ବର୍ଷକୁ ୬ ଲକ୍ଷ ଟଙ୍କା କମାଉଥିବା ଲୋକଙ୍କୁ ମିଳିବ ୩୫ ଲକ୍ଷର ହୋମ ଲୋନ୍‌ ସହିତ ଅଢ଼େଇ ଲକ୍ଷର ସବସିଡି ! ଜାଣନ୍ତୁ ଆଉ କଣ ରହିଛି ଅଫର୍‌

କରୋନାର ଆର୍ଥିକ ସଂକଟ ଭିତରେ ‘ଆଇସିଆଇସିଆଇ ହୋମ ଫାଇନାନ୍ସ’ ଗ୍ରାହକଙ୍କୁ ଶସ୍ତା ହୋମ ଲୋନର ସୁବିଧା ଦେଉଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଲୋନ ବ୍ୟବସ୍ଥାକୁ ଆକର୍ଷକ କରାଇବା ପାଇଁ କମ୍ପାନୀ ମହିଳା ଏବଂ ମିଡିଲ କ୍ଲାସ ଇନକମ୍‌ ଗୃପ ପାଇଁ ଆଇସିଆଇସିଆଇ ହୋମ ଫାଇନାନ୍ସ ବହୁତ ସରଳ ଏବଂ ଶସ୍ତା ହାଉସିଙ୍ଗ ଲୋନ ଯୋଜନା ଆରମ୍ଭ କରୁଛି। ଅର୍ଥାତ ଏବେ ଆପଣ ଏହି ଲୋନ ଗ୍ରାମାଞ୍ଚଳରେ ମଧ୍ୟ ପାଇବେ।

ଏହି ଯୋଜନା ଅନୁଯାୟୀ ମହିଳା ଏବଂ ମିଡିଲ କ୍ଲାସ ଇନକମ୍‌ କରୁଥିବା ଗ୍ରାହକ ଏବଂ ଆର୍ଥିକ ରୂପରେ ଦୁର୍ବଳ ଥିବା ଲୋକଙ୍କ ପାଇଁ ଏହି ଲୋନ ଆଣିଛି କମ୍ପାନୀ। ଯେଉଁମାନଙ୍କ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ୬ଲକ୍ଷ ସେହିମାନଙ୍କ ପାଇଁ ଖାସ କରି ଏହି ଲୋନ ବହୁତ ଭଲ ପ୍ରମାଣିତ ହେବ। ଏହି ଲୋନ ସ୍କିମରେ ସୁଧ ଦର ୭.୯୮%ରୁ ଆରମ୍ଭ ହେଉଛି ଏବଂ ଏଥିରେ ଅଧିକତମ ୨୦ ବର୍ଷ ପାଇଁ ଲୋନ ନିଆଯାଇପାରେ।

money girlକମ୍ପାନୀର କହିବାକଥାନୁଯାୟୀ ଆବେଦକଙ୍କ ପାଇଁ ଘର ମହିଳାଙ୍କ ନାମରେ ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ଅଧିକରୁ ଅଧିକ ମହିଳା ଯେପରି ଘରର ମାଲିକାଣୀ ହୋଇପାରିବେ ସେଥପାଇଁ ଏହି ଲୋନ କରାଯାଇଛି। ଆବେଦକ ୩୧ ମାର୍ଚ୍ଚ ୨୦୨୧ ପଯ୍ୟର୍ନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ପ୍ରତି ଆବାସ ୨.୬୭ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ସୁଧ ସବସିଡିର ଲାଭ ମଧ୍ୟ ଉଠାଇପାରିବେ।

କେମିତି କରିବେ ଲୋନ ପାଇଁ ଆବେଦନ

ଆବେଦକ ସର୍ବପ୍ରଥମେ ଆଇସିଆଇସିଆଇ ବ୍ରାଞ୍ଚକୁ ଯାଇ କେଓ୍ଵାସି ଡକ୍ୟୁମେଣ୍ଟସ, ଇନକମ ପୃଫ ଏବଂ ପ୍ରପଟୀ ଡକ୍ୟୁମେଣ୍ଟ ଦେଇ SARAL ଲୋନ ପାଇଁ ଆପ୍ଲାଏ କରିପାରିବେ। ଏହାଛଡା ଆଇସିଆଇସିଆଇର ଅଫିସିଆଲ େଓ୍ଵବସାଇଟରେ ଲଗଇନ କରି ମଧ୍ୟ ଅନଲାଇନ ଜରିଆରେ ଘରେ ବସି ଆବେଦନ କରିପାରିବେ।

Leave A Reply

Your email address will not be published.