ବ୍ୟବସାୟ ଓ ଅର୍ଥନୀତି

ସ୍ଥିର ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ୍‌

ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରି ଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ଅଛି। ଏଠାରେ ପେଟ୍ରୋଲ ପ୍ରତି ଲିଟର ପିଛା ୧୦୧ ଟଙ୍କା ୮୧ ପଇସା ଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୬୨ ପଇସା ରହିଛି।

ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୪୧ ପଇସା ଓ ଡିଜେଲ ଦର ୮୬ ଟଙ୍କା ୬୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୯୮ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୧୪ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୬୭ ପଇସା ଥିବାବେଳେ ଡିଜେଲ ଦର ୮୯ ଟଙ୍କା ୭୯ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୧ ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ ଦାମ ୯୧ ଟଙ୍କା ୪୩ ପଇସା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣି ପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ, ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ, ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡି ହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

7 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

10 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

10 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

13 hours ago