାଛଡ଼ା କମ୍ପାନିକୁ କଲ କରି ମଧ୍ୟ ଆପଣ ସମସ୍ତ ସୂଚନା ଦେଇପାରିବେ।

ଦୀପାବଳୀ ଅବସରରେ ପତଞ୍ଜଳୀ ପରିଧାନରେ ୨୫ ପ୍ରତିଶତ ରହାତି ଅଫର ଚାଲୁଥିବା ବେଳେ ଏଥିରେ ୫୦୦ରୁ ଆରମ୍ଭ କରି ୫୦୦୦ ପର୍ଯ୍ଯନ୍ତ ଅନେକ ପ୍ରକାରର ଜିନ୍ସ ଏବଂ ଅନ୍ଯାନ୍ଯ ପୋଷାକ ବିକ୍ରି କରାଯାଉଛି।