ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ଗୋଟିଏ କାଉଣ୍ଟରରେ କନଫର୍ମ ଟିକେଟ ସହିତ ମିଳିବ କ୍ୟାନସଲ ଓ ରିଫଣ୍ଡ ଅର୍ଥ

ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ପ୍ରକାର ଯୋଜନା କରିଥାଏ। କନଫର୍ମ ଟିକେଟ ଠାରୁ ଆରମ୍ଭ କରି ଟିକେଟ କ୍ୟାନସେଲ କରିବା ଏବଂ ରିଫଣ୍ଡ ପାଇଁ ଅନେକ ସୁବିଧା ଦେଇଥାଏ। କୋଭିଡ ପରେ ଟିକେଟ ବୁକିଂ ପ୍ରକ୍ରିୟାକୁ ଆହୁରି ସହଜ କରିଦେଇଛି ଭାରତୀୟ ରେଳବାଇ। ଜେନେରାଲ ଠାରୁ ଆରମ୍ଭ କରି ସ୍ଲିପର ଏବଂ ଏସି କୋଚ ପାଇଁ ଅନଲାଇନ ଟିକେଟ ବୁକିଂ ସୁବିଧା ଦେଉଛି। ତଥାପି ନିକଟରେ ଏତେସବୁ ସୁବିଧା ସତ୍ତ୍ୱେ ବହୁତ ଯାତ୍ରୀ କନଫର୍ମ ଟିକେଟ ପାଇଁ ସମସ୍ୟାର ସାମ୍ନା କରିଥିବା ଦେଖିବାକୁ ମିଳିଛି।

ତେବେ କେମିତି କନଫର୍ମ କରିଥିବା ଟିକେଟ ତୁରନ୍ତ ପାଇବେ, ସେଥିପାଇଁ ଆପଣଙ୍କୁ ଆଇଆରସିଟିର େଓ୍ଵବସାଇଟକୁ ଯିବା ଦରକାର ପଡିବ ନାହିଁ। ଭାରତୀୟ ରେଲେଓ୍ଵ ସବୁ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ପାସେଞ୍ଜର ରିଜରଭେସନ ସିଷ୍ଟମ ଟିକେଟ କାଉଣ୍ଟର ରହିଥାଏ, ଯେଉଁଠି ଅଫଲାଇନ ଉପାୟରେ ଯାତ୍ରୀ କନଫର୍ମ ଟିକେଟ ବୁକ୍‌ କରିପାରିବେ।

ତେବେ କାଉଣ୍ଟରରୁ ଟିକେଟ ବୁକିଂ କରିବା ପାଇଁ େଓ୍ଵଟିଂ ଟ୍ରେନ ଟିକେଟକୁ କନଫର୍ମ ହେବାର ସୁଯୋଗ ଅଧିକ ରହିଥାଏ। ତେବେ ସିଟ୍‌ ଯଦି ଉପଲବ୍ଧ ଥାଏ, ତେବେ କନଫର୍ମ ଟିକେଟ ମିଳିଯାଏ। ଯାତ୍ରୀଙ୍କୁ ଅନଲାଇନ ବୁକିଂ ସମୟରେ ସ୍ଲୋ ପେମେଣ୍ଟ ଏବଂ ଇଣ୍ଟରନେଟ ସ୍ଲୋ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ। ଏହାଛଡା ଆରଏସି ଟ୍ରେନ ଟିକେଟ ମଧ୍ୟ ନେଇପାରିବେ।

ନୂଆ ନିୟମ ଅନୁସାରେ, ଯଦି ଯାତ୍ରୀଙ୍କ ପାଖରେ କନଫର୍ମ ଆରଏସି ଟିକେଟ, କନଫର୍ମ କିମ୍ବା େଓ୍ଵଟିଂ, ଆରଏସି, ଆରଏସି େଓ୍ଵଟିଂ ଲିଷ୍ଟ ଟିକେଟ ଥାଏ, ତେବେ ପାସେଞ୍ଜର ଟ୍ରେନରେ ଯାତ୍ରା କରିପାରିବେ। ଏହାବ୍ୟତୀତ ଜେନେରାଲ ବଗିରେ ମଧ୍ୟ କୌଣସି ଟିକେଟ ରଖିଥିବା ପାସେଞ୍ଜର ଯାତ୍ରା କରିପାରିବେ।

railways
photo: IndiaTV News

ଯଦି ଆପଣ ପିଆରଏସ୍‌ କାଉଣ୍ଟରରୁ ଟିକେଟ କନଫର୍ମ କିମ୍ବା ଆରଏସି ଟିକେଟ ନେଇଛନ୍ତି, ତେବେ ଆପଣ ଦୁଇଟି ଉପାୟରେ ଟିକେଟ କ୍ୟାନସେଲ କରିପାରିବେ। ଆପଣ ଆଇଆରସିଟିସି େଓ୍ଵବସାଇଟ କିମ୍ବା ଏସଏମଏସ ମାଧ୍ୟରେ ଟିକେଟ କ୍ୟାନସେଲ୍‌ କରିପାରିବେ।

ନଚେତ ଆପଣ ୧୩୯କୁ ଏସଏମଏସ ପଠାଇ ଟିକେଟ କ୍ୟାନସେଲ କରିପାରିବେ। ଏଥିପାଇଁ ଆପଣ ନିଜ ଫୋନରେ ଟେକ୍ସଟ୍‌ରେCANCEL#PNR NUMBER#TRAIN NUMBER ଫର୍ମାଟରେ ଲେଖି ପଠାଇଦିଅନ୍ତୁ। ଏହାପରେ ନିଜର ଟିକେଟ କ୍ୟାନସେଲ କରିପାରିବେ। ଟିକେଟ କ୍ୟାନସେଲ ହେବା ପରେ ୪୮ ଘଣ୍ଟା ମଧ୍ୟ ଆପଣଙ୍କୁ ରିଫଣ୍ଡ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.