ବ୍ୟବସାୟ ଓ ଅର୍ଥନୀତି

ଆଜି କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ତାଜା ଅପଡେଟ

ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ସବୁଦିନେ ଅପଡେଟ ହୋଇଥାଏ। ତେବେ ଆଜି ପେଟ୍ରୋଲ ଓ ଡିଜେଲ ଦାମରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ପେଟ୍ରୋଲ ଓ ଡିଜେଲ ଦାମ୍ ୮ ପଇସା କମିଛି। ଆଜି ପେଟ୍ରୋଲ ଦର ଲିଟର ପିଛା ଭୁବନେଶ୍ବରରେ ୧୦୩ ଟଙ୍କା ୧୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୮ ପଇସା ହୋଇଛି।

ସେହିପରି ଦେଶର ପ୍ରମୁଖ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୨୪ ପଇସା ରହିଛି।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

 

Pritiparna

Recent Posts

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

14 mins ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

47 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

54 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

1 hour ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

2 hours ago