ସହଜ ହେବ ପେନସନ୍‌ ବ୍ୟବସ୍ଥା: ଅନଲାଇନରେ କରିହେବ ପଞ୍ଜିକରଣ, ଜାନୁଆରୀ ୨୦ରୁ କରନ୍ତୁ ଆବେଦନ

(କେନ୍ୟୁଜ): ପେନସନ୍‌ ବ୍ୟବସ୍ଥାକୁ ଅଧିକ ସରଳ କରୁଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀ ଅବସରର କିଛି ଦିନ ଭିତରେ କିଭଳି ପେନସନ୍‌ ପାଇପାରିବେ ସେନେଇ ବ୍ୟବସ୍ଥା କରୁଛନ୍ତି ସରକାର । ଏଣିକି ନିୟମିତ ଭାବରେ ଜିଲ୍ଲା ଓ ରାଜ୍ୟସ୍ତରରେ ପେନସନ ଅଦାଲତ ଆୟୋଜନ ହେବ । ପୂର୍ବରୁ ସମାଧାନ ହୋଇପାରିନଥିବା ପେନସନ ମାମଲାଗୁଡ଼ିକ ଏହା ମାଧ୍ୟମରେ ତୁରନ୍ତ ସମାଧାନ ହୋଇପାରିବ । ଏଥିପାଇଁ ଅନଲାଇନରେ ପଞ୍ଜିକରଣ କରିବାକୁ ହେବ ।

ଜାନୁଆରୀ ୨୦ରୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ଏଥିପାଇଁ http.pension.hrmsodisha.govt.in ପୋର୍ଟାଲରେ ଆବେଦନ କରିହେବ । ସମାଧାନ ହୋଇ ପାରିନଥିବା ମାମଲାଗୁଡ଼ିକର ପ୍ରଥମେ ପେନସନ ମଞ୍ଜୁର କରୁଥିବା ଅଧିକାରୀଙ୍କ ସ୍ତରରେ ସମାଧାନ କରାଯିବ । ଏହି ସ୍ତରରେ ସମାଧାନ ହୋଇ ନପାରିଲେ ପେନସନ ଅଦାଲତରେ ଶୁଣାଣି କରାଯିବ । ଯେଉଁ ଅବସରପ୍ରାପ୍ତ କର୍ମଚାରୀ ଧାର୍ଯ୍ୟ ସମୟରେ ପେନସନ ସମ୍ପର୍କିତ କାଗଜପତ୍ର ଦାଖଲ କରିପାରି ନଥିଲେ ହେଲ୍ପଡେସ୍କ ଓ ମୋ ସେବାକେନ୍ଦ୍ର ମାଧ୍ୟମରେ ସହାୟତା ନେଇପାରିବେ । ଅବସର ପରେ ବର୍ଷ ବର୍ଷ ଧରି ଅନେକ କର୍ମଚାରୀ ପେନସନ ନପାଇ ଚିନ୍ତାରେ ଅଛନ୍ତି । ତେଣୁ ସରକାରଙ୍କ ପେନସନ୍‌ ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ସେମାନଙ୍କ ସମସ୍ୟା ଦୂର କରିବ ବୋଲି କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.