ଇଣ୍ଡିଗୋ ଏୟାରଲାଇନ୍ସର ସିଈଓ ଭାବେ ନିଯୁକ୍ତ ହେଲେ ପିଟର ଇଲବର୍ସ, ଅକ୍ଟୋବର ୩୦ରୁ ନେବେ ଦାୟିତ୍ୱ

ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସର ସିଈଓ ଭାବେ ନିଯୁକ୍ତ ହେଲେ ପିଟର ଇଲବର୍ସ । ଆଉ ତିନି ମାସ ପରେ ଅର୍ଥାତ ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ସେ ବିଦ୍ଧିବଦ୍ଧ ଭାବେ ଏହି ପଦବି ର ଦାୟିତ୍ୱ ନେବେ । କହିରଖିବା ଉଚିତ ହେବକି ୨୦୧୪
ମସିହାରୁ ପିଟର କେଏଲଏମ ରୟାଲ ଡ଼ଚ ଏୟାରଲାଇନ୍ସର ସଭାପତି ଓ ସିଇଓ ଭାବେ କାର୍ଯ୍ୟ କରି ଆସୁଛନ୍ତି ।

ପୀଟରଙ୍କର ଏୟାର ଲାଇନ୍ସ କମ୍ପାନୀରେ ଲମ୍ବା ଦିନର ଅଭିଜ୍ଞାତା ରହିଛି । କହିରଖିବା ଉଚିତ ହେବଯେ ବର୍ତ୍ତମାନ ସମୟରେ ଇଣ୍ଡିଗୋର ସିଇଓ ଭାବେ ରୋନଜୟ ଦତ୍ତ କାର୍ଯ୍ୟ କରୁଛନ୍ତି । ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବା ପରେ ପିଟର ଏହି ଦାୟିତ୍ୱରେ ରହିବେ । ରୋନଜୟ ଦତ୍ତଙ୍କ କର୍ତ୍ତବ୍ୟନିଷ୍ଠତା ଓ ଦାୟିତ୍ୱ ପଣ ପାଇଁ ତାଙ୍କୁ କମ୍ପାନୀ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

Leave A Reply

Your email address will not be published.