ବ୍ୟବସାୟ ଓ ଅର୍ଥନୀତି

ନଜର ପକାନ୍ତୁ ଆଜି କେତେ ରହିଛି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ୍

ଦେଶରେ ସ୍ଥିର ରହିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ବଢିଲା। ନଜର ପକାନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି ।

ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୨୪ ପଇସା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Barsha

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

3 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

4 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

35 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

46 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

51 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago