ବାହନ ଚାଳକଙ୍କ ପାଇଁ ବଡ଼ ଖବର, ଏବେ ୧୫ ଲକ୍ଷ ଟଙ୍କାର ମିଳିବ ବ୍ଯକ୍ତିଗତ ଦୁର୍ଘଟଣା ବୀମା, ବଢ଼ିଲା ପ୍ରିମିୟମ୍

ନୂଆଦିଲ୍ଲୀ : ଏବେ ସମସ୍ତ ଯାନବାହନରେ ବ୍ଯକ୍ତିଗତ ଦୁର୍ଘଟଣା ବୀମାକୁ ବାଧ୍ୟତାମୂଳକ ସାମିଲ କରାଯାଇଛି। ଏଥି ଅନ୍ତର୍ଗତ ମାଲିକ ଏବଂ ଚାଳକଙ୍କର ୧୫ଲକ୍ଷ ପର୍ଯ୍ଯନ୍ତ ବୀମାରାଶି ମିଳିପାରିବ। ଏହା ଦ୍ବାରା ଦୁର୍ଘଟଣା ସମୟରେ ଯଦି ମାଲିକଙ୍କ  ବା ଗାଡ଼ି ଚାଳକଙ୍କର ମୃତ୍ୟୁ ହେଉଛି ତେବେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ଏହି ବୀମାର ଉଦ୍ଦେଶ୍ଯ ହେଉଛି ଦୁର୍ଘଟଣାରେ ମୃତ ବ୍ଯକ୍ତିଙ୍କ ପରିବାର ଲୋକଙ୍କୁ ସାହାୟତା ଯୋଗାଇବା। ସାଧାରଣତଃ ଦୁନିଆରେ ଦୈନିକ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ତେବେ ଏହି ବୀମା ଉଭୟ ଦୁଇ ଏବଂ ଚାରି ଚକିଆ ଯାନବାହନ ପାଇଁ ଆରମ୍ଭ କରାଯାଇଛି। ଏହାକୁ IRDAI କମ୍ପାନିର ନିର୍ଦ୍ଦେଶ ଅନୁଯାୟୀ ୭୫୦ ଟଙ୍କାର ଅତିରିକ୍ତ ପ୍ରିମିୟମରେ ଏହି ବ୍ଯକ୍ତିଗତ ବୀମାର ଲାଭ ଉଠାଇ ପାରିବେ।

healthinsurance

ଇନସୁରାନ୍ସ ରେଗୁଲେଟର ମାଡ୍ରାସ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏହି ପଦକ୍ଷେପ ଉଠାଯାଇଛି। ସମସ୍ତ ଯାନବାହନ କମ୍ପାନୀଗୁଡ଼ିକୁ ଏହି ନିୟମର ପାଳନ କରିବା ପାଇଁ ଅଆସନ୍ତା ଅକ୍ଟୋବର ୨୫ ପର୍ଯ୍ଯନ୍ତ ସମୟ ଦିଆଯାଇଛି।

କେତେ ରହିଛି ବୀମା ?

ବର୍ତ୍ତମାନ ଦୁଇ ଚକିଆ ଯାନବାହନ ପାଇଁ ୧ ଲକ୍ଷ ଏବଂ ବ୍ୟବସାୟ ପାଇଁ ବ୍ଯବହାର କରାଯାଉଥିବା କାରରେ ୨ଲକ୍ଷ ଟଙ୍କାର ବ୍ଯକ୍ତିଗତ ବୀମା ଦିଆଯାଉଥିଲା। ତେବେ କାର ପାଇଁ ୧୦୦ ଟଙ୍କାର ପ୍ରିମିୟମ ରହିଛି। ଯାତ୍ରୀଙ୍କ ପାଇଁ ବିକଳ୍ପ ରୂପରେ ବ୍ଯକ୍ତିଗତ ବୀମା ଉପଲବ୍ଧ ହୋଇଥାଏ। କିଛି କମ୍ପାନୀ ଅତିରିକ୍ତ ପ୍ରିମିୟମରେ ଅଧିକ ବୀମା ମଧ୍ୟ ହେଉଛି।

personal-accident

ଏବେ କିନ୍ତୁ ନୂଆ ନିୟମରେ IRDAI କମ୍ପାନିଙ୍କୁ କହିଛନ୍ତି କି, ଗାଡ଼ି ମାଲିକ ଏବଂ ଚାଳକଙ୍କୁ ୧୫ଲକ୍ଷ ଟଙ୍କାର ବୀମା ନିଶ୍ଚିତ ଭାବେ ମିଳିବ। ଏହାର ପ୍ରିମିୟମ୍ ୭୫୦ ଟଙ୍କା ରହିଥିବା ବେଳେ କମ୍ପାନି ୧୫ଲକ୍ଷରୁ କମ ବୀମା ଟଙ୍କା ଦେଇପାରିବେ ନାହିଁ। ବୀମା ଗାଡ଼ି ଏବଂ ଚାଳକଙ୍କ ପାଇଁ ରହିଥାଏ। ଯଦି ଏହି ସମୟରେ ଗାଡ଼ି ମାଲିକ ଗାଡ଼ି ଚଲାଉ ନଥିଲେ ମଧ୍ୟ ଏହି ବୀମାର ଫାଇଦା ପାଇ ପାରିବେ।

Leave A Reply

Your email address will not be published.