ବ୍ୟବସାୟ ରଣନୀତି, ପୁରୁଣା ଫୋନକୁ ଜାଣି ଶୁଣି ସ୍ଲୋ କରୁଛନ୍ତି Apple – Samsung

କଣ ଆପଣ ଆପଲ୍ ଏବଂ ସାମସଙ୍ଗ୍ ଫୋନ୍ ବ୍ୟବହାର କରୁଛନ୍ତି ? ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଉଭୟ କମ୍ପାନୀ ବିରୋଧରେ ଆସିଛି ସାଙ୍ଘାତିକ୍ ଅଭିଯୋଗ । କମ୍ପାନୀ ପୁରୁଣା ମୋବାଲକୁ ଜାଣି ଶୁଣି ସ୍ଲୋ କରିଦେଉଛନ୍ତି ବୋଲି ହୋଇଛି ଅଭିଯୋଗ । ଯାହା ଫଳରେ ଗ୍ରାହକ ନୂଆ ଫୋନ୍ କିଣିବାକୁ ବାଧ୍ୟ ହେବେ । ଏହି ଅଭିଯୋଗ ଆସିଛି ଇଟାଲୀରୁ । ଆଉ ଇଟାଲୀର କଂଜ୍ୟୁମର ଅଥରିଟ ଉଭୟ କାମ୍ପାନୀ ଉପରେ ଲଗାଇଛି ୧୨୦ କୋଟିର ଜରିମାନା । ଆପଲ୍ ଉପରେ ୧୦ ମିଲିୟନ୍ ୟୁରୋ (୮୩.୪୬ କୋଟି) ଏବଂ ସାମସଙ୍ଗ୍ ଉପରେ ୫ ମିଲିୟନ୍ ୟୁରୋ (୪୧.୭୩) କୋଟି ଜରିମାନା ଲଗାଇଛି ।

ଖବର ଅନୁସାରେ, ୨୦୧୬ ସେପ୍ଟେମ୍ବରରୁ ଆପଲ୍ ନିଜର ଆଇଫୋନ୍ ୬ ଗ୍ରାହକଙ୍କୁ ବାରମ୍ବାର ସଫ୍ଟୱେୟାର୍ ଅପଡେଟ୍ ପାଇଁ ନୋଟିଫିକେସନ୍ ପଠାଉଥିଲା । ଯାହାକୁ ପରବର୍ତ୍ତୀ ଭର୍ସନ୍ ଆଇଫୋନ୍ ୭କୁ ଆଖି ଆଗରେ ରଖି ବନାଯାଇଥିଲା । ହେଲେ କମ୍ପାନୀ ଗ୍ରାହକଙ୍କୁ ଏକଥା କହିନଥିଲା ଯେ .ଅପଡେଟ୍ କରିବା ପରେ ଫୋନ୍ ସ୍ଲୋ ହୋଇଯିବ ବୋଲି ।

ଅନ୍ୟପଟେ ସାମସଙ୍ଗ ମଧ୍ୟ ଗାଲାକ୍ସି ନୋଟ୍ ଫୋନ୍ ରଖିଥିବା ଗ୍ରାହକଙ୍କୁ ଗୁଗଲ୍ ଆଣ୍ଡ୍ରଏଡ୍ ଅପରେଟିଙ୍ଗର ନୂଆ ଭର୍ସନ୍ ଇନଷ୍ଟଲ୍ କରିବାକୁ କହିଥିଲା । ଯାହାକୁ ଗାଲାକ୍ସି ନୋଟ୍ ୭କୁ ଆଖି ଆଗରେ ରଖି ବନାଯାଇଥିଲା । ଆଉ ଅପଡେଟ୍ କରିବା ପରେ ଫୋନ୍ ସ୍ଲୋ ହୋଇଯାଇଥିଲା ।