ବ୍ୟବସାୟ ଓ ଅର୍ଥନୀତି

ପେଟିଏମ୍ ଦେଉଛି ନିଯୁକ୍ତି ସୁଯୋଗ; ଦରମା ରହିଛି ୩୫ ହଜାର, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ : ଅର୍ଥନୈତିକ ସେବା ପ୍ରଦାନ କରୁଥିବା ପେଟିଏମ୍ ଦେଶରେ ଏହାର ଉପସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଯାଉଛି । ୧୬ହଜାର ୬୦୦ କୋଟିର ଆଇପିଓ ଲଞ୍ଚ କରିବାକୁ ଯାଉଥିବା ପେଟିଏମ୍ ନିକଟରେ ଏହାର ଫିଲ୍ଡ ସେଲ୍ସ ଏକଜ୍ୟୁକ୍ୟୁଟିଭ୍ (ଏଫ୍ଏସ୍ଇ) ସେବା ଲଞ୍ଚ କରିଛି । ଏଫ୍ଏସଇ ପ୍ରୋଗ୍ରାମ ଅନୁଯାୟୀ କମ୍ପାନୀ ପକ୍ଷରୁ ୨୦ ହଜାର ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ନବ ନିଯୁକ୍ତ ଏହି ୨୦ ହଜାର ଏକଜ୍ୟୁକ୍ୟୁଟିଭ ପେଟିଏମ ମର୍ଚ୍ଚାଣ୍ଟ ମାନଙ୍କୁ ପେଟିଏମ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବେ । ଏହା ସହିତ କମ୍ପାନୀର ବିଭିନ୍ନ ଡିଜିଟାଲ ଉତ୍ପାଦର ପ୍ରମୋଶନ ମଧ୍ୟ କରିବାରେ ମଧ୍ୟ ସହାୟକ ହେବେ ବୋଲି କୁହାଯାଇଛି ।

ଦରମା: ଏହି ନୂତନ ନିଯୁକ୍ତିରେ ୩୫ ହଜାର ଟଙ୍କାର ବେତନ ପ୍ରଦାନ କରିବ କମ୍ପାନୀ । ଏହା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଏବଂ

କମିଶନ ମଧ୍ୟ ମିଳିବ ।

କଣ ରହିବ କାମ:  ଏଫଏସଇରେ ଯୋଗ ଦେଇଥିବା ଏହି କର୍ମୀ ମାନେ ପେଟିଏମର ସମସ୍ତ ଡିଜିଟାଲ ଉତ୍ପାଦର ପ୍ରମୋଶନ କରିବେ । ପେଟିଏମ୍ ଅଲ୍ ଇନ ୱାନ କ୍ୟୁଆର କୋଡ, ପେଟିଏମ୍ ସାଉଣ୍ଡବକ୍ସ, ୱାଲେଟ, ପୋଷ୍ଟପେଡ, ମର୍ଚ୍ଚାଣ୍ଟ ଋଣ ଓ ଜୀବନବୀମା ପ୍ରଭୃତି ବିଷୟରେ ଏହି କର୍ମଚାରୀ ମାନେ ସହାୟତା କରିବେ ।

ଯୋଗ୍ୟତା: ଏହି କାମ ପାଇଁ ଆପଣଙ୍କୁ ୧୮ ବର୍ଷ ହୋଇଥିବା ନିହାତି ଆବଶ୍ୟକ । ଏହା ସହିତ ଆପଣ ୧୦ମ, ଦ୍ୱାଦଶ କିମ୍ବା ସ୍ନାତକ ଶିକ୍ଷା

ହାସଲ କରିଥିବେ । ଆଣ୍ଡ୍ରଏଡ ମୋବାଇଲ ସହିତ ପେଟିଏମ ଆପ ଜରିଆରେ ପ୍ରାର୍ଥୀ ମାନେ ଆବେଦନ କରିପାରିବେ । ଦୁଇ ଚକିଆ ଯାନ

ରହିଥିବା ଆଶାୟୀ ଓ ବିଭିନ୍ନ ସହରକୁ ଯାତ୍ରା କରିବାରେ ଅସୁବିଧା ନଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ । ସେହିପରି ସ୍ଥାନୀୟ ଅଞ୍ଚଳ ଓ ଭାଷା

ସହିତ ପରିଚୟ ନିତାନ୍ତ ଜରୁରୀ ।

ଆଇପିଓ:  ଖୁବ୍ ଶୀଘ୍ର ବଜାରରେ ଲଞ୍ଚ ହେବାକୁ ଯାଉଛି ପେଟିଏମର ଆଇପିଓ । ୧୬,୬୦୦ କୋଟିର ଆଇପିଓ ଅକ୍ଟୋବର ସୁଦ୍ଧା ଲଞ୍ଚ

ହେବ ବୋଲି ସୂଚନା ମିଳିଛି । ଏନେଇ ସେବି ନିକଟରେ କମ୍ପାନୀ ପକ୍ଷରୁ ଜୁଲାଇ ୧୫ରେ ଆବେଦନ ହୋଇ ସାରିଛି । ସେବି ନିକଟରେ

ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ପେଟିଏମ୍ ନିଜକୁ ଦେଶର ଏକ ନମ୍ବର ଡିଜିଟାଲ ଇକୋସିଷ୍ଟମ ଭାବରେ ଅଭିହିତ କରିଛି ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

15 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

27 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

37 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

40 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago