୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାରଲେ-ଜି, ଲକ୍‌ଡାଉନ୍‌ରେ ୯୦ ପ୍ରତିଶତ ପ୍ରବାସୀଙ୍କର ମେଣ୍ଟାଇଛି ଭୋକ

ଲକ୍‌ଡାଉନ୍‌ ଯୋଗୁ ଅନ୍ୟ କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ପାରଲେ-ଜି ପାଇଁ କିନ୍ତୁ ଶୁଭ ସାବ୍ୟସ୍ତ ହୋଇଛି। ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡ ଭାଙ୍ଗିଛି ପାରଲେ-ଜି ବିସ୍କୁଟ୍‌। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକ ପାରଲେ-ଜି କିଣି ଘରେ ସଞ୍ଚିତ ରଖିଛନ୍ତି। ଖାସ୍‌ କରି ପ୍ରବାସୀ ଶ୍ରମିକମାନେ ଦାମୀ ବିସ୍କୁଟ କିଣିବାକୁ ଅସମର୍ଥ ଥିବାରୁ ଘରକୁ ଫେରିବା ବେଳେ ପାରଲେଜି କିଣି ଖାଇଛନ୍ତି। ମାତ୍ର ୫ ଟଙ୍କାରେ ବିକ୍ରି ହେଉଥିବା ଏହି ବିସ୍କୁଟ୍‌ ପ୍ରବାସୀ ଓ ତାଙ୍କ ପରିବାର ଭୋକ ମେଣ୍ଟାଇବାରେ ସମର୍ଥ ହୋଇଛି। ସେହିପରି ଆଉ କିଛି ଲୋକ ପାରଲେଜି କିଣି ଅସହାୟଙ୍କୁ ମଧ୍ୟ ବାଣ୍ଟିଛନ୍ତି। ଫଳରେ କମ୍ପାନୀର ବେପାର ଆକାଶଛୁଆଁ ହୋଇଛି।

ପାରଲେ-ଜିର କହିବାନୁସାରେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ ପାରଲେ-ଜି କମ୍ପାନୀ ପାଇଁ ବେଶ୍‌ ଲାଭଦାୟକ ରହିଛି। ଏହି ସମୟରେ କମ୍ପାନୀର ବେପାର ୮୦-୯୦ ପ୍ରତିଶତ ବଢ଼ିଛି। ଏଥିସହ ସେୟାର ମାର୍କେଟରେ ମଧ୍ୟ କମ୍ପାନୀର ୫ ପ୍ରତିଶତ ସେୟାର ବଢ଼ିଛି।

Parle-G record sales break 82-year record in Lockdown

୧୯୩୮ ମସିହାରୁ ହିଁ ଲୋକଙ୍କ ପ୍ରିୟ ବିସ୍କୁଟ୍‌ ହୋଇ ରହିଛି ପାରଲେ-ଜି। ଏହି ବିସ୍କୁଟକୁ ଏବେ ୮୨ ବର୍ଷ ପୂରିଥିଲେ ମଧ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇରହିଛି। ଦେଖନ୍ତୁ ଲୋକମାନେ କିଭଳି ପାରଲେ-ଜିକୁ ନେଇ ନିଜ ଭାବନା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.