ବାପା ଥିଲେ ଗରିବ ଚୌକିଦାର, ପୁଅ ଦେଶର ୮ମ ଧନୀ ବ୍ୟକ୍ତି

ଦୀପ ଜଳିବା ସମସ୍ତେ ଦେଖନ୍ତି । ଦୀପ ଜଳି ଆଲୋକ ହେବା ମଧ୍ୟ ସମସ୍ତେ ଦେଖନ୍ତି । ହେଲେ ଏହି ଦୀପ ଜାଳିବା ପାଇଁ କେତେ ତେଲ ଲାଗିଥାଏ ତାହା କେହି ଦେଖନ୍ତି ନାହିଁ । ଆଜି ଆମେ ଯେଉଁ ବ୍ୟକ୍ତିତ୍ବଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ସଂଘର୍ଷର କାହାଣୀ ମଧ୍ୟ ଠିକ୍ ସେମିତି । ପତଞ୍ଜଳୀର ବିଜ୍ଞାପନ ଆପଣ ଟିଭିରେ ନିଶ୍ଚୟ ଦେଖିଥିବେ । ଆଉ ଏହି ବିଜ୍ଞାପନରେ ବାବା ରାମଦେବଙ୍କ ସହ ବେଳେ ବେଳେ ଆଚାର୍ୟ୍ୟ ବାଳକୃଷ୍ଣ ମଧ୍ୟ ଆସିଥାନ୍ତି । ତେବେ ଆଚାର୍ୟ୍ୟ ବାଳକୃଷ୍ଣ କେବଳ ଆଚାର୍ୟ୍ୟ ନୁହଁନ୍ତି ପତଞ୍ଜଳୀର ସିଇଓ ମଧ୍ୟ । ତେବେ କଣ ଆପଣ ଜାଣନ୍ତି ବାଳକୃଷ୍ଣଙ୍କ ଜୀବନ କାହାଣୀ କୌଣସି ସିନେମା କାହାଣୀଠୁ କମ୍ ନୁହେଁ ।

ଖୁବ୍ ଦାରିଦ୍ର୍ୟ ଭିତରେ କଟିଛି ଜୀବନ 

ଆଚାର୍ୟ୍ୟ ବାଳକୃଷ୍ଣଙ୍କ ବାସ୍ତବ ନାଁ ହେଉଛି ନାରାୟଣ ପ୍ରସାଦ ସୁବେଦୀ । ବାଳକୃଷ୍ଣଙ୍କ ଜନ୍ମ ୧୯୭୪ରେ ଏକ ନେପାଳୀ ପରିବାରରେ ହୋଇଥିଲା । ବାଳକୃଷ୍ଣଙ୍କ ବାପା ଜଣେ ଚୌକିଦାର ଥିଲେ ।

ଏହା ସହ ପଢନ୍ତୁ ବୃଦ୍ଧାଶ୍ରମରେ ଜେଜେ ମା’ଙ୍କ ସହ ନାତୁଣୀର ମିଳନ : ଜାଣନ୍ତୁ ଫଟୋ ପଛର ଭାଇରାଲ୍ ସତ କଣ ?

ନାରାୟଣ ପ୍ରସାଦରୁ କେବେ ହେଲେ ଆଚାର୍ୟ୍ୟ 

୧୯୮୦ରେ ହରିୟାଣାର ଏକ ଗୁରୁକୂଳରେ ବାବା ରାମଦେବ ଏବଂ ବାଳକୃଷ୍ଣଙ୍କ ଦେଖା ଦେଖା ହୋଇଥିଲା । ଆଉ ଏହି ସାକ୍ଷାତ ରଚିଲା ଏକ ଇତିହାସ । ବାବା ରାମଦେବ ଯଦି କାହାକୁ ଅଧିକ ବିଶ୍ବାସ କରନ୍ତି ସେ ହେଉଛନ୍ତି ଆଚାର୍ୟ୍ୟ ବାଳକୃଷ୍ଣ । ଦେଶର ସବୁଠାରୁ ବଡ଼ ଏଫଏମସିଜି କମ୍ପାନୀ ମାନଙ୍କ ମଧ୍ୟରେ ଥିବା ପତଞ୍ଜଳୀର ସର୍ବେସର୍ବା ହେଉଛି ବାଳକୃଷ୍ଣ । ପତଞ୍ଜଳୀ ନିକଟରେ ଏବେ ୨.୫ ବିଲିୟନ୍ ଡଲାର୍ ସମ୍ପତ୍ତି ଅଛି । ଯେଉଁଥିରୁ ୯୭ ପ୍ରତିଶତ ଅଂଶ କେବଳ ବାଳକୃଷ୍ଣଙ୍କର । ସମ୍ପତ୍ତି ମାମଲାରେ ଆଚାର୍ୟ୍ୟ ବାଳକୃଷ୍ଣ ହେଉଛନ୍ତି ଦେଶର ୮ମ ଧନୀ ବ୍ୟକ୍ତି ।

୧୯୯୫ରେ ପତଞ୍ଜଳୀ ଆୟୁର୍ବେଦକୁ କମ୍ପାନୀ ଭାବରେ ପଞ୍ଜିକରଣ କରାଯାଇଥିଲା । ସେ ସମୟରେ ବାଳକୃଷ୍ଣଙ୍କ ପକେଟରେ ୩୫୦୦ ଟଙ୍କା ଥିଲା । ଆଉ ପଞ୍ଜିକରଣ ପାଇଁ ବାଳକୃଷ୍ଣ ୧୦ ହଜାର ଟଙ୍କା ଉଧାର ନେଇଥିଲେ । ଆଜି ବି ବାଳକୃଷ୍ଣଙ୍କ କମ୍ପାନୀରେ କମ୍ପ୍ୟୁଟର କି ଲାପଟପ୍ ନାହିଁ । ସବୁବେଳେ ଧଳା କପଡା ଏବଂ ଚପଲରେ ନଜର ଆସୁଥିବା ବାଳକୃଷ୍ଣଙ୍କୁ ଦେଖି ଲାଗିବନି ଯେ ଏତେ ସମ୍ପତ୍ତିର ମାଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.