ରାମଦେବ ଖୋଲିଲେ ନିଯୁକ୍ତିର ଦ୍ବାର : ୫୦ହଜାର ପଦବୀ ପାଇଁ ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

patanjaliପତଞ୍ଜଳିରେ କାମ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗଗୁରୁ ବାବା ରାମଦେବ ୫୦ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ପତଞ୍ଜଳି ନିଜର ବ୍ୟବସାୟ ବଢ଼ାଇବାକୁ ଦେଶର ସମସ୍ତ ଜିଲ୍ଲାର ସେଲ୍ସମ୍ୟାନଙ୍କୁ ନିଯୁକ୍ତି କରିବ ।

ବାବା ରାମଦେବଙ୍କ ପ୍ରବକ୍ତା ଏସ.କେ.ତିଜାରାୱାଲାଙ୍କ ଅନୁସାରେ ପତଞ୍ଜଳିକୁ ୫୦ ହଜାର ସେଲ୍ସମ୍ୟାନ ତୁରନ୍ତ ଆବଶ୍ୟକ । ଏହି ନିଯୁକ୍ତି ପତଞ୍ଜଳିର ଫୁଡ,ପର୍ସନାଲ କେୟାର,ହୋମ କେୟାର ଏବଂ ପୂଜା ସାମଗ୍ରୀ ବିଭାଗରେ ସମଗ୍ର ଦେଶରେ ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ହେବ । ତିଜାରାୱାଲା ଏକ ଟ୍ବିଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ତେବେ ଆବେଦନ କରିବା ପୂର୍ବରୁ ନଜର ପକାନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଉପରେ ।

ଯୋଗ୍ୟତା –
ଆବେଦନକାରୀ +୨ ପାସ ହୋଇଥିବା ଜରୁରୀ । ବିଏ/ଏମଏ/ଏମବୀଏ ପାସ କରିଥିବା ବ୍ୟକ୍ତି ମଧ୍ୟ ଏହା ପାଇଁ ଆବେଦନ କରିପାରିବେ । ଆବେଦନକାରୀଙ୍କୁ ଏଫଏମସୀଜି କମ୍ପାନୀରେ ହାରାହାରି ୧-୨ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।

ବେତନ-
ଏହାର ବେତନ ୮୦୦୦ରୁ୧୫୦୦୦ ରହିବ ।

ଆବେଦନର ଶେଷ ତାରିଖ ୨୨ ଜୁନ-
ପ୍ରାର୍ଥୀମାନଙ୍କ ପାଇଁ ୨୩ରୁ୨୭ ଜୁନ ପର୍ୟ୍ୟନ୍ତ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ । ଏହା ପାଇଁ ପ୍ରାର୍ଥୀଙ୍କୁ ପୁର୍ବରୁ ପଞ୍ଜୀକରଣ କରିବାକୁ ହେବ । ଚୟନ ହୋଇଥିବା ବ୍ୟକ୍ତିଙ୍କୁ ତାଙ୍କ ବେତନ ଏବଂ ଚାକିରି କରିବାର ନିୟମ ସମେତ ଯୋଗର ପ୍ରଶିକ୍ଷଣ ଦିଆଯିବ । ଆବେଦନ ୨୨ ଜୁନ ପର୍ୟ୍ୟନ୍ତ କରାଯାଇପାରିବ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏଫଏମସିଜିରେ ଧୁମ ମଚାଇବା ପରେ ବାବା ରାମଦେବ ବର୍ତ୍ତମାନ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପାଦ ଜମାଇବାକୁ ଚାହୁଁଛନ୍ତି । ପରିଧାନ ବ୍ୟବସାୟରେ ’ପତଞ୍ଜଳି ପରିଧାନ’ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ହ୍ବାଟସପକୁ ଟକ୍କର ଦେବା ପାଇଁ ’କିମ୍ଭୋ ଆପ’କୁ ଲଞ୍ଚ କରିବାକୁ ମଧ୍ୟ ପ୍ରସ୍ତୁତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.