ବ୍ୟବସାୟ ଓ ଅର୍ଥନୀତି

ଆଜି ଭୁବନେଶ୍ୱରରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୮୬ ପଇସା ବଢ଼ି ୧୦୭ ଟଙ୍କା ୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୭୪ ପଇସା ବଢ଼ି ୯୬ ଟଙ୍କା ୮୩ ପଇସା ରହିଛି।

ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୨୧ ପଇସା ଓ ଡିଜେଲ ଦର ୯୧ ଟଙ୍କା ୪୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୫ ଟଙ୍କା ୦୪ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୯ ଟଙ୍କା ୨୫ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୮୫ ପଇସା ଥିବାବେଳେ ଡିଜେଲ ଦର ୯୪ ଟଙ୍କା ୬୨ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୫ ଟଙ୍କା ୧୮ ପଇସା ଥିବା ବେଳେ ଡିଜେଲ ଦାମ ୯୬ ଟଙ୍କା ୦୦ ପଇସା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

WCW 11

Recent Posts

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

31 mins ago

ସୁରକ୍ଷିତ ଦେଶ ଯେଉଁଠି ସ୍କୁଲ ହେଉ କି ସପିଂ ମଲ୍‌ ପିଲାମାନେ ଏକା ଯାଆନ୍ତି

ସାଧାରଣତ ଯେତେବେଳେ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି, ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୁଅନ୍ତି । ଆମେ ସେମାନଙ୍କୁ ଏକୁଟିଆ…

49 mins ago

ଦିଲ୍ଲୀରେ ବିଦ୍ୟୁତ ସଙ୍କଟ, ଦିନ ୨ ଟାରୁ ନାହିଁ କରେଣ୍ଟ

ଡହ ଡହ ଖରାରେ ଜଳୁଛି ସାରା ଦେଶ । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । କିନ୍ତୁ ଏହାରି ଭିତରେ…

1 hour ago

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

3 hours ago

କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ…

3 hours ago

ଦେଖିପାରିଲାନି ଭାଇର ସୁନା ସଂସାର, ଦୀର୍ଘ ଦିନର ରାଗକୁ ସୁଝାଇ ଭାଇବୋହୁକୁ ମାରିଲା ଦେଢ଼ଶୁର

ବାସୁଦେବପୁର (କେନ୍ୟୁଜ) : ଭାଇ ବୋହୂକୁ ମାରିଲା ଦେଢ଼ଶୁର..ଅଛୁଆଁ ଭାଇ ବୋହୁକୁ ମାରିଦେଲା ରାକ୍ଷସ ଦେଢ଼ଶୁର…ଭୁଲିଗଲା ସମ୍ପର୍କ, ଆଉ କରିବସିଲା…

3 hours ago